ନାମ ସଙ୍କିର୍ତ୍ତନ ସାରି ଫେରୁଥିବା ବେଳେ ଓଲଟିଲା ପିକଅପ ଗାଡ଼ି : ୨୨ ଆହତ, ୮ ଜଣ ଗୁରୁତର
ରେଢାଖୋଲ: ନାମ ସଙ୍କିର୍ତ୍ତନ ସାରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣା । ପିକଅପ ଗାଡ଼ି ଓଲଟି ୨୨ ଆହତ ହୋଇଥିବା ବେଳେ ୮ ଜଣ ଗୁରୁତର ହୋଇଛନ୍ତି । ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା କଦଳୀଗଡ ବିଶିପାଲି ଛକରୁ ବୀରମହାରାଜପୁରକୁ ଯାଇଥିବା ରାସ୍ତାର ଧଉରାଖମଣ ଗାଁ ନିକଟରେ ଦୁର୍ଘଟଣା ଘଟିଛି । ବୌଦ୍ଧ ଜିଲ୍ଲା ନାରାୟଣ ନଗରକୁ ନାମ ସଂକିର୍ତ୍ତନ କରିସାରି ୩୦ରୁ ଅଧିକ ଲୋକଙ୍କୁ ଧରି ଏକ ପିକଅପ ଗାଡ଼ି ସୁବଳୟା ଟାମକିଆଦାଦର ଗାଁକୁ ଫେରୁଥିଲା […] The post ନାମ ସଙ୍କିର୍ତ୍ତନ ସାରି ଫେରୁଥିବା ବେଳେ ଓଲଟିଲା ପିକଅପ ଗାଡ଼ି : ୨୨ ଆହତ, ୮ ଜଣ ଗୁରୁତର appeared first on KNews Odisha.

ରେଢାଖୋଲ: ନାମ ସଙ୍କିର୍ତ୍ତନ ସାରି ଘରକୁ ଫେରୁଥିବା ବେଳେ ଦୁର୍ଘଟଣା । ପିକଅପ ଗାଡ଼ି ଓଲଟି ୨୨ ଆହତ ହୋଇଥିବା ବେଳେ ୮ ଜଣ ଗୁରୁତର ହୋଇଛନ୍ତି । ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା କଦଳୀଗଡ ବିଶିପାଲି ଛକରୁ ବୀରମହାରାଜପୁରକୁ ଯାଇଥିବା ରାସ୍ତାର ଧଉରାଖମଣ ଗାଁ ନିକଟରେ ଦୁର୍ଘଟଣା ଘଟିଛି ।
ବୌଦ୍ଧ ଜିଲ୍ଲା ନାରାୟଣ ନଗରକୁ ନାମ ସଂକିର୍ତ୍ତନ କରିସାରି ୩୦ରୁ ଅଧିକ ଲୋକଙ୍କୁ ଧରି ଏକ ପିକଅପ ଗାଡ଼ି ସୁବଳୟା ଟାମକିଆଦାଦର ଗାଁକୁ ଫେରୁଥିଲା । ଧଉରାଖମଣ ଗ୍ରାମ ନିକଟ ଏକ ବୁଲାଣି ଠାରେ ଭାରସାମ୍ୟ ହରାଇ ଓଲଟି ଯିବାରୁ ସମସ୍ତେ ଗୁରୁତର ଆହାତ ହୋଇଥିଲେ । ଗୁରୁତରଙ୍କୁ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ଜିଲ୍ଲା ମୁଖ୍ୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଆହାତ ମାନଙ୍କୁ ସୁବଳୟା ମେଡିକାଲରେ ଭର୍ତ୍ତି କରାଯାଇଛି । ୪ଜଣ ଗୁରୁତରଙ୍କୁ ବୌଦ୍ଧ ମେଡିକାଲରୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।
ଆହୁରି ପଢନ୍ତୁ : ଭାଲୁ ପଞ୍ଜାରୁ ବାପା’ର ଜୀବନ ବଞ୍ଚାଇଲା ଦଶ ବର୍ଷର କୁନି ପୁଅ
The post ନାମ ସଙ୍କିର୍ତ୍ତନ ସାରି ଫେରୁଥିବା ବେଳେ ଓଲଟିଲା ପିକଅପ ଗାଡ଼ି : ୨୨ ଆହତ, ୮ ଜଣ ଗୁରୁତର appeared first on KNews Odisha.