ଏମ୍ ଏସ ଆଇନ ବିଶ୍ଵ ବିଦ୍ୟାଳୟରେ ଅସନ୍ତୋଷ, ଷଷ୍ଠ ବଦଳରେ ଦିଆଗଲା ପଞ୍ଚମ ସେମିଷ୍ଟର ପ୍ରଶ୍ନ

କଟକ ୨୨/୦୪: ଷଷ୍ଠ ସେମିଷ୍ଟର ସ୍ଥାନରେ ପରିକ୍ଷାର୍ଥୀ ମାନଙ୍କୁ ମିଳିଲା ପଞ୍ଚମ ସେମିଷ୍ଟର ପ୍ରଶ୍ନପତ୍ର । ଯାହାକୁ ନେଇ ବିଶ୍ଵ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ଏମିତି ଏକ ଘଟଣା ଦେଖିବାକୁ ମିଳିଛି କଟକ ମଧୁସୂଦନ ଆଇନ ବିଶ୍ଵ ବିଦ୍ୟାଳୟରେ । ଆଜି ତିନି ବର୍ଷୀୟ ଏଲ ଏଲ ବି ଷଷ୍ଠ ସେମିଷ୍ଟର ଲେବର ଲ ର ପରୀକ୍ଷା ଥିଲା । ହେଲେ ଏହି ପରୀକ୍ଷାରେ ପ୍ରଶ୍ନ ଗୁଡ଼ିକ ସଂପୂର୍ଣ୍ଣ ଭୁଲ ଆସିଥିଲା । ଷଷ୍ଠ ସେମିଷ୍ଟର ସ୍ଥାନରେ ପଞ୍ଚମ ସେମିଷ୍ଟର ର ପ୍ରଶ୍ନ ଗୁଡ଼ିକ ମିଳିଥିଲା । ଯାହା ଫଳରେ ଛାତ୍ର ଛାତ୍ରୀ ମାନଙ୍କର ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । ଏହା ପରେ ବିଶ୍ଵ ବିଦ୍ୟାଳୟ କର୍ତ୍ତୃପକ୍ଷ ଆଜିର ପରୀକ୍ଷାକୁ ବାତିଲ କରିଥିଲେ । ସବୁଠାରୁ ବଡ଼ କଥା ହେଲା କି ପରୀକ୍ଷାର୍ଥୀ ମାନେ ବହୁ ପରିଶ୍ରମ କରି ଆଜି ପରୀକ୍ଷା ଦେବାକୁ ଆସିଥିବା ବେଳେ ଏଭଳି ଘଟିଥିଲା । ଯାହାକୁ ନେଇ ବିଶ୍ଵ ବିଦ୍ୟାଳୟ ଉପରେ ବର୍ଷିଛନ୍ତି ଛାତ୍ର ଛାତ୍ରୀ । ଅନ୍ୟପଟେ ଏହି ଘଟଣା ଉପରେ ପ୍ରତିକ୍ରିୟା ରଖିବାକୁ କୁଳପତିଙ୍କ ସହ ଯୋଗାଯୋଗ କରାଯାଇଥିଲେ ହେଁ କୌଣସି ସୂଚନା ଦେବାକୁ ମନା କରିଥିଲେ । 

ଏମ୍ ଏସ ଆଇନ ବିଶ୍ଵ ବିଦ୍ୟାଳୟରେ ଅସନ୍ତୋଷ, ଷଷ୍ଠ ବଦଳରେ ଦିଆଗଲା ପଞ୍ଚମ ସେମିଷ୍ଟର ପ୍ରଶ୍ନ

କଟକ ୨୨/୦୪: ଷଷ୍ଠ ସେମିଷ୍ଟର ସ୍ଥାନରେ ପରିକ୍ଷାର୍ଥୀ ମାନଙ୍କୁ ମିଳିଲା ପଞ୍ଚମ ସେମିଷ୍ଟର ପ୍ରଶ୍ନପତ୍ର । ଯାହାକୁ ନେଇ ବିଶ୍ଵ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । 

ଏମିତି ଏକ ଘଟଣା ଦେଖିବାକୁ ମିଳିଛି କଟକ ମଧୁସୂଦନ ଆଇନ ବିଶ୍ଵ ବିଦ୍ୟାଳୟରେ । ଆଜି ତିନି ବର୍ଷୀୟ ଏଲ ଏଲ ବି ଷଷ୍ଠ ସେମିଷ୍ଟର ଲେବର ଲ ର ପରୀକ୍ଷା ଥିଲା । ହେଲେ ଏହି ପରୀକ୍ଷାରେ ପ୍ରଶ୍ନ ଗୁଡ଼ିକ ସଂପୂର୍ଣ୍ଣ ଭୁଲ ଆସିଥିଲା । ଷଷ୍ଠ ସେମିଷ୍ଟର ସ୍ଥାନରେ ପଞ୍ଚମ ସେମିଷ୍ଟର ର ପ୍ରଶ୍ନ ଗୁଡ଼ିକ ମିଳିଥିଲା । ଯାହା ଫଳରେ ଛାତ୍ର ଛାତ୍ରୀ ମାନଙ୍କର ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । ଏହା ପରେ ବିଶ୍ଵ ବିଦ୍ୟାଳୟ କର୍ତ୍ତୃପକ୍ଷ ଆଜିର ପରୀକ୍ଷାକୁ ବାତିଲ କରିଥିଲେ । 


ସବୁଠାରୁ ବଡ଼ କଥା ହେଲା କି ପରୀକ୍ଷାର୍ଥୀ ମାନେ ବହୁ ପରିଶ୍ରମ କରି ଆଜି ପରୀକ୍ଷା ଦେବାକୁ ଆସିଥିବା ବେଳେ ଏଭଳି ଘଟିଥିଲା । ଯାହାକୁ ନେଇ ବିଶ୍ଵ ବିଦ୍ୟାଳୟ ଉପରେ ବର୍ଷିଛନ୍ତି ଛାତ୍ର ଛାତ୍ରୀ । ଅନ୍ୟପଟେ ଏହି ଘଟଣା ଉପରେ ପ୍ରତିକ୍ରିୟା ରଖିବାକୁ କୁଳପତିଙ୍କ ସହ ଯୋଗାଯୋଗ କରାଯାଇଥିଲେ ହେଁ କୌଣସି ସୂଚନା ଦେବାକୁ ମନା କରିଥିଲେ ।