କୁକୁଡ଼ା ନୁହେଁ ହୋଟେଲ
ଫଟୋଟିକୁ ଦେଖିଲେ ଭାବୁଥିବେ ଏତେ ବଡ଼ ଗଞ୍ଜା କୁକୁଡ଼ା ଭଲା କୁଆଡୁ ଆସିଲା? ସତରେ କ’ଣ ଏତେ ବଡ଼ କୁକୁଡ଼ା ଅଛି? ତେବେ ପ୍ରକୃତ କଥା ହେଉଛି ଏହା ସତସତିକା ଏକ ବିରାଟକାୟ କୁକୁଡ଼ା ନୁହେଁ, ବରଂ ଏକ ହୋଟେଲ। ଏହି ହୋଟେଲ ଏଠାକାର କୈମ୍ପୁଏଷ୍ଟୋହନର ନେଗ୍ରୋସ୍ ଅକ୍ସିଡେଣ୍ଟାଲରେ ଅଛି। ଏହି ବିଶାଳ ସଂରଚନା କୈମ୍ପୁଏଷ୍ଟୋହନହାଇଲାଣ୍ଡ ରିସର୍ଟର ଏକ ଅଂଶ। ଦେଖିବାକୁ ସତସତିକା କୁକୁଡ଼ା ଭଳି ଏହି ହୋଟେଲର ଉଚ୍ଚତା ୧୧୪ ଫୁଟ ୭ ଇଞ୍ଚ, ଓସାର […] The post କୁକୁଡ଼ା ନୁହେଁ ହୋଟେଲ appeared first on Dharitri Odia News.
ଫଟୋଟିକୁ ଦେଖିଲେ ଭାବୁଥିବେ ଏତେ ବଡ଼ ଗଞ୍ଜା କୁକୁଡ଼ା ଭଲା କୁଆଡୁ ଆସିଲା? ସତରେ କ’ଣ ଏତେ ବଡ଼ କୁକୁଡ଼ା ଅଛି? ତେବେ ପ୍ରକୃତ କଥା ହେଉଛି ଏହା ସତସତିକା ଏକ ବିରାଟକାୟ କୁକୁଡ଼ା ନୁହେଁ, ବରଂ ଏକ ହୋଟେଲ। ଏହି ହୋଟେଲ ଏଠାକାର କୈମ୍ପୁଏଷ୍ଟୋହନର ନେଗ୍ରୋସ୍ ଅକ୍ସିଡେଣ୍ଟାଲରେ ଅଛି। ଏହି ବିଶାଳ ସଂରଚନା କୈମ୍ପୁଏଷ୍ଟୋହନହାଇଲାଣ୍ଡ ରିସର୍ଟର ଏକ ଅଂଶ। ଦେଖିବାକୁ ସତସତିକା କୁକୁଡ଼ା ଭଳି ଏହି ହୋଟେଲର ଉଚ୍ଚତା ୧୧୪ ଫୁଟ ୭ ଇଞ୍ଚ, ଓସାର ପ୍ରାୟ ୪୦ ଫୁଟ୍। ଏଥିରେ ୧୫ଟି ରୁମ୍ ଅଛି, ଯେଉଁଥିରେ ସବୁପ୍ରକାରର ସୁବିଧା ରହିଛି। ଗିନିଜ୍ ବୁକ୍ ଅଫ୍ ଓ୍ବାଲର୍ଡ ରେକର୍ଡସ୍ରେ ଏହାକୁ ପୃଥିବୀର ସବୁଠାରୁ ବଡ଼ କୁକୁଡ଼ା ଆକୃତିର ବିଲ୍ଡିଂର ମାନ୍ୟତା ମିଳିଛି। ଏହି ରିସର୍ଟର ଡାଇରେକ୍ଟର ରିକାର୍ଡୋ କାନୋ ଗ୍ବାପୋ ଟାନ୍ କୁହନ୍ତି, ‘ମୁଁ କିଛି ଆଖିଦୃଶିଆ ନିର୍ମାଣ କରିବାକୁ ଚାହୁଁଥିଲି, ଯାହା କି ଆଞ୍ଚଳିକ ସଂସ୍କୃତିକୁ ବି ଦର୍ଶାଉଥିବ। ତେଣୁ କୁକୁଡ଼ା ଆକୃତିର ବିଲ୍ଡିଂ କଲି। ତା’ଛଡ଼ା କୁକୁଡ଼ା ଆକୃତିର ଆମର ହୋଟେଲକୁ ଦେଖିଲେ ଜାଣିପାରିବେ କୁକୁଡ଼ାଟି ଶାନ୍ତ, ଶକ୍ତିଶାଳୀ ଓ ମହାନ୍ ଲାଗୁଛି, ଯାହାକି ସ୍ଥାନୀୟ ଅଧିବାସୀଙ୍କ ମନୋଭାବକୁ ଦର୍ଶାଏ।’ ଏହି କୁକୁଡ଼ା ଆକୃତିର ହୋଟେଲର ନିର୍ମାଣ ଜୁନ ୧୦, ୨୦୨୩ରେ ଆରମ୍ଭ ହୋଇଥିଲା। ନିର୍ମାଣ ଶେଷ ହେଲା ଚଳିତବର୍ଷ ସେପ୍ଟେମ୍ବର ମାସରେ।
The post କୁକୁଡ଼ା ନୁହେଁ ହୋଟେଲ appeared first on Dharitri Odia News.