ବର୍ତ୍ତମାନ ଭିଡିଓରେ ମଧ୍ୟ କନଭର୍ଟ ହେବ Studio Ghibli Ai Images, ଜାଣନ୍ତୁ କରିବେ କିପରି

OpenAI ଦ୍ବାରା Studio Ghibli style Ai image ଫିଚରକୁ ମାର୍ଚ୍ଚ ୨୬, ୨୦୨୫ ରେ ChatGPT ରେ ଆଡ୍ କରାଯାଇଥିଲା । ହେଲେ କିଛି ଘଣ୍ଟା ମଧ୍ୟରେ ଏହି ଫିଚର ଇଣ୍ଟରନେଟ୍ ସେନସେସନ୍ ପାଲଟିଗଲା । ସମଗ୍ର ଟେକ୍ ଜଗତରେ ବର୍ତ୍ତମାନ ସବୁଠାରୁ ଚର୍ଚ୍ଚତ ବିଷୟ ହେଉଛି Ghibli style ଫଟୋ । ChatGPT ର ଏହି ଫିଚର ଏତେ ପପୁଲାରି ହୋଇଛି ଯେ ଛୋଟ ପିଲାଙ୍କଠାରୁ ବ୍ରୁଦ୍ଧ ଏବଂ ସେଲିବ୍ରେଟି ପର୍ଯ୍ୟନ୍ତ ଲୋକମାନେ ଏହାକୁ […] The post ବର୍ତ୍ତମାନ ଭିଡିଓରେ ମଧ୍ୟ କନଭର୍ଟ ହେବ Studio Ghibli Ai Images, ଜାଣନ୍ତୁ କରିବେ କିପରି appeared first on KNews Odisha.

ବର୍ତ୍ତମାନ ଭିଡିଓରେ ମଧ୍ୟ କନଭର୍ଟ ହେବ Studio Ghibli Ai Images, ଜାଣନ୍ତୁ କରିବେ କିପରି
chat

OpenAI ଦ୍ବାରା Studio Ghibli style Ai image ଫିଚରକୁ ମାର୍ଚ୍ଚ ୨୬, ୨୦୨୫ ରେ ChatGPT ରେ ଆଡ୍ କରାଯାଇଥିଲା । ହେଲେ କିଛି ଘଣ୍ଟା ମଧ୍ୟରେ ଏହି ଫିଚର ଇଣ୍ଟରନେଟ୍ ସେନସେସନ୍ ପାଲଟିଗଲା । ସମଗ୍ର ଟେକ୍ ଜଗତରେ ବର୍ତ୍ତମାନ ସବୁଠାରୁ ଚର୍ଚ୍ଚତ ବିଷୟ ହେଉଛି Ghibli style ଫଟୋ । ChatGPT ର ଏହି ଫିଚର ଏତେ ପପୁଲାରି ହୋଇଛି ଯେ ଛୋଟ ପିଲାଙ୍କଠାରୁ ବ୍ରୁଦ୍ଧ ଏବଂ ସେଲିବ୍ରେଟି ପର୍ଯ୍ୟନ୍ତ ଲୋକମାନେ ଏହାକୁ ବହୁତ ଉପଭୋଗ କରୁଛନ୍ତି ।

Instagram, Facebook, X ସମେତ ପ୍ରାୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ବର୍ତ୍ତମାନ Studio Ghibli style AI images ରେ ପରିପୂର୍ଣ୍ଣ । ଟେକ୍ ଦୁନିଆରେ ଆନିମେଟେଡ୍ ଫଟୋର ବହୁତ୍ କ୍ରେଜ୍ ରହିଛି । OpenAI ପୂର୍ବରୁ କେବଳ ପେଡ୍ ୟୁଜର୍ସଙ୍କ ପାଇଁ ଏହି ଫିଚର ଆରମ୍ଭ କରିଥିଲା କିନ୍ତୁ ଡିମାଣ୍ଡ ଏବଂ କ୍ରେଜ୍ ବଢ଼ିବା ପରେ, ଏବେ ChatGPT ର ଫ୍ରି ୟୁଜର୍ସମାନେ ମଧ୍ୟ ଏହାକୁ ବ୍ୟବହାର କରିପାରିବେ ।

ସମସ୍ତେ ChatGPT ର Studio Ghibli style Ai image କରିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ଏହି ଆନିମେଟେଡ୍ ଫଟୋଗୁଡିକ ଭିଡିଓ ଫର୍ମାଟରେ ମଧ୍ୟ ପରିବର୍ତ୍ତନ କରାଯାଇପାରିବ । ହଁ ଆଜ୍ଞା ଏହା ସମ୍ପୂର୍ଣ୍ଣ ସମ୍ଭବ । ଆପଣ Ghibli Ai ଇମେଜଗୁଡିକ ଭିଡିଓ କ୍ଲିପରେ କନଭର୍ଟ କରି ଆପଣଙ୍କ ବନ୍ଧୁ ଏବଂ ପରିବାର ମଧ୍ୟରେ ଇମ୍ପ୍ରେସନ୍ କ୍ରିଏଟ୍ କରିପାରିବେ । ତେବେ ଆସନ୍ତୁ ଜାଣିବା ଏହାର ସମ୍ପୂର୍ଣ୍ଣ ଡିଟେଲ୍ସ ।

