ଟ୍ରମ୍ପ ଆସିଲେ, ପୁଞ୍ଜି ବଜାରରେ ହରିୟାଲି: ଷ୍ଟକ୍ ମାର୍କଟରେ ପଡିଲା ଇଫେକ୍ଟ
ନୂଆଦିଲ୍ଲୀ ୦୬/୧୧: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ୪ ବର୍ଷ ପରେ ପୁଣି ଥରେ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ଡୋନାଲ୍ଡ ଟ୍ରମ୍ଫ । କମଳା ହାରିସ୍ଙ୍କୁ ହରାଇ ବିଜୟଲାଭ କରିଛନ୍ତି ରିପବ୍ଲିକାନ୍ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ । ଆଜି ପ୍ରାରମ୍ଭରୁ ହିଁ କମଳା ହାରିସ୍ଙ୍କୁ ପଛରେ ପକାଇ ଆଗୁଆ ରହିଥିଲେ ଟ୍ରମ୍ପ । ଯାହାର ପ୍ରଭାବ ବିଶ୍ୱ ବଜାର ଉପରେ ଦେଖିବାକୁ ମିଳିଥିଲା । କେବଳ ଗ୍ଲୋବାଲ ମାର୍କେଟ ନୁହେଁ ବରଂ ଭାରତୀୟ ଷ୍ଟକ୍ ମାର୍କେଟରେ ମଧ୍ୟ ଆଜି ଉତ୍ସାହ ଦେଖିବାକୁ ମିଳିଛି । ଗ୍ଲୋବାଲ ବ୍ରୋକରେଜ୍ ଫାର୍ମ Emkey Global ଆଶା ରଖିଛି ଯେ ଟ୍ରମ୍ପଙ୍କ ବିଜୟ ସେୟାର ବଜାର ଉପରେ ସକରାତ୍ମକ ପ୍ରଭାବ ପକାଇବ । ବ୍ରୋକରେଜ୍ ରିପୋର୍ଟରେ ଦର୍ଶାଯାଇଥିବା ଆକଳନଗୁଡିକର ପ୍ରଭାବ, ଭରତୀୟ ଷ୍ଟକ୍ ମାର୍କେଟରେ ଦେଖିବାକୁ ମିଳିଛି । ବୁଧବାର ଦିନ ଆମେରିକାରେ ନିର୍ବାଚନ ଫଳାଫଳ ମଧ୍ୟରେ ଷ୍ଟକ ମାର୍କେଟରେ ଉତ୍ସାହ ଭରିଛି । ଆଜି BSE ସେନ୍ସେକ୍ସ ୭୯,୭୭୧.୮୨ ରେ ଖୋଲିଛି, ଯାହା ଗତକାଲିଠାରୁ ୨୯୫ ପଏଣ୍ଟ ବୃଦ୍ଧି ପାଇଛି । ଯେଉଁଠାରେ NSE ନିଫ୍ଟି ୨୪,୩୦୮.୭୫ ସ୍ତରରେ ଖୋଲିଛି ।ଷ୍ଟକ୍ ମାର୍କେଟରେ ଏହି ଗତି ଏବେ ବି ଜାରି ରହିଛି ଏବଂ ଖବର ଲେଖିହେବା ପର୍ଯ୍ୟନ୍ତ, ଅର୍ଥାତ ଦିନ ୧.୩୦ ସୁଦ୍ଧା ସେନସେକ୍ସ ୮୧୦ ପଏଣ୍ଟ ବଢ଼ିବା ସହ ୮୦,୨୮୭ ଟ୍ରେଡ୍ କରୁଛି । ଏହା ବ୍ୟତୀତ ନିଫ୍ଟି ୨୪୫ ପଏଣ୍ଟ ବଢ଼ିବା ସ
ନୂଆଦିଲ୍ଲୀ ୦୬/୧୧: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ୪ ବର୍ଷ ପରେ ପୁଣି ଥରେ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି ଡୋନାଲ୍ଡ ଟ୍ରମ୍ଫ । କମଳା ହାରିସ୍ଙ୍କୁ ହରାଇ ବିଜୟଲାଭ କରିଛନ୍ତି ରିପବ୍ଲିକାନ୍ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ । ଆଜି ପ୍ରାରମ୍ଭରୁ ହିଁ କମଳା ହାରିସ୍ଙ୍କୁ ପଛରେ ପକାଇ ଆଗୁଆ ରହିଥିଲେ ଟ୍ରମ୍ପ ।
