ବିରୋଧୀ ଦଳ ନେତାଙ୍କୁ ଭେଟିଲେ BJD ପୋଲାଭରମ୍ ଟିମ୍, ପ୍ରକଳ୍ପକୁ ସବୁ ସ୍ତରରେ ବିରୋଧ କରାଯିବ
ଭୁବନେଶ୍ବର ୧୦।୯: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ବିଜୁ ଜନତା ଦଳର ପୋଲାଭରମ୍ ଟିମ୍ ନବୀନ ନିବାସରେ ଭେଟି ତାଙ୍କର ରିପୋର୍ଟ ପ୍ରଦାନ କରିଛନ୍ତି । ଏ ଅବସରରେ ସେମାନେ ବିରୋଧି ଦଳ ନେତାଙ୍କୁ ପ୍ରକଳ୍ପ ଅଞ୍ଚଳର ବାସ୍ତବ ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ । ଏହି ପ୍ରକଳ୍ପ ଦ୍ୱାରା ମାଲକାନଗିରିର ମୋଟୁ ପଞ୍ଚାୟତ ସମେତ କାଲିମେଳା ଓ ପଡ଼ିଆ ବ୍ଲକର ୨୩୬ଟି ଗାଁର ଲୋକମାନେ କ୍ଷତିଗ୍ରସ୍ତ ହେବେ । ସେମାନଙ୍କର ଭିଟାମାଟି ଓ ଜୀବୀକା ଉଜୁଡିଯିବ । ମାଲକାନଗିରି ଜିଲ୍ଲାରେ ସାଧାରଣତଃ ଅଧିକ ବର୍ଷା ହୋଇଥାଏ । ତେଣୁ ଏ ପ୍ରକଳ୍ପ, ପରିସ୍ଥିତିକୁ ଆହୁରି ଜଟିଳ କରିବ ବୋଲି ପ୍ରତିନିଧି ଦଳ ମତବ୍ୟକ୍ତ କରିଥିଲେ ।ଏହି ପରିପ୍ରେକ୍ଷୀରେ ପ୍ରକଳ୍ପକୁ ସବୁ ସ୍ତରରେ ପାର୍ଲିଆମେଣ୍ଟ ଠାରୁ ଆରମ୍ଭ କରି ବିଧାନସଭା ତଥା ପଞ୍ଚାୟତ ସ୍ତରରେ ଦୃଢ଼ ବିରୋଧ କରିବା ପାଇଁ ବିରୋଧୀ ଦଳ ନେତା ପରାମର୍ଶ ଦେଇଥିଲେ । ସେ କହିଥିଲେ ଆଦିବାସୀ ଭାଇଭଉଣୀମାନଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ବିଜୁ ଜନତା ଦଳ ସବୁ ବେଳେ ପ୍ରାଥମିକତା ଦେଇଆସିଛି । ଆଦିବାସୀ ଭାଇଭଉଣୀମାନଙ୍କ ହକ୍ ପାଇଁ ବିଜୁ ଜନତା ଦଳ ତାର ଲଢ଼େଇ ଜାରି ରଖିବ ବୋଲି ନବୀନ ପଟ୍ଟନାୟକ କହିଥିଲେ ।ଏହି ପ୍ରତିନିଧି ଦଳରେ ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ରଙ୍କ ସମେତ ସାଂସଦ ମୁନ୍ନା ଖାଁ, ବିଧାୟକ ମନୋହର ରାନ୍ଧାରୀ, ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ବିଧାୟକ ଝିନ ହିକକା, ଭ୍ରୁଗୁ ବକ
ଭୁବନେଶ୍ବର ୧୦।୯: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ବିଜୁ ଜନତା ଦଳର ପୋଲାଭରମ୍ ଟିମ୍ ନବୀନ ନିବାସରେ ଭେଟି ତାଙ୍କର ରିପୋର୍ଟ ପ୍ରଦାନ କରିଛନ୍ତି । ଏ ଅବସରରେ ସେମାନେ ବିରୋଧି ଦଳ ନେତାଙ୍କୁ ପ୍ରକଳ୍ପ ଅଞ୍ଚଳର ବାସ୍ତବ ସ୍ଥିତି ସମ୍ପର୍କରେ ଅବଗତ କରାଇଥିଲେ । ଏହି ପ୍ରକଳ୍ପ ଦ୍ୱାରା ମାଲକାନଗିରିର ମୋଟୁ ପଞ୍ଚାୟତ ସମେତ କାଲିମେଳା ଓ ପଡ଼ିଆ ବ୍ଲକର ୨୩୬ଟି ଗାଁର ଲୋକମାନେ କ୍ଷତିଗ୍ରସ୍ତ ହେବେ । ସେମାନଙ୍କର ଭିଟାମାଟି ଓ ଜୀବୀକା ଉଜୁଡିଯିବ । ମାଲକାନଗିରି ଜିଲ୍ଲାରେ ସାଧାରଣତଃ ଅଧିକ ବର୍ଷା ହୋଇଥାଏ । ତେଣୁ ଏ ପ୍ରକଳ୍ପ, ପରିସ୍ଥିତିକୁ ଆହୁରି ଜଟିଳ କରିବ ବୋଲି ପ୍ରତିନିଧି ଦଳ ମତବ୍ୟକ୍ତ କରିଥିଲେ ।
ଏହି ପରିପ୍ରେକ୍ଷୀରେ ପ୍ରକଳ୍ପକୁ ସବୁ ସ୍ତରରେ ପାର୍ଲିଆମେଣ୍ଟ ଠାରୁ ଆରମ୍ଭ କରି ବିଧାନସଭା ତଥା ପଞ୍ଚାୟତ ସ୍ତରରେ ଦୃଢ଼ ବିରୋଧ କରିବା ପାଇଁ ବିରୋଧୀ ଦଳ ନେତା ପରାମର୍ଶ ଦେଇଥିଲେ । ସେ କହିଥିଲେ ଆଦିବାସୀ ଭାଇଭଉଣୀମାନଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ବିଜୁ ଜନତା ଦଳ ସବୁ ବେଳେ ପ୍ରାଥମିକତା ଦେଇଆସିଛି । ଆଦିବାସୀ ଭାଇଭଉଣୀମାନଙ୍କ ହକ୍ ପାଇଁ ବିଜୁ ଜନତା ଦଳ ତାର ଲଢ଼େଇ ଜାରି ରଖିବ ବୋଲି ନବୀନ ପଟ୍ଟନାୟକ କହିଥିଲେ ।
ଏହି ପ୍ରତିନିଧି ଦଳରେ ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ରଙ୍କ ସମେତ ସାଂସଦ ମୁନ୍ନା ଖାଁ, ବିଧାୟକ ମନୋହର ରାନ୍ଧାରୀ, ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ବିଧାୟକ ଝିନ ହିକକା, ଭ୍ରୁଗୁ ବକ୍ସିପାତ୍ର, ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଓ ବିଜେଡିର ମିଡିଆ ସଂଯୋଜକ ପ୍ରିୟବ୍ରତ ମାଝୀ ପ୍ରମୁଖ ଆସି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ।
You Can Read:
ରାଜ୍ୟରେ ଘଟିଥିବା ରହସ୍ୟଜନକ ମୃତ୍ୟୁର ତଦନ୍ତ ଭାର ସିବିଆଇକୁ ଦିଆଯାଉ : ଜୟ ନାରାୟଣ ମିଶ୍ର