ଚାରିଧାମ ଯାତ୍ରା ବେଳେ ଦୁର୍ଘଟଣାର ଛାତିଥରା ଦୃଶ୍ୟ, ଝରକା କାଚ ଭାଙ୍ଗି ଛିଟିକି ପଡ଼ିଲେ ଯାତ୍ରୀ

ଉତ୍ତରାଖଣ୍ଡର ଚମୋଲିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ବେଳର ଦୃଶ୍ୟ ଦେଖିଲେ ଆପଣଙ୍କ ଛାତି ମଧ୍ୟ ଥରି ଉଠିବ । ଏଠାରେ ଋଷିକେଶ-ବଦ୍ରିନାଥ ରାଜପଥରେ ଦ୍ରୁତ ଗତିରେ ଆସୁଥିବା ଦୁଇଟି ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ତେବେ ଏଥିରେ କେହି ମୃତାହତ ହୋଇ ନ ଥିବା ବେଳେ ଅନେକ ଯାତ୍ରୀ ଆହତ ହୋଇଥିବା ଖବର ରହିଛି । ଆହତମାନେ ରାଜସ୍ଥାନର ବୋଲି ଜଣାପଡ଼ିଛି । ଏହି ସଡ଼କ ଦୁର୍ଘଟଣାର […] The post ଚାରିଧାମ ଯାତ୍ରା ବେଳେ ଦୁର୍ଘଟଣାର ଛାତିଥରା ଦୃଶ୍ୟ, ଝରକା କାଚ ଭାଙ୍ଗି ଛିଟିକି ପଡ଼ିଲେ ଯାତ୍ରୀ appeared first on KNews Odisha.

ଚାରିଧାମ ଯାତ୍ରା ବେଳେ ଦୁର୍ଘଟଣାର ଛାତିଥରା ଦୃଶ୍ୟ, ଝରକା କାଚ ଭାଙ୍ଗି ଛିଟିକି ପଡ଼ିଲେ ଯାତ୍ରୀ
bus

ଉତ୍ତରାଖଣ୍ଡର ଚମୋଲିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣା ବେଳର ଦୃଶ୍ୟ ଦେଖିଲେ ଆପଣଙ୍କ ଛାତି ମଧ୍ୟ ଥରି ଉଠିବ । ଏଠାରେ ଋଷିକେଶ-ବଦ୍ରିନାଥ ରାଜପଥରେ ଦ୍ରୁତ ଗତିରେ ଆସୁଥିବା ଦୁଇଟି ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ତେବେ ଏଥିରେ କେହି ମୃତାହତ ହୋଇ ନ ଥିବା ବେଳେ ଅନେକ ଯାତ୍ରୀ ଆହତ ହୋଇଥିବା ଖବର ରହିଛି । ଆହତମାନେ ରାଜସ୍ଥାନର ବୋଲି ଜଣାପଡ଼ିଛି ।

ଏହି ସଡ଼କ ଦୁର୍ଘଟଣାର ଭୟଙ୍କର ଭିଡିଓ ସାମ୍ନାକୁ ଆସିଛି । ଏଠାରେ ଦୁଇଟି ବସ୍ ମୁହାଁମୁହିଁ ଧକ୍କା ହେବା ଫଳରେ ବସ୍‌ରେ ବସିଥିବା କିଛି ଯାତ୍ରୀ ଝରକା କାଚ ଭାଙ୍ଗି ବାହାରକୁ ଛିଟିକି ପଡ଼ିଥିଲେ । ଏହି ଘଟଣା ପୁରସାରୀ ନିକଟରେ ଘଟିଥିବା କୁହାଯାଉଛି ।

ମିଳିଥିବା ସୂଚନା ମୁତାବକ, ରାଜସ୍ଥାନର ପାଖାପାଖି ୨୦ ଜଣ ତୀର୍ଥଯାତ୍ରୀ ଏକ ବସ୍‌ ଯୋଗେ ବଦ୍ରିନାଥ ଧାମ ଦର୍ଶନ ସାରି ଘରକୁ ଫେରୁଥିଲେ । ସେହି ସମୟରେ ରାସ୍ତାରେ ଚାମୋଲି ନିକଟ ପୁରସାରୀରେ ସେମାନଙ୍କ ବସ୍‌ ସମ୍ମୁଖକୁ ଆଉ ଏକ ବସ୍‌ ମାଡ଼ି ଆସିଥିଲା । ଫଳରେ ଉଭୟ ବସ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣା ଏତେ ଭୟାବହ ଥିଲା ଯେ ବଦ୍ରିନାଥରୁ ଫେରୁଥିବା ବସ୍‌ର ତୀର୍ଥଯାତ୍ରୀମାନେ ଝରକା କାଚ ଭାଙ୍ଗି ବାହାରକୁ ଛିଟିକି ପଡ଼ିଥିଲେ ।

ସୂଚନା ରହିଛି, ଏହି ଦୁର୍ଘଟଣାରେ ରାଜସ୍ଥାନର ୪ ଜଣ ତୀର୍ଥଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସା ପରେ ସମସ୍ତ ଆହତଙ୍କୁ ଡିସ୍‌ଚାର୍ଜ କରି ଦିଆଯାଇଛି । ବଦ୍ରିନାଥ ଧାମ ଦର୍ଶନ ପରେ ସମସ୍ତେ ବସ୍‌ ଯୋଗେ ରାଜସ୍ଥାନ ଫେରୁଥିଲେ । ତେବେ ଏହି ଘଟଣାକୁ ନେଇ କାହା ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇ ନାହିଁ । ଉଭୟ ପକ୍ଷ ମଧ୍ୟରେ ବୁଝାମଣା ହୋଇ ଯାଇଥିବା ପୋଲିସ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି ।

The post ଚାରିଧାମ ଯାତ୍ରା ବେଳେ ଦୁର୍ଘଟଣାର ଛାତିଥରା ଦୃଶ୍ୟ, ଝରକା କାଚ ଭାଙ୍ଗି ଛିଟିକି ପଡ଼ିଲେ ଯାତ୍ରୀ appeared first on KNews Odisha.