ମାଓବାଦୀ ପ୍ରବଣ ଅଞ୍ଚଳରେ ମତ ସାବ୍ୟସ୍ତ କଲେ ଭୋଟର, ବୁଥ୍ ଉପରେ ତୀକ୍ଷ୍ଣ ନଜର
ଲାଞ୍ଜିଗଡ଼,୧୩ା୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକରେ ସାଧାରଣ ନିର୍ବାଚନ ସୋମବାର ସକାଳ ୭ଟାରୁ ଶାନ୍ତିଶୃଙ୍ଖଳା ସହ ଆରମ୍ଭ ହୋଇଥିବା ବେଳେ ମାଓବାଦୀ ପ୍ରବଣ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମତ ସାବ୍ୟସ୍ତ କରିଛନ୍ତି ଭୋଟର। ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲାଞ୍ଜିଗଡ଼ ବ୍ଲକ ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ତ୍ରିଲୋଚନ ପଞ୍ଚାୟତର ଗୌଡ଼ ଥୁଆଗୁଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ ଏବଂ ତ୍ରିଲୋଚନପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ମତଦାନ କେନ୍ଦ୍ର ଅନୁଷ୍ଠିତ ହୋଇଛି। ଆଜି ମେଘୁଆ ପାଗ […] The post ମାଓବାଦୀ ପ୍ରବଣ ଅଞ୍ଚଳରେ ମତ ସାବ୍ୟସ୍ତ କଲେ ଭୋଟର, ବୁଥ୍ ଉପରେ ତୀକ୍ଷ୍ଣ ନଜର appeared first on Dharitri Odia News.
ଲାଞ୍ଜିଗଡ଼,୧୩ା୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକରେ ସାଧାରଣ ନିର୍ବାଚନ ସୋମବାର ସକାଳ ୭ଟାରୁ ଶାନ୍ତିଶୃଙ୍ଖଳା ସହ ଆରମ୍ଭ ହୋଇଥିବା ବେଳେ ମାଓବାଦୀ ପ୍ରବଣ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମତ ସାବ୍ୟସ୍ତ କରିଛନ୍ତି ଭୋଟର। ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲାଞ୍ଜିଗଡ଼ ବ୍ଲକ ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ତ୍ରିଲୋଚନ ପଞ୍ଚାୟତର ଗୌଡ଼ ଥୁଆଗୁଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟ ଏବଂ ତ୍ରିଲୋଚନପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ମତଦାନ କେନ୍ଦ୍ର ଅନୁଷ୍ଠିତ ହୋଇଛି। ଆଜି ମେଘୁଆ ପାଗ ରହିଥିବାରୁ ସକାଳୁ ଦୁର୍ଗମ ଅଞ୍ଚଳର କୁଟିଆ କନ୍ଧ ଆଦିମ ଅଧିବାସୀମାନେ ବହୁ ସଂଖ୍ୟାରେ ମହିଳା, ବୃଦ୍ଧା,ବୃଦ୍ଧ ଓ ପୁରୁଷମାନେ ଭୋଟ୍ କେନ୍ଦ୍ରକୁ ଆସି ସେମାନଙ୍କର ମତଦାନ ସାବ୍ୟସ୍ତ କରିଛନ୍ତି। ଯଦିଓ ଏହି ମତଦାନ କେନ୍ଦ୍ରରେ ଟାଣ ଖରା ପାଇଁ ଛାଉଁଣି ଓ ପାନୀୟ ଜଳ, ବିଦ୍ୟୁତ୍, ପ୍ରାଥମିକ ଚିକିତ୍ସା ଆଦିର ବ୍ୟବସ୍ଥା କରାଯାଇଥିବା ବେଳେ ପାଗ ଭଲ ଥିବାରୁ ଭୋଟରମାନେ ସୁରୁଖୁରୁରେ ଭୋଟ ଦେଉଛନ୍ତି ବୋଲି ପ୍ରିଜାଇଡିଂ ଅଫିସର ପର୍ଶୁରାମ ରାଉତ ଏବଂ ସୁଶାନ୍ତ କୁମାର ଠାକୁର ସୂଚନା ଦେଇଛନ୍ତି। ସେହିପରି ସୁରୁଖୁରୁରେ ଲାଞ୍ଜିଗଡ଼ ବ୍ଲକର ୨୬ଟି ପଞ୍ଚାୟତରେ ନିର୍ବାଚନ ପ୍ରକ୍ରିୟା ଚାଲୁ ରହିଛି।
The post ମାଓବାଦୀ ପ୍ରବଣ ଅଞ୍ଚଳରେ ମତ ସାବ୍ୟସ୍ତ କଲେ ଭୋଟର, ବୁଥ୍ ଉପରେ ତୀକ୍ଷ୍ଣ ନଜର appeared first on Dharitri Odia News.