ହାଇଦ୍ରାବାଦରୁ ଗାଁକୁ ଆସିଲା ଦୁଇ ଦାଦନଙ୍କ ଶବ।
ଗୋପାଳପୁର ୯/୫ ହାଇଦ୍ରାବାଦକୁ କମ କରିବାକୁ ଯାଇ ଆକ୍ରମଣ ର ଶିକାର ହୋଇ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ଉଭୟ ଙ୍କ ଶବ ରଣ୍ଢା ସରପଞ୍ଚ ଅଜିତ ରାଉଳ ଙ୍କ ସହାୟତା ରେ ନିଜ ନିଜ ଗାଁ ରେ ପହଞ୍ଚି ପାରିଛି। ଦାଦନଙ୍କ ଶବ ଗାଁ ରେ ପହଂଚିବା ପରେ ଅଂଚଳରେ ଶୋକର ଛାୟା ଖେଳି ଯାଇଛି l ମୃତକ ଯୁବକ ଜଣକ ହେଲେ ସ୍ଥାନୀୟ ଅଞ୍ଚଳର ନୂଆ ସାହି ବାସିନ୍ଦା କୃଷ୍ଣ ଚନ୍ଦ୍ର […] The post ହାଇଦ୍ରାବାଦରୁ ଗାଁକୁ ଆସିଲା ଦୁଇ ଦାଦନଙ୍କ ଶବ। appeared first on Odisha.News.

ଗୋପାଳପୁର ୯/୫
ହାଇଦ୍ରାବାଦକୁ କମ କରିବାକୁ ଯାଇ ଆକ୍ରମଣ ର ଶିକାର ହୋଇ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ଉଭୟ ଙ୍କ ଶବ ରଣ୍ଢା ସରପଞ୍ଚ ଅଜିତ ରାଉଳ ଙ୍କ ସହାୟତା ରେ ନିଜ ନିଜ ଗାଁ ରେ ପହଞ୍ଚି ପାରିଛି। ଦାଦନଙ୍କ ଶବ ଗାଁ ରେ ପହଂଚିବା ପରେ ଅଂଚଳରେ ଶୋକର ଛାୟା ଖେଳି ଯାଇଛି l ମୃତକ ଯୁବକ ଜଣକ ହେଲେ ସ୍ଥାନୀୟ ଅଞ୍ଚଳର ନୂଆ ସାହି ବାସିନ୍ଦା କୃଷ୍ଣ ଚନ୍ଦ୍ର ପଣ୍ଡା ବୟସ (୩୮) ଓ ରଣ୍ଢା ହରିଜନ ସାହି ର ମିଟୁ ଦାସ(୪୦)ବୋଲି ଜଣାପଡ଼ିଛି l ସୂଚନା ପ୍ରକାରେ ମୃତ କୃଷ୍ଣ ଚଳିତ ବର୍ଷ ଜାନୁଆରୀ ମାସରେ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇ ହାଇଦ୍ରାବାଦ ସ୍ଥିତ ବେଗମ ପେଟା ଏକ ହୋଟେଲରେ କାମ କରୁଥିଲେ l ମାର୍ଚ୍ଚ ମାସରେ କୌଣସି କାମରେ ଗୋପାଳପୁର ଆସିଥିଲେ l ପରେ ଏପ୍ରିଲ ମାସରେ ପୁଣି ହାଇଦ୍ରାବାଦ ଯାଇଥିଲେ l ମଙ୍ଗଳବାର ଦିନ ରାତ୍ର ୧୦ ଘଣ୍ଟା ସମୟରେ ପରିବାର ଲୋକଙ୍କ ସହ ୧୦ ତାରିଖରେ ଆସିବି ବୋଲି କହୁ ଥିବା ସମୟରେ ତା ହାତରୁ ମୋବାଇଲଟି କିଏ ଜଣେ ଛଡ଼ଉଥିବା ବେଳେ ପରିବାର ସହ କଥା ହଉଥିବା କହିଥିଲା l କିଛି ସମୟ ପରେ ପରିବାର ଲୋକେ ବାରମ୍ବାର ଫୋନ କରିଥିଲେ ମଧ୍ୟ ଉଠାଇ ନଥିଲା l ବୁଧୁବାର ଦିନ ସକାଳେ କୃଷ୍ଣଙ୍କ ଶବ ହାଇଦ୍ରାବାଦ ପୁଲିସ ପାଇବା ପରେ ଗୋପାଳପୁର ପୁଲିସକୁ ଖବର ଦେଇଥିଲା l ସ୍ଥାନୀୟ ପୁଲିସ କୃଷ୍ଣଙ୍କ ମୃତ ଦେହ ଡ୍ରେନରେ ପଡ଼ିଥିବା ନେଇ ପରିବାରକୁ ଜଣାଇଥିଲେ l ପରିବାର ଲୋକେ ଖବର ପାଇଁ ସାନ ଭାଇ ଗୋପାଳ ହାଇଦ୍ରାବାଦରେ ରହୁଥିବା ସାଙ୍ଗକୁ ଯୋଗାଯୋଗ କରିଥିଲେ l ସେଠାରେ ପୁଲିସ ମୃତ ଦେହକୁ ଉଦ୍ଧାର କରିବା ସହ ଶବ ବ୍ୟବଛେଦ କରି ଆଜି ଅପରାହ୍ନ ୩ ଘଣ୍ଟା ସମୟରେ ଗୋପାଳପୁର ନିଜ ବାସ ଭବନରେ ମର ଶରୀର ପହଞ୍ଚିବା ପରେ ଶେଷ କୃତ୍ୟ ସମ୍ପର୍ଣ୍ଣ ହୋଉଥିଲା l ଏ ନେଇ ସାନ ଭାଇ ଗୋପାଳ ସହ ଯୋଗାଯୋଗ ବେଳେ କୃଷ୍ଣ ର ମୁଣ୍ଡକୁ ଆକ୍ରମଣ କରି ହତ୍ୟା କରାଯାଇ ଡ୍ରେନରେ ଫିଙ୍ଗାଯାଇଛି ବୋଲି କହିଥିଲେ l ସେହିପରି ମୃତ କୃଷ୍ଣଙ୍କ ସାଙ୍ଗ ଗୋଳନ୍ଥରା ଥାନା ଅନ୍ତର୍ଗତ ରଣ୍ଢା ଗ୍ରାମର ମିଟୁ ଦାସର ମଧ୍ୟ ସେହି ସ୍ଥାନରେ ମୃତ ଦେହ ପୁଲିସ ଉଦ୍ଧାର କରି ଶବ ବ୍ୟବଛେଦ ପରେ ପରିବାର ବର୍ଗ ଙ୍କୁ ଜଣାଇଥିଲେ।ମୃତକ ମିଟୁ ଦୀର୍ଘ ୨୦ ବର୍ଷ ଧରି ହାଇଦ୍ରାବାଦ ରେ ଏକ ହୋଟେଲରେ କାମ କରି ଆସୁଥିଲେ।ଏହା ମଧ୍ୟରେ ମିଟୁ ଙ୍କ ସ୍ତ୍ରୀ ଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ଜେଜି ମାଁ ପାଖରେ ରହି ଆସୁଥିଲେ। ମୃତ୍ୟୁ ଖବର ପାଇବା ପରେ ମରଶରୀର ଆଣିବା ପାଇଁ ଉଭୟ ପରିବାର ସକ୍ଷମ ନଥିବା ବେଳେ ଏହା ନେଉ ରଣ୍ଢା ସରପଞ୍ଚ ଅଜିତ ରାଉଳ ଙ୍କ ସହ ପରିବାର ବର୍ଗ ଯୋଗାଯୋଗ କରିବା ପରେ ଶ୍ରୀ ରାଉଳ ଆମ୍ବୁଲାନ୍ସ ଯୋଗେ ଉଭୟ ଙ୍କ ମରଶରୀରକୁ ଗାଁ କୁ ଆଣିବାରେ ସହାୟକ ହୋଇଥିଲେ। ଅନ୍ୟ ପଟେ ମୃତକ ମିଟୁ ର ପୁଅକୁ ପୋଷ୍ୟ ଭାବେ ଅଜିତ ଭାବେ ଗ୍ରହଣ କରିବା ସହ ତାଙ୍କର ସମସ୍ତ ଦାୟିତ୍ଵ ସେ ନେବେ ବୋଲି ପ୍ରକାଶ କରିଛନ୍ତି।
The post ହାଇଦ୍ରାବାଦରୁ ଗାଁକୁ ଆସିଲା ଦୁଇ ଦାଦନଙ୍କ ଶବ। appeared first on Odisha.News.