ପହିଲି ରଜରେ ହତ୍ୟା, ପୁଅର କାଠ ଫାଳିଆ ଆକ୍ରମଣରେ ବାପ ମୃତ

ବାଙ୍ଗିରିପୋଷି : ପୁଅର କାଠ ଫାଳିଆ ମାଡ଼ରେ ବାପ ମୃତ । ଏଭଳି ଘଟଣା ଝାରପୋଖରୀଆ ଥାନା ଅଧୀନ ଦିଗାରୀଶୋଳ ଗାଁରେ ଘଟିଛି । ମୃତକ ଜଣକ ହେଲେ ସେହି ଗାଁର ଜଟିଆ ମୁଣ୍ଢା । ସୂଚନା ଅନୁଯାଇ ଗତ ଗୁରୁବାର ରାତିରେ କୌଣସି କାରଣ ନେଇ ବାପ ପୁଅ ମଧ୍ୟରେ ବଚସା ସହିତ ଝଗଡା ହୋଇଥିଲା । ସେତିକିରେ ରାଗିଯାଇ ବାପ ମୁଣ୍ଡ ଓ ଦେହରେ କାଠ ଫଳିଆରେ ମାଡ଼ ମାରିଥିଲା ପୁଅ । ଗୁରୁତର […] The post ପହିଲି ରଜରେ ହତ୍ୟା, ପୁଅର କାଠ ଫାଳିଆ ଆକ୍ରମଣରେ ବାପ ମୃତ appeared first on KNews Odisha.

ପହିଲି ରଜରେ ହତ୍ୟା, ପୁଅର କାଠ ଫାଳିଆ ଆକ୍ରମଣରେ ବାପ ମୃତ
murder case

ବାଙ୍ଗିରିପୋଷି : ପୁଅର କାଠ ଫାଳିଆ ମାଡ଼ରେ ବାପ ମୃତ । ଏଭଳି ଘଟଣା ଝାରପୋଖରୀଆ ଥାନା ଅଧୀନ ଦିଗାରୀଶୋଳ ଗାଁରେ ଘଟିଛି । ମୃତକ ଜଣକ ହେଲେ ସେହି ଗାଁର ଜଟିଆ ମୁଣ୍ଢା ।

ସୂଚନା ଅନୁଯାଇ ଗତ ଗୁରୁବାର ରାତିରେ କୌଣସି କାରଣ ନେଇ ବାପ ପୁଅ ମଧ୍ୟରେ ବଚସା ସହିତ ଝଗଡା ହୋଇଥିଲା । ସେତିକିରେ ରାଗିଯାଇ ବାପ ମୁଣ୍ଡ ଓ ଦେହରେ କାଠ ଫଳିଆରେ ମାଡ଼ ମାରିଥିଲା ପୁଅ । ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଶୀର୍ଷା ଗୋଷ୍ଠୀ କେନ୍ଦ୍ରରେ ଭର୍ତ୍ତି କରାଯାଇ ଚିକିତ୍ସା ପରେ ଘରକୁ ନେଇଆସିଥିଲେ ।  ତେବେ ଆଜି ତାଙ୍କର ମୃତ୍ୟୁ ଘଟିଥିଲା । ମୃତକଙ୍କ ସାନ ପୁଅ  ସାଗର ମୁଣ୍ଢାଙ୍କ ଲିଖତ ଅଭିଯୋଗକୁ ଆଧାର କରି ଘଟଣା ସ୍ଥଳରେ ଝାରପୋଖରୀଆ ପୋଲିସ ପହଞ୍ଚି ମୃତଦେହ ଜବଦ କରିବା ସହିତ ଅଭିଯୁକ୍ତ ପୁଅ ଚନ୍ଧନ ମୁଣ୍ଡାକୁ ଅଟକ ରଖି ତଦନ୍ତ ଜାରି ରଖିଛି ।

 

Also read :ମଧ୍ୟାହ୍ନ ଭୋଜନ ବେଳେ ମେଡିକାଲ ହଷ୍ଟେଲ ଉପରେ ପଡ଼ିଲା ବିମାନ, ୫ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ

The post ପହିଲି ରଜରେ ହତ୍ୟା, ପୁଅର କାଠ ଫାଳିଆ ଆକ୍ରମଣରେ ବାପ ମୃତ appeared first on KNews Odisha.