ଆପଣଙ୍କୁ କହିବୁ ଯେ ଜିଆଣ୍ଟ କମ୍ପାନୀ OpenAI ଦ୍ବାରା ଏପରି ଏକ ଟୁଲ୍ ଡେଭ୍ଲପ୍ କରାଯାଇଛଇ, ଯାହା Studio Ghibli style Ai image ଗୁଡିକୁ ତୁରନ୍ତ ଭିଡିଓ କ୍ଲଲିପରେ କନଭର୍ଟ କରେ । OpenAI ର ଏହି ଟୁଲର ନାମ ହେଉଛି – ‘ସୋରା’ । ଏଥି ସହିତ ସୋରା ଟୁଲ୍ କେବଳ ସେହି ୟୁଜର୍ସମାନେ ବ୍ୟବହାର କରିପାରିବେ ଯେଉଁମାନଙ୍କର ସବସ୍କ୍ରିପସନ୍ ପ୍ଲାନ୍ ଅଛି । ଏହାକୁ ବ୍ୟବହାର କରିବା ପାଇଁ ୟୁଜର୍ସମାନଙ୍କର ChatGPT Plus କିମ୍ବା ChatGPT Pro ର ସବସ୍କ୍ରିପସନ୍ ଥିବା ନିହାତି ଜରୁରୀ ।

ଇମେଜଗୁଡିକୁ ଫ୍ରିରେ ଭିଡିଓ କ୍ଲିପରେ କନଭର୍ଟ କରନ୍ତୁ :

ଯଦି ଆପଣଙ୍କର ChatGPT Plus କିମ୍ବା ChatGPT Pro ର ସବସ୍କ୍ରିପସନ୍ ନାହିଁ, ତେବେ ଚିନ୍ତା କରନ୍ତୁ ନାହିଁ । ଆମେ ଆପଣଙ୍କୁ ଏକ ଉପାୟ କହୁଛୁ ଯାହା ଦ୍ବାରା ଆପଣ ଫ୍ରିରେ Ghibli style Ai image କୁ ଭିଡିଓରେ ପରିବର୍ତ୍ତନ କରିପାରିବେ । ଏଥିପାଇଁ ଆପଣଙ୍କୁ Hedra tool (ହେଡ୍ରା ଟୁଲ୍) ବ୍ୟବହାର କରିବାକୁ ପଡିବ । ଏଥିପାଇଁ ପ୍ରଥମେ ହେଡ୍ରା ଟୁଲର ଅଫିସିଆଲ୍ ୱେବସାଇଟକୁ ଯାଆନ୍ତୁ । ଏହା ପରେ ଆପଣଙ୍କୁ ଆପଣଙ୍କର ଆକାଉଣ୍ଟ କ୍ରିଏଟ୍ କରିବାକୁ ପଡିବ । ଆକାଣ୍ଟ ତିଆରି କରିବା ପରେ, ଭିଡିଓ ସେକ୍ସନକୁ ଯାଆନ୍ତୁ ଏବଂ Ghibli style Ai image ଅପଲୋଡ୍ କରନ୍ତୁ । ଯଦି ଆପଣ କ୍ଲିପରେ ସ୍କ୍ରିପ୍ଟ କିମ୍ବା ଗୀତ ଆଡ୍ କରିବାକୁ ଚାହୁଁଛନ୍ତି, ତେବେ ଏହି ଅପ୍ସନ ମଧ୍ୟ ଉପଲବ୍ଧ । ଆପଣଙ୍କୁ କହିରଖୁଛୁ ଯେ ହେଡ୍ରା ପ୍ରତି ମାସରେ ଏହାର ୟୁଜର୍ସଙ୍କୁ ୨୦୦ କ୍ରେଡିଟ୍ ଦେଇଥାଏ ଯାହାକୁ ବ୍ୟବହାର କରି ୨୦ ସେକେଣ୍ଡ ପର୍ଯ୍ୟନ୍ତ ଏକ କ୍ଲିପ୍ ତିଆରି କରାଯାଇପାରିବ ।

The post ବର୍ତ୍ତମାନ ଭିଡିଓରେ ମଧ୍ୟ କନଭର୍ଟ ହେବ Studio Ghibli Ai Images, ଜାଣନ୍ତୁ କରିବେ କିପରି appeared first on KNews Odisha.