ନୋଏଲ୍ ଟାଟା ହେଲେ ଟାଟା ଟ୍ରଷ୍ଟର ନୂଆ ଚେୟାରମ୍ୟାନ୍,ସର୍ବସମ୍ମତି କ୍ରମେ ନିଷ୍ପତ୍ତି
ନୂଆଦିଲ୍ଲୀ ୧୧/୧୦: ଟାଟା ଟ୍ରଷ୍ଟର ନୂତନ ଚେୟାରମ୍ୟାନ୍ ନୋଏଲ୍ ଟାଟା । ନୋଏଲ୍ ଟାଟାଙ୍କୁ ଟାଟା ଟ୍ରଷ୍ଟର ନୂତନ ଚେୟାରମ୍ୟାନ୍ କରାଯାଇଛି । ସ୍ୱର୍ଗତ ରତନ ଟାଟାଙ୍କ ମୃତ୍ୟୁ ପରେ ଏହି ