ଆଜିଠୁ ବିଜେଡିର ସଦସ୍ୟତା ସଂଗ୍ରହ ଅଭିଯାନ
ଭୁବନେଶ୍ୱର: ଆଜିଠୁ ବିଜେଡିର ସଦସ୍ୟତା ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି। ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ଶଙ୍ଖଭବନରେ ଏହାର ଶୁଭାରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଦଳରେ ପ୍ରଥମ ସଦସ୍ୟଭାବେ ଦସ୍ତଖତ କରି ଏକାମ୍ର ଭୁବନେଶ୍ୱରରୁ ସଦସ୍ୟତା ଗ୍ରହଣ କରିଛନ୍ତି ସଭାପତି ନବୀନ ପଟ୍ଟନାୟକ। ନବୀନଙ୍କୁ ସଦସ୍ୟ କରାଇଛନ୍ତି ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। ଉଭୟ ଅନଲାଇନ ଓ ମାନୁଆଲି ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ। ଏହି ଅବସରରେ ଅଭିଭାଷଣ ରଖି […]

ଭୁବନେଶ୍ୱର: ଆଜିଠୁ ବିଜେଡିର ସଦସ୍ୟତା ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି। ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀରେ ଶଙ୍ଖଭବନରେ ଏହାର ଶୁଭାରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଦଳରେ ପ୍ରଥମ ସଦସ୍ୟଭାବେ ଦସ୍ତଖତ କରି ଏକାମ୍ର ଭୁବନେଶ୍ୱରରୁ ସଦସ୍ୟତା ଗ୍ରହଣ କରିଛନ୍ତି ସଭାପତି ନବୀନ ପଟ୍ଟନାୟକ। ନବୀନଙ୍କୁ ସଦସ୍ୟ କରାଇଛନ୍ତି ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। ଉଭୟ ଅନଲାଇନ ଓ ମାନୁଆଲି ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି ବିଜେଡି ସୁପ୍ରିମୋ।
ଏହି ଅବସରରେ ଅଭିଭାଷଣ ରଖି ନବୀନ ପଟ୍ଟନାୟକ ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଛନ୍ତି ଉତ୍କଳମଣି ଗୋପବନ୍ଧୁଙ୍କ ଜୟନ୍ତୀ, ତ୍ୟାଗ ଓ ସେବାର ପ୍ରତୀକ। ଆଜିଠାରୁ ବିଜେଡିର ସଦସ୍ୟତା ଅଭିଯାନ ଆରମ୍ଭ ହେଲା। ଏହା ଏକ ରାଜନୈତିକ ଦଳର ଗୁରୁତ୍ୱପୂର୍ଣ୍ଣ କାମ। ଯାହା ଦଳକୁ ମଜବୁତ କରେ। ଆମ ସରକାର କରିଥିବା କାମ ଅନ୍ୟମାନଙ୍କ ପାଇଁ ମଡେଲ ହୋଇଛି । ଭାରତ ସରକାର ମଧ୍ୟ ଆମର ଅନେକ ଯୋଜନା ଆଡପ୍ଟ କରିଛନ୍ତି। ବିଜେଡି ସମୟରେ ରାଜ୍ୟରେ ବହୁତ ଭଲ କାମ ହୋଇଛି। ବିକାଶ, କଲ୍ୟାଣ ହେଉଛି ବିଜେଡିର ଫୋକସ। ବିକାଶ ଓ କଲ୍ୟାଣକାରୀ ଯୋଜନାରୁ ଓଡ଼ିଶାବାସୀଙ୍କୁ କେହି ବଞ୍ଚିତ କରିପାରିବେନି।
ବିଜେଡି ଓଡ଼ିଶାର ୧ନଂ ଦଳ, ଓଡ଼ିଶାବାସୀଙ୍କ ହୃଦୟରେ ବିଜେଡି ସର୍ବଦା ରହିଛି ବୋଲି ନବୀନ କହିଛନ୍ତି। ଉଭୟ ଫିଜିକାଲ ଓ ଡିଜିଟାଲ ମାଧ୍ୟମରେ ସଦସ୍ୟଙ୍କୁ ଯୋଡାଯିବ ବୋଲି କୁହାଯାଇଛି। ଭର୍ଚୁଆଲରେ ୩୦ଟି ଜିଲାରୁ ଯୋଡି ହୋଇଥିଲେ ବରିଷ୍ଠ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତା। ଏଥର ମଧ୍ୟ ୧କୋଟି ସଦସ୍ୟତା ଲକ୍ଷ୍ୟ ଛୁଇଁବାକୁ ଧାର୍ଯ୍ୟ ହୋଇଛି। ଆସନ୍ତା ୨ମାସ ପର୍ଯ୍ୟନ୍ତ ସଦସ୍ୟତା ସଂଗ୍ରହ ଅଭିଯାନ ଜାରି ରହିବ।