ହଟିବ ୧୫୦ ବର୍ଷର ବ୍ରିଟିଶ ଆଇନ
ଭୁବନେଶ୍ୱର : ସାରା ଦେଶରୁ ହଟିବ ବ୍ରିଟିଶ ଆଇନ I ଜୁଲାଇ ପହିଲାରୁ ଲାଗୁହେବ ନୂଆ ପୋଲିସ ଆଇନ I ୧୮୬୦ ମସିହାରୁ ଲାଗୁ ହୋଇଥିବା ବ୍ରିଟିଶ ନିୟମ ଖୁବ ଶୀଘ୍ର ହଟିଯିବ I ଏନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସହିତ ଆଲୋଚାନା କରିଛନ୍ତି ପୋଲିସ ଡିଜିପି ଅରୁଣ ଷଡ଼ଙ୍ଗୀ I ବୈଠକରେ ନୂଆ ଆଇନର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା ହୋଇଛି I ନୂଆ ଆଇନ ଆସିବା ପରେ ଆଇପିସି,ସିଆରପିସି ଓ ଏଭିଡେନ୍ସ ଆକ୍ଟକୁ ହଟାଇ ଦିଆଯିବ । […]

ଭୁବନେଶ୍ୱର : ସାରା ଦେଶରୁ ହଟିବ ବ୍ରିଟିଶ ଆଇନ I ଜୁଲାଇ ପହିଲାରୁ ଲାଗୁହେବ ନୂଆ ପୋଲିସ ଆଇନ I ୧୮୬୦ ମସିହାରୁ ଲାଗୁ ହୋଇଥିବା ବ୍ରିଟିଶ ନିୟମ ଖୁବ ଶୀଘ୍ର ହଟିଯିବ I ଏନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସହିତ ଆଲୋଚାନା କରିଛନ୍ତି ପୋଲିସ ଡିଜିପି ଅରୁଣ ଷଡ଼ଙ୍ଗୀ I ବୈଠକରେ ନୂଆ ଆଇନର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା ହୋଇଛି I ନୂଆ ଆଇନ ଆସିବା ପରେ ଆଇପିସି,ସିଆରପିସି ଓ ଏଭିଡେନ୍ସ ଆକ୍ଟକୁ ହଟାଇ ଦିଆଯିବ । ଇଣ୍ଡିଆନ ପେନାଲ କୋଡ୍ ପରିବର୍ତେ ଆସିବ ଭାରତୀୟ ନ୍ୟାୟ ସଂହିତା । ଆଜିର ବୈଠକରେ ସମସ୍ତ ରାଜ୍ୟର ପୋଲିସ ଡିଜି ଭିସି ମାଧ୍ୟମରେ ବୈଠକରେ ସାମିଲ ହୋଇଥିଲେ I ଫେବୃଆରୀ ମାସରେ ଏନେଇ ବିଜ୍ଞପ୍ତି ଜାରି ହୋଇଥିଲା I
ଦେଶରୁ ହଟିବ ସିଆରପିସି,ଆଇପିସି,ଏବଂ ଏଭିଡ଼େନ୍ସ ଆକ୍ଟ I ଇଣ୍ଡିଆନ ପେନାଲ କୋଡ଼ ପରିବର୍ତ୍ତେ ଆସିବ ‘ଭାରତୀୟ ନ୍ୟାୟ ସଂହିତା’ I ସେହିପରି ‘କୋଡ ଅଫ୍ କ୍ରିମିନାଲ ପେୟାସିଜିଅର’ପରିବର୍ତେ ଲାଗୁ ହେବ’ଭାରତୀୟ ନାଗରିକ ସୁରକ୍ଷା ସଂହିତା’। ‘ଇଣ୍ଡିଆନ ଏଭିଡେନ୍ସ ଆକ୍ଟ’ପରିବର୍ତେ ଲାଗୁ ହେବ ‘ଭାରତୀୟ ସାକ୍ଷ୍ୟ’। ଏଥିପୂର୍ବରୁ ୫୧୧ ଟି ସେକ୍ସନ ଥିଲା ବର୍ତ୍ତମାନ ୩୫୮ ଟି ସେକ୍ସନ ରହିବ I ୧୭୫ ଟି ସେକ୍ସନ ସଂଶୋଧନ କରାଯିବ I ପ୍ରାୟ ଦେଢ଼ଶହ ବର୍ଷ ଧରି ଚାଲି ଆସିଥିବା ଇଂରେଜ ପୋଲିସ ଆଇନର ପରିବର୍ତନ ହେବ I ଏନେଇ ନେସନାଲ କ୍ରାଇମ ରେକର୍ଡ ବ୍ୟୁରୋ ଏବଂ ଷ୍ଟେଟ କ୍ରିମ ରେକର୍ଡ ବ୍ୟୁରୋ ସହ ଆଲୋଚନା ଚାଲିଛି I
ନୂଆ ନିୟମକୁ କାର୍ଯ୍ୟକାର କରିବା ପାଇଁ ଯେଉଁ ସବୁ ପ୍ରାବଧାନ ରହିଛି ସେ ନେଇ ବରିଷ୍ଠ ଆଇପିଏସଙ୍କ ସହ ଆଲୋଚନା କରିଛନ୍ତି ଡିଜିପି । କ୍ରାଇମବ୍ରାଞ୍ଚ ଆଡିସନାଲ ଡିଜି ଅରୁଣ ବୋଥ୍ରାଙ୍କ ଅଧ୍ୟକ୍ଷତାରେ ଏକ କମିଟି ମଧ୍ୟ ଗଠନ କରାଯାଇଛି । କେନ୍ଦ୍ର ଗୃହସଚିବ ଏନେଇ ସମସ୍ତ ରାଜ୍ୟର ମୁଖ୍ୟ ଶାସନସଚିବ, ଗୃହ ସଚିବ, ଡିଜିପିଙ୍କ ସହ ଭିସି ଯୋଗେ ଆଲୋଚନା କରିଛନ୍ତି ।