ନବ ଦାସ ହତ୍ୟା ମାମଲାରେ ନୂଆ ମୋଡ଼,CBI ତଦନ୍ତ ନେଇ ମୁହଁ ଖୋଲିଲେ ଦୀପାଳି

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣାରେ ରାଜ୍ୟ ସରକାର ସିବିଆଇ ତଦନ୍ତ କରନ୍ତୁ । ଏହି ଦାବି ରଖିଛନ୍ତି ନବ ଦାସଙ୍କ ଝିଅ ଦୀପାଳୀ ଦାସ । ନବ ଦାସଙ୍କ ପରିବାର ଲୋକେ ସନ୍ଦେହ ପ୍ରକାଶ କରୁଛନ୍ତି ଯେ, ଏହାର ତଦନ୍ତ ଆଗକୁ ବଢୁନାହିଁ । କିଛି ଦିନ ପୂର୍ବରୁ ଦୀପାଲି ଦାସ ଗଣମାଧ୍ୟମକୁ କହିଥିଲେ ଯେ ତାଙ୍କ ବାପାଙ୍କୁ ଜଣେ ପୋଲିସ ଅଧିକାରୀଙ୍କ ଜରିଆରେ ହତ୍ୟା କରାଯାଇଛି । ବିଜେପିର ଅନେକ […] The post ନବ ଦାସ ହତ୍ୟା ମାମଲାରେ ନୂଆ ମୋଡ଼,CBI ତଦନ୍ତ ନେଇ ମୁହଁ ଖୋଲିଲେ ଦୀପାଳି appeared first on KNews Odisha.

ନବ ଦାସ ହତ୍ୟା ମାମଲାରେ ନୂଆ ମୋଡ଼,CBI ତଦନ୍ତ ନେଇ ମୁହଁ ଖୋଲିଲେ ଦୀପାଳି
naba

ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ଘଟଣାରେ ରାଜ୍ୟ ସରକାର ସିବିଆଇ ତଦନ୍ତ କରନ୍ତୁ । ଏହି ଦାବି ରଖିଛନ୍ତି ନବ ଦାସଙ୍କ ଝିଅ ଦୀପାଳୀ ଦାସ । ନବ ଦାସଙ୍କ ପରିବାର ଲୋକେ ସନ୍ଦେହ ପ୍ରକାଶ କରୁଛନ୍ତି ଯେ, ଏହାର ତଦନ୍ତ ଆଗକୁ ବଢୁନାହିଁ । କିଛି ଦିନ ପୂର୍ବରୁ ଦୀପାଲି ଦାସ ଗଣମାଧ୍ୟମକୁ କହିଥିଲେ ଯେ ତାଙ୍କ ବାପାଙ୍କୁ ଜଣେ ପୋଲିସ ଅଧିକାରୀଙ୍କ ଜରିଆରେ ହତ୍ୟା କରାଯାଇଛି ।

ବିଜେପିର ଅନେକ ବିଧାୟକ ମୋ ବାପାଙ୍କ ହତ୍ୟାକାଣ୍ଡକୁ ନେଇ ଅନେକ ଟିକା ଟିପ୍ପଣୀ କରୁଛନ୍ତି । ଅନେକ ସମୟରେ ଏହାକୁ ପ୍ରସଙ୍ଗ କରୁଛନ୍ତି । ମୋ ବିରୋଧରେ, ମୋ ପରିବାର ବିରୋଧରେ ମଧ୍ଯ ଆକ୍ଷେପ କରୁଛନ୍ତି। ଖରାପ କଥା କହୁଛନ୍ତି । ଏହା ବନ୍ଦ କରନ୍ତୁ।

ଏହା ମଧ୍ୟ କହିଛନ୍ତି ଦୀପାଳି ”ଗତ ବିଧାନସଭାରେ ୨ ଜଣ ବିଧାୟକ ଏହି ପ୍ରସଙ୍ଗ ଉଠାଇଥିଲେ। ଏବେ ମୁଁ କାହିଁକି CBI ତଦନ୍ତ ଦାବି କରୁନି ବୋଲି ଗଣମାଧ୍ୟମରେ କହୁଛନ୍ତି। ତେବେ ମୋହନ ସରକାରଙ୍କୁ ଅନୁରୋଧ CBI ତଦନ୍ତ କରାଇବେ କି ?” ସେ ପ୍ରଶ୍ନ କରିଛନ୍ତି।

ସେ ଆହୁରି କହିଛନ୍ତି, ”ଆମ ପରିବାରକୁ ଆକ୍ଷେପ କରାଯାଉଛି, ସେମାନେ ଆମ ସହ ଠିଆ ହେବେକି । ମୋ ଭାଇକୁ ବିନା ୱାରେଣ୍ଟିରେ ଛତିଶଗଡ଼ରେ ଅଟକ ରଖିଲେ। ଏପଟେ ଆଜି ମୋ ବାପାଙ୍କ ହତ୍ୟାକାଣ୍ଡର ତଦନ୍ତ ପାଇଁ ଲେଖା ମାଗୁଛନ୍ତି । ତେଣୁ ମୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛି ଆମକୁ ଡାକି ଆଲୋଚନା କରି ଆଗକୁ ବଢ଼ନ୍ତୁ। ”

The post ନବ ଦାସ ହତ୍ୟା ମାମଲାରେ ନୂଆ ମୋଡ଼,CBI ତଦନ୍ତ ନେଇ ମୁହଁ ଖୋଲିଲେ ଦୀପାଳି appeared first on KNews Odisha.