ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ର ବିଭିନ୍ନ କାର୍ଯ୍ୟକ୍ରମ ରେ ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଯୋଗଦାନ

ଚିପିଲିମା,ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର ଯୁଯୋମୁରା ବ୍ଳକର ବିଭିନ୍ନ ପଞ୍ଚାୟତରେ ପବିତ୍ର ମହାଶିବରାତ୍ରି ଉତ୍ସବ ଏବଂ ନାମ ସଙ୍କୀର୍ତ୍ତନ ରେ ପୁର୍ବତନ ମନ୍ତ୍ରୀ,ପୁର୍ବତନ ସାଂସଦ ତଥା ବିଜେଡି ରାଜ୍ୟ ବରିଷ୍ଠ ଉପସଭାପତି ପ୍ରଶନ୍ନ ଆଚାର୍ଯ୍ୟ ଯୋଗଦାନ କରିଥିଲେ। ଆଜି ଶନିବାର ଶ୍ରୀଯୁକ୍ତ ଆଚାର୍ଯ୍ୟ ଲିପିଣ୍ଡା ପଞ୍ଚାୟତର ଭାଡିମୁରା ଗ୍ରାମରେ ଶିବମନ୍ଦିର ଦର୍ଶନ କରିବା ସହ ନାମଯଜ୍ଞ ପୁର୍ଣ୍ଣାହୁତିରେ ଯୋଗ ଦେଇଥିଲେ। ଏଥିରେ ରାଜ୍ୟ ଯୁବ ବିଜେଡିର ସାଧାରଣ ସମ୍ପାଦକ ହୀଲାଲାଲ ବେହେରା ମଧ୍ୟ ଉପସ୍ଥିତ ଥିଲେ। ଏଥିରେ ଲିପିଣ୍ଡା […] The post ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ର ବିଭିନ୍ନ କାର୍ଯ୍ୟକ୍ରମ ରେ ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଯୋଗଦାନ appeared first on Odisha.News.

ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ର ବିଭିନ୍ନ କାର୍ଯ୍ୟକ୍ରମ ରେ ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଯୋଗଦାନ

ଚିପିଲିମା,ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀର ଯୁଯୋମୁରା ବ୍ଳକର ବିଭିନ୍ନ ପଞ୍ଚାୟତରେ ପବିତ୍ର ମହାଶିବରାତ୍ରି ଉତ୍ସବ ଏବଂ ନାମ ସଙ୍କୀର୍ତ୍ତନ ରେ ପୁର୍ବତନ ମନ୍ତ୍ରୀ,ପୁର୍ବତନ ସାଂସଦ ତଥା ବିଜେଡି ରାଜ୍ୟ ବରିଷ୍ଠ ଉପସଭାପତି ପ୍ରଶନ୍ନ ଆଚାର୍ଯ୍ୟ ଯୋଗଦାନ କରିଥିଲେ। ଆଜି ଶନିବାର ଶ୍ରୀଯୁକ୍ତ ଆଚାର୍ଯ୍ୟ ଲିପିଣ୍ଡା ପଞ୍ଚାୟତର ଭାଡିମୁରା ଗ୍ରାମରେ ଶିବମନ୍ଦିର ଦର୍ଶନ କରିବା ସହ ନାମଯଜ୍ଞ ପୁର୍ଣ୍ଣାହୁତିରେ ଯୋଗ ଦେଇଥିଲେ। ଏଥିରେ ରାଜ୍ୟ ଯୁବ ବିଜେଡିର ସାଧାରଣ ସମ୍ପାଦକ ହୀଲାଲାଲ ବେହେରା ମଧ୍ୟ ଉପସ୍ଥିତ ଥିଲେ। ଏଥିରେ ଲିପିଣ୍ଡା ସରପଞ୍ଚ ପ୍ରଫୁଲ୍ଲ ମିର୍ଦ୍ଧା, ଝାଙ୍କରପାଲି ସରପଞ୍ଚ ନିରଞ୍ଜନ ପଣ୍ଡା, ବରିଷ୍ଠ ସଭ୍ୟ ଗୁଣନିଧି ବିଶ୍ଵାଳ, ଅଶ୍ଵିନୀ ଦେହୁରୀ,ନିତୁ ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ । କଲ୍ପେଶ୍ଵର ମହାଦେବଙ୍କ ମନ୍ଦିରରେ ବାବାଙ୍କ ଦର୍ଶନ କରିବା ସ଼ହ ଅନୁଷ୍ଠିତ ନାମଯଜ୍ଞର ପୁଣ୍ଣାହୁତିରେ ମଧ୍ୟ ଯୋଗ ଦେଇଥିଲେ । ଏଥିରେ ବାହାମ ପଞ୍ଚାୟତର ସମିତି ସଭ୍ୟ ପ୍ରଫୁଲ୍ଲ ମଗର, ପୁର୍ବତନ ସମିତି ସଭ୍ୟ ହରିହର ନାଏକ, ଇସମାଇଲ ଆଜାଦ ବଡେଇ, ଅଶ୍ଵିନୀ ପ୍ରଧାନ, ବିରେନ ପ୍ରଶାଏତ, ରସାନନ୍ଦ ନାଏକ, ପୁର୍ବତନ ସମିତି ସଭ୍ୟ ଓ ସରପଞ୍ଚ ମାନେ ଉପସ୍ଥିତ ଥିଲେ। ପରେ କଲ୍ପେଶ୍ଵର ମହାଦେବ ମନ୍ଦିର କମିଟିର ସଭ୍ୟ ଓ ଗ୍ରାମବାସୀ ଙ୍କ ସହିତ ମନ୍ଦିର ପୁନଃରୁଦ୍ଧାର ବିଷୟରେ ଆଳୋଚନା ମଧ୍ୟ କରିଥିଲେ। ପରେ ଘେନୁପାଲି ଗ୍ରାମପଞ୍ଚାୟତ ରେ ଅନୁଷ୍ଠିତ ନାମଯଜ୍ଞର ପୁର୍ଣ୍ଣାହୁତିରେ ଶ୍ରୀଯୁକ୍ତ ଆଚାର୍ଯ୍ୟ ଯୋଗ ଦେଇଥିଲେ । ଏଥିରେ ସ୍ଥାନୀୟ ଘେନୁପାଲି ସରପଞ୍ଚ ଜଗଦେଶ୍ଵର ମିର୍ଦ୍ଧା, ସମିତି ସଭ୍ୟା ଜୟନ୍ତୀ ଗୀତା ପ୍ରଧାନ, ପ୍ରଦିପ ପରିଡା, ଅମରେଶ ପଧାନ, ସୁବୋଧ ବେହେରା ପ୍ରମୁଖ ଶ୍ରୀଯୁକ୍ତ ଆଚାର୍ଯ୍ୟ ଙ୍କୁ ସ୍ୱ।ଗତ କରିବା ସହ ନାମଯଜ୍ଞ ସ୍ଥଳକୁ ପାଛୋଟି ନେଇଥିଲେ।

The post ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ର ବିଭିନ୍ନ କାର୍ଯ୍ୟକ୍ରମ ରେ ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଯୋଗଦାନ appeared first on Odisha.News.