ଗୌରବ ଖାନ୍ନା ସେଲିବ୍ରିଟି ମାଷ୍ଟରଶେଫ୍
ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଅଭିନେତା ଗୌରବ ଖାନ୍ନା ‘ସେଲିବ୍ରିଟି ମାଷ୍ଟରଶେଫ୍’ ପ୍ରଥମ ସିଜନର ଟାଇଟଲ ହାସଲ କରିଛନ୍ତି। ଶୁକ୍ରବାର ରାତିରେ ଆୟୋଜିତ ଗ୍ରାଣ୍ଡ ଫିନାଲେ କାର୍ଯ୍ୟକ୍ରମରେ ତାଙ୍କୁ ଶୋ’ର ଟାଇଟଲ ସହ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିଛି। ଅଭିନେତ୍ରୀ ନିକ୍କି ତମ୍ବୋଲିଙ୍କୁ ଗ୍ରାଣ୍ଡ ଫିନାଲେରେ ରନର ଅପ୍ ଘୋଷଣା କରାଯାଇଥିଲା। ପୂରା ସିଜନରେ ଗୌରବ ବିଭିନ୍ନ ପ୍ରକାରର ଡିଶ୍ ପ୍ରସ୍ତୁତ କରି ଶୋ’ର ବିଚାରକମଣ୍ଡଳୀକୁ ପ୍ରଭାବିତ କରିଥିଲେ। ଗ୍ରାଣ୍ଡ ଫିନାଲେ ସେରିମୋନିରେ ଗୌରବଙ୍କ […] The post ଗୌରବ ଖାନ୍ନା ସେଲିବ୍ରିଟି ମାଷ୍ଟରଶେଫ୍ appeared first on Dharitri Odia News.
ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ଅଭିନେତା ଗୌରବ ଖାନ୍ନା ‘ସେଲିବ୍ରିଟି ମାଷ୍ଟରଶେଫ୍’ ପ୍ରଥମ ସିଜନର ଟାଇଟଲ ହାସଲ କରିଛନ୍ତି। ଶୁକ୍ରବାର ରାତିରେ ଆୟୋଜିତ ଗ୍ରାଣ୍ଡ ଫିନାଲେ କାର୍ଯ୍ୟକ୍ରମରେ ତାଙ୍କୁ ଶୋ’ର ଟାଇଟଲ ସହ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିଛି। ଅଭିନେତ୍ରୀ ନିକ୍କି ତମ୍ବୋଲିଙ୍କୁ ଗ୍ରାଣ୍ଡ ଫିନାଲେରେ ରନର ଅପ୍ ଘୋଷଣା କରାଯାଇଥିଲା। ପୂରା ସିଜନରେ ଗୌରବ ବିଭିନ୍ନ ପ୍ରକାରର ଡିଶ୍ ପ୍ରସ୍ତୁତ କରି ଶୋ’ର ବିଚାରକମଣ୍ଡଳୀକୁ ପ୍ରଭାବିତ କରିଥିଲେ। ଗ୍ରାଣ୍ଡ ଫିନାଲେ ସେରିମୋନିରେ ଗୌରବଙ୍କ ସିଗ୍ନେଚର ଡିଶ୍ ପ୍ରେଜେଣ୍ଟେଶନ ବିଚାରକମାନଙ୍କ ହୃଦୟ ଜିତିପାରିଥିଲା। ଗୌରବ ଜଣେ ଲୋକପ୍ରିୟ ଟିଭି ଅଭିନେତା ହୋଇଥିବାବେଳେ ପୂରା ସିଜନରେ ରୋଷେଇ ଘରେ ଖାଦ୍ୟ ରାନ୍ଧିବାର ତାଙ୍କ ପ୍ରତିଭା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ସେଲିବ୍ରିଟି ମାଷ୍ଟରଶେଫ୍ର ସିଜନ-୧ ଗତ ଜାନୁଆରୀ ୨୭ରୁ ଆରମ୍ଭ ହୋଇଥିଲା। ଏହି ଶୋ’ରେ ସେଲିବ୍ରିଟି ଶେଫ୍ ରଣବୀର ସିଂ ବ୍ରାର୍ ଏବଂ ବିକାଶ ଖାନ୍ନା ବିଚାରପତି ଭାବେ ଦାୟିତ୍ୱ ନିର୍ବାହ କରିଥିବାବେଳେ ଫିଲ୍ମ ନିର୍ଦ୍ଦେଶିକା ଫରାହ ଖାନ୍ ଏହି ଶୋ’କୁ ହୋଷ୍ଟ କରିଥିଲେ। ପ୍ରସିଦ୍ଧ ମାଷ୍ଟରଶେଫ୍ ସଞ୍ଜୀବ କପୁର ଶୋ’ର ଗ୍ରାଣ୍ଡ ଫିନାଲେରେ ସ୍ବତନ୍ତ୍ର ବିଚାରକ ଭାବେ ଯୋଗଦେଇ ଗୌରବଙ୍କୁ ଏହି ଟ୍ରଫି ପ୍ରଦାନ କରିଥିଲେ।
The post ଗୌରବ ଖାନ୍ନା ସେଲିବ୍ରିଟି ମାଷ୍ଟରଶେଫ୍ appeared first on Dharitri Odia News.