ହୀରାକୁଦ ବିସ୍ଥାପିତଙ୍କୁ ଘରବାରି ପଟ୍ଟା ପାଇଁ ରାଜସ୍ୱ ମନ୍ତ୍ରୀଙ୍କୁ ଦାବିପତ୍ର
ଝାରସୁଗୁଡା ୩୦/୭ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ତହସିଲ ଅଞ୍ଚଳକୁ ଶନିବାର ଦିନ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଗସ୍ତ କରିଥିଲେ । ଏହି ଅବସରରେ ଭଅଁରଖୋଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାଗରପାଲି ଗ୍ରାମର ହୀରାକୁଦ ନଦୀବନ୍ଧ ଯୋଜନା ଦ୍ୱାରା ବିସ୍ଥାପିତ ପରିବାର ବର୍ଗ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ପୂଜାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ୧୯୫୬ ମସିହାରେ ହୀରକୁଦ ନଦୀବନ୍ଧ […] The post ହୀରାକୁଦ ବିସ୍ଥାପିତଙ୍କୁ ଘରବାରି ପଟ୍ଟା ପାଇଁ ରାଜସ୍ୱ ମନ୍ତ୍ରୀଙ୍କୁ ଦାବିପତ୍ର appeared first on Odisha.News.

ଝାରସୁଗୁଡା ୩୦/୭ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ତହସିଲ ଅଞ୍ଚଳକୁ ଶନିବାର ଦିନ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଗସ୍ତ କରିଥିଲେ । ଏହି ଅବସରରେ ଭଅଁରଖୋଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାଗରପାଲି ଗ୍ରାମର ହୀରାକୁଦ ନଦୀବନ୍ଧ ଯୋଜନା ଦ୍ୱାରା ବିସ୍ଥାପିତ ପରିବାର ବର୍ଗ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ପୂଜାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ୧୯୫୬ ମସିହାରେ ହୀରକୁଦ ନଦୀବନ୍ଧ ନିର୍ମାଣ ପରେ ମୂଳ ଗାଁଟି ଜଳ ସମାଧି ନେବା ପରେ ସେମାନଙ୍କ ପୂର୍ବପୁରୁଷ ସାଗରପାଲିକୁ ଚାଲି ଆସିଥିଲେ ଏବଂ ଗାଁର ଉପରମୁଣ୍ଡ ରେ ଘରଦ୍ୱାର ତିଆରି କରି ବସତି ସ୍ଥାପନ କରି ପୀଢ଼ି ପରେ ପିଢ଼ି ବର୍ତ୍ତମାନ ପର୍ଯ୍ୟନ୍ତ ରହି ଆସୁଛନ୍ତି l କିନ୍ତୁ ଦୀର୍ଘ ବର୍ଷ ଧରି ରହି ଆସୁଥିବା ସତ୍ବେ ଉକ୍ତ ଜମିର କୌଣସି ସ୍ଥାୟୀ ଘରବାରୀ ପଟ୍ଟା ସେମାନଙ୍କ ପାଖରେ ନାହିଁ । ଏଥିପାଇଁ ଅନେକ ଥର ପ୍ରଶାସନର ଦ୍ୱାରସ୍ତ ହୋଇଥିଲେ ମଧ୍ୟ ସେମାନେ ବସତି ସ୍ଥାପନ କରି ରହି ଆସୁଥିବା ଜମିଟି ଗ୍ରାମ୍ୟ ଜଙ୍ଗଲ କିସମ ହୋଇଥିବା ଯୋଗୁଁ ବର୍ତ୍ତମାନ ସୁଦ୍ଧା ଘରଡିହ ପଟ୍ଟା ପାଇବାରୁ ବଞ୍ଚିତ ରହିଛନ୍ତି l ତେଣୁ ସେହି ବିସ୍ଥାପିତ ପରିବାର ବର୍ଗଙ୍କୁ ସ୍ଥାୟୀ ଘରବାରି ପଟ୍ଟା ପ୍ରଦାନ ନିମନ୍ତେ ରାଜସ୍ବ ମନ୍ତ୍ରୀ ଶ୍ରୀ ପୂଜାରୀଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି l ସାଗରପାଲି ଗ୍ରାମବାସୀଙ୍କ ମଧ୍ୟରେ ଜଗଦୀଶ ପ୍ରଧାନ,ସୁଶାନ୍ତ ଡନସନା,ମନୋଜ ସେଟ, ବିଦ୍ୟାଧର ଭୋଇ,ରାଧେଶ୍ୟାମ ମେହେର,ଧନୁର୍ଜ୍ୟ ବଣିଆ,ମାନସ ସା ପ୍ରମୁଖ ସାମିଲ ଥିଲେ l
The post ହୀରାକୁଦ ବିସ୍ଥାପିତଙ୍କୁ ଘରବାରି ପଟ୍ଟା ପାଇଁ ରାଜସ୍ୱ ମନ୍ତ୍ରୀଙ୍କୁ ଦାବିପତ୍ର appeared first on Odisha.News.