ମାର୍ଚ୍ଚ ୧୯ରୁ ନୂଆ ନିୟମ ଲାଗୁ କରିବ ୟୁଟ୍ୟୁବ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ୟୁଟ୍ୟୁବ ନିରନ୍ତର ଏହାର ପ୍ଲାଟଫର୍ମ ନିୟମକୁ କଡ଼ାକଡ଼ି କରୁଛି। ସମ୍ପ୍ରତି କମ୍ପାନୀ ଏକ ବଡ଼ ପଦକ୍ଷେପ ନେଇଛି ଏବଂ ଏହାର ପ୍ଲାଟଫର୍ମରୁ ୯.୫ ନିୟୁତରୁ ଅଧିକ ଭିଡିଓ ଡିଲିଟ୍ କରିଛି। କଣ୍ଟେଣ୍ଟ ନିୟମ ଉଲ୍ଲଂଘନ ଯୋଗୁଁ ୟୁଟ୍ୟୁବ ଏହି ଭିଡିଓଗୁଡ଼ିକୁ ଡିଲିଟ୍ କରିଦେଇଛି। ଏବେ କମ୍ପାନୀ କ୍ରିଏଟରଙ୍କ ପାଇଁ ଆଉ ଏକ ବଡ଼ ସତର୍କତା ଜାରି କରିଛି। କମ୍ପାନୀ ମାର୍ଚ୍ଚ ୧୯ରୁ ନୂତନ ନିୟମ ଲାଗୁ କରିବାକୁ ଯାଉଛି। ୟୁଟ୍ୟୁବ ଘୋଷଣା […] The post ମାର୍ଚ୍ଚ ୧୯ରୁ ନୂଆ ନିୟମ ଲାଗୁ କରିବ ୟୁଟ୍ୟୁବ appeared first on Odisha.News.

ମାର୍ଚ୍ଚ ୧୯ରୁ ନୂଆ ନିୟମ ଲାଗୁ କରିବ ୟୁଟ୍ୟୁବ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ୟୁଟ୍ୟୁବ ନିରନ୍ତର ଏହାର ପ୍ଲାଟଫର୍ମ ନିୟମକୁ କଡ଼ାକଡ଼ି କରୁଛି। ସମ୍ପ୍ରତି କମ୍ପାନୀ ଏକ ବଡ଼ ପଦକ୍ଷେପ ନେଇଛି ଏବଂ ଏହାର ପ୍ଲାଟଫର୍ମରୁ ୯.୫ ନିୟୁତରୁ ଅଧିକ ଭିଡିଓ ଡିଲିଟ୍ କରିଛି। କଣ୍ଟେଣ୍ଟ ନିୟମ ଉଲ୍ଲଂଘନ ଯୋଗୁଁ ୟୁଟ୍ୟୁବ ଏହି ଭିଡିଓଗୁଡ଼ିକୁ ଡିଲିଟ୍ କରିଦେଇଛି।

ଏବେ କମ୍ପାନୀ କ୍ରିଏଟରଙ୍କ ପାଇଁ ଆଉ ଏକ ବଡ଼ ସତର୍କତା ଜାରି କରିଛି। କମ୍ପାନୀ ମାର୍ଚ୍ଚ ୧୯ରୁ ନୂତନ ନିୟମ ଲାଗୁ କରିବାକୁ ଯାଉଛି। ୟୁଟ୍ୟୁବ ଘୋଷଣା କରିଛି ଯେ ଅନଲାଇନ୍ ଜୁଆ ବିଷୟବସ୍ତୁ ସୃଷ୍ଟି କରୁଥିବା କ୍ରିଏଟରଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ।

ଯେଉଁ କ୍ରିଏଟରମାନେ ଅନସାର୍ଟିଫାଏଡ୍ ଜୁଆ ଆପ୍ କିମ୍ବା ୱେବସାଇଟ୍ ପ୍ରଚାର କରୁଥିବା ଭିଡିଓ ତିଆରି କରନ୍ତି ସେମାନଙ୍କୁ ପ୍ଲାଟଫର୍ମରେ ବ୍ୟାନ କରାଯିବ।କିନ୍ତୁ ନୂତନ ନିୟମ କାର୍ଯ୍ୟକାରୀ ହେବା ପରେ, ଯଦି କୌଣସି କ୍ରିଏଟର୍‌ ଏପରି କୌଣସି ସାଇଟ କିମ୍ବା ଆପରୁ ନିଶ୍ଚିତ ରିଟର୍ଣ୍ଣ ଦାବି କରନ୍ତି, ତେବେ ତାଙ୍କର ବିଷୟବସ୍ତୁ ମଧ୍ୟ ଡିଲିଟ ହୋଇଯିବ।

ସେହିପରି ଗତ ବର୍ଷ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ, YouTubeର ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରୁଥିବା ୨୯ ଲକ୍ଷ ଭିଡିଓ ଡିଲିଟ କରାଯାଇଥିଲା। ତେବେ ଯୁବ ଦର୍ଶକଙ୍କୁ ସୁରକ୍ଷା ଦେବା ପାଇଁ ଏହା କରିବା ଜରୁରୀ ହୋଇଯାଇଛି ବୋଲି କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି।

The post ମାର୍ଚ୍ଚ ୧୯ରୁ ନୂଆ ନିୟମ ଲାଗୁ କରିବ ୟୁଟ୍ୟୁବ appeared first on Odisha.News.