ଅଯୋଧ୍ୟାରେ ପରାଜୟ ପରେ ଭାଜପାର ପଶିଲା ବୁଦ୍ଧି, କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୧୬।୬: ଅଯୋଧ୍ୟାରେ ଲୋକ ସଭା ନିର୍ବାଚନ ହାରିବା ପରେ ଭାଜପାର ବୁଦ୍ଧି ପଶିଛି। ୟୁପିର ଯୋଗୀ ଆଦିତ୍ୟନାଥ ସରକାର ବିସ୍ଥାପିତଙ୍କ ପାଇଁ ପୁଣି ନିଜର ନୀତି ପରିବର୍ତ୍ତନ କରିଛନ୍ତି। କହିରଖୁଛୁ କି, ଅଯୋଧ୍ୟା ମନ୍ଦିର ନିର୍ମାଣବେଳେ ଅଯୋଧ୍ୟାରେ ବସବାସ କରୁଥିବା ଅନେକ ଲୋକଙ୍କ ଘର ଭଙ୍ଗା ଯାଇଥିଲା। ଏୟାରପୋର୍ଟ, ରାମପଥ ଓ ମନ୍ଦିର ନିର୍ମାଣବେଳେ ବହୁଜଣଙ୍କ ଘର ଦୋକାନ ଭାଙ୍ଗି ଦିଆଯାଇଥିଲେ ହେଁ ସେମାନଙ୍କୁ କ୍ଷତିପୂରଣ ମିଳି ନ ଥିଲା। ଯାହାର ଫଳସ୍ବରପ ଭାଜପାକୁ ଚଳିତ ନିର୍ବାଚନରେ […] The post ଅଯୋଧ୍ୟାରେ ପରାଜୟ ପରେ ଭାଜପାର ପଶିଲା ବୁଦ୍ଧି, କଲା ବଡ଼ ଘୋଷଣା appeared first on Dharitri Odia News.

ଅଯୋଧ୍ୟାରେ ପରାଜୟ ପରେ ଭାଜପାର ପଶିଲା ବୁଦ୍ଧି, କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୧୬।୬: ଅଯୋଧ୍ୟାରେ ଲୋକ ସଭା ନିର୍ବାଚନ ହାରିବା ପରେ ଭାଜପାର ବୁଦ୍ଧି ପଶିଛି। ୟୁପିର ଯୋଗୀ ଆଦିତ୍ୟନାଥ ସରକାର ବିସ୍ଥାପିତଙ୍କ ପାଇଁ ପୁଣି ନିଜର ନୀତି ପରିବର୍ତ୍ତନ କରିଛନ୍ତି। କହିରଖୁଛୁ କି, ଅଯୋଧ୍ୟା ମନ୍ଦିର ନିର୍ମାଣବେଳେ ଅଯୋଧ୍ୟାରେ ବସବାସ କରୁଥିବା ଅନେକ ଲୋକଙ୍କ ଘର ଭଙ୍ଗା ଯାଇଥିଲା। ଏୟାରପୋର୍ଟ, ରାମପଥ ଓ ମନ୍ଦିର ନିର୍ମାଣବେଳେ ବହୁଜଣଙ୍କ ଘର ଦୋକାନ ଭାଙ୍ଗି ଦିଆଯାଇଥିଲେ ହେଁ ସେମାନଙ୍କୁ କ୍ଷତିପୂରଣ ମିଳି ନ ଥିଲା। ଯାହାର ଫଳସ୍ବରପ ଭାଜପାକୁ ଚଳିତ ନିର୍ବାଚନରେ ପରିଣିତ ଭୋଗିବାକୁ ପଡିଥିଲା। ଭାଜପା ୟୁପିରେ ବଡ଼ ପରାଜୟର ସମ୍ମୁଖୀନ ହୋଇଥିଲା। ଯାହାକୁ ଭାଜପାର ଗଡ଼ କୁହାଯାଉଥିଲା ସେଠାରେ ଦଳ ମୂଳପୋଛ ହୋଇଯାଇଛି।