ଯାହାର ପ୍ରଭାବ ବିଶ୍ୱ ବଜାର ଉପରେ ଦେଖିବାକୁ ମିଳିଥିଲା । କେବଳ ଗ୍ଲୋବାଲ ମାର୍କେଟ ନୁହେଁ ବରଂ ଭାରତୀୟ ଷ୍ଟକ୍ ମାର୍କେଟରେ ମଧ୍ୟ ଆଜି ଉତ୍ସାହ ଦେଖିବାକୁ ମିଳିଛି । ଗ୍ଲୋବାଲ ବ୍ରୋକରେଜ୍ ଫାର୍ମ Emkey Global ଆଶା ରଖିଛି ଯେ ଟ୍ରମ୍ପଙ୍କ ବିଜୟ ସେୟାର ବଜାର ଉପରେ ସକରାତ୍ମକ ପ୍ରଭାବ ପକାଇବ ।
ବ୍ରୋକରେଜ୍ ରିପୋର୍ଟରେ ଦର୍ଶାଯାଇଥିବା ଆକଳନଗୁଡିକର ପ୍ରଭାବ, ଭରତୀୟ ଷ୍ଟକ୍ ମାର୍କେଟରେ ଦେଖିବାକୁ ମିଳିଛି । ବୁଧବାର ଦିନ ଆମେରିକାରେ ନିର୍ବାଚନ ଫଳାଫଳ ମଧ୍ୟରେ ଷ୍ଟକ ମାର୍କେଟରେ ଉତ୍ସାହ ଭରିଛି । ଆଜି BSE ସେନ୍ସେକ୍ସ ୭୯,୭୭୧.୮୨ ରେ ଖୋଲିଛି, ଯାହା ଗତକାଲିଠାରୁ ୨୯୫ ପଏଣ୍ଟ ବୃଦ୍ଧି ପାଇଛି । ଯେଉଁଠାରେ NSE ନିଫ୍ଟି ୨୪,୩୦୮.୭୫ ସ୍ତରରେ ଖୋଲିଛି ।
ଷ୍ଟକ୍ ମାର୍କେଟରେ ଏହି ଗତି ଏବେ ବି ଜାରି ରହିଛି ଏବଂ ଖବର ଲେଖିହେବା ପର୍ଯ୍ୟନ୍ତ, ଅର୍ଥାତ ଦିନ ୧.୩୦ ସୁଦ୍ଧା ସେନସେକ୍ସ ୮୧୦ ପଏଣ୍ଟ ବଢ଼ିବା ସହ ୮୦,୨୮୭ ଟ୍ରେଡ୍ କରୁଛି । ଏହା ବ୍ୟତୀତ ନିଫ୍ଟି ୨୪୫ ପଏଣ୍ଟ ବଢ଼ିବା ସହ ୨୪,୪୫୯ ପଏଣ୍ଟରେ ଟ୍ରେଡ୍ କରୁଛି ।
ସୂଚନା ଅନୁସାରେ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେଲେ ଡୋନାଲ୍ଡ ଟ୍ରମ୍ପ । ଆମେରିକୀୟ ମିଡିଆ ନେଟୱର୍କର ପ୍ରାରମ୍ଭିକ ଫଳାଫଳ ଅନୁସାରେ ପୂର୍ବତନ ରାଷ୍ଟ୍ରପତି ରିପବ୍ଲିକାନ୍ ପ୍ରାର୍ଥୀ ଟ୍ରମ୍ପ ଆଗରେ ରହିଥିଲେ । ତାଙ୍କୁ ୨୪୬ଟି ଇଲେକ୍ଟୋରାଲ୍ ଭୋଟ୍ ମିଳିଛି । ସେପଟେ ଡେମୋକ୍ରାଟିକ ପ୍ରାର୍ଥୀ କମଳା ହାରିସଙ୍କୁ ୨୧୦ ଇଲେକ୍ଟୋରାଲ ଭୋଟ୍ ମିଳିଥିବା ଜଣାପଡିଛି । ଆମେରିକାରେ ମୋଟ ୫୦ ରାଜ୍ୟ । ମୋଟ୍ ଇଲେକ୍ଟୋରାଲ୍ କଲେଜ ୫୩୮ । ବହୁମତ ପାଇଁ ଆବଶ୍ୟକ ୨୭୦ରୁ ଅଧିକ । ତେବେ ଆମେରିକାରେ ଖେଳ ବିଗାଡି ଥିଲେ ୭ ସ୍ୱିଙ୍ଗ ଷ୍ଟେଟ୍ । ଏହି ୭ ସ୍ୱିଙ୍ଗ ଷ୍ଟେଟର ମୋଟ୍ ସିଟ୍ ସଂଖ୍ୟା ହେଉଛି ୯୩ । ଫଳ ପ୍ରକାଶ ପରେ ଜାନୁଆରୀ ୨୦ ତାରିଖରେ ଶପଥ ନେବେ ନୂଆ ରାଷ୍ଟ୍ରପତି ।