ଏବେ ସେହି ଭୂଲକୁ ସୁଧାରିବା ପାଇଁ ଆକ୍ସନ ମୋଡକୁ ଆସିଛନ୍ତି ଯୋଗୀ ଆଦିତ୍ୟନାଥ। ଶହ ଶହ ପରିବାର ଯେଉଁମାନେ ଘର ଓ ଦୋକାନ ଭାଙ୍ଗିବା ଯୋଗୁ କ୍ଷୟକ୍ଷତିର ସାମ୍ନା କରିଥିଲେ ସେମାନଙ୍କ ସାହାଯ୍ୟ କରିଛନ୍ତି ସରକାର। କ୍ଷତି ସହିଥିବା ଲୋକଙ୍କୁ ସରକାର ଦୋକାନ ଆବଣ୍ଟିତ କରିଛନ୍ତି। ଯେତେବେଳେ ସହଦତଗଞ୍ଜରୁ ନୂଆ ଘାଟ ଯାଏଁ ପ୍ରାୟ ୧୩ କିମି ସଡକ ଚଉଡା କରାଯାଇଥିଲା ଏହି ଶହ ଶହ ଲୋକଙ୍କ ଘର ଭଙ୍ଗା ଯାଇଥିଲା। ଏହି ସଡକକୁ ନୂଆ କରି ରାମ ପଥ ତିଆରି କରାଯାଇଥିଲା।

ତେବେ ଏହି ରାମପଥରେ ବିସ୍ଥାପିତ ହୋଇଥିବା ଦୋକାନୀଙ୍କୁ ସରକାର କ୍ଷତିପୂରଣ ଦେବା ବଦଳରେ ସେମାନଙ୍କୁ ଦୋକାନ କରିବା ପାଇଁ ଯାଗା ବିକ୍ରି କରିବାରେ ଲାଗିଲେ। ୧୦୦ବର୍ଗ ଫୁଟରୁ ୧୫୦ବର୍ଗ ଫୁଟ ଯାଏଁ ଦୋକାନ ପିର୍ମାଣ ପାଇଁ ଲକ୍ଷଲକ୍ଷ ଟଙ୍କା ନିର୍ଦ୍ଧାରଣ କରାଯାଇଥିଲା। ଗୋଟିଏ ଦୋକାନ କରିବା ପାଇଁ ୮ଲକ୍ଷରୁ ୧୮ଲକ୍ଷ ଦେବାକୁ ପଡୁଥିଲା। ସେଥିରେ ପୁଣି ସୁଧ ମଧ୍ୟ ପ୍ରତି ମାସକୁ ମାସ ଭରିବାକୁ ପଡୁଥିଲା। ଯାହାକୁ ନେଇ ସେଠାରେ କେବଳ ଦୋକାନ କରି ଚଳୁଥିବା ଲୋକଙ୍କ ପାଇଁ ଦୁର୍ବିସହ ହୋଇ ପଡିଲା। ଯାହାର ଉଚିତ ଜବାବ ଲୋକେ ନିର୍ବାଚନରେ ହିଁ ଦେଇଥିଲେ।

ଏଥିରୁ ଶିକ୍ଷା ଲାଭ କରି ଭାଜପା ତା’ର ନୀତି ପରିବର୍ତ୍ତନ କରିଛି। ଯାହାକୁ ନେଇ ସେଠାରେ ଥିବା ବିସ୍ଥାପିତଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଆଗକୁ ୟୁପିରେ ବିଧାନସଭାରେ ଉପ ନିର୍ବାଚନ ଥିବାରୁ ଭାଜପା ତା’ର ଭୂଲ ସୁଧାରିବାକୁ ଚେଷ୍ଟା କରିଛି।

The post ଅଯୋଧ୍ୟାରେ ପରାଜୟ ପରେ ଭାଜପାର ପଶିଲା ବୁଦ୍ଧି, କଲା ବଡ଼ ଘୋଷଣା appeared first on Dharitri Odia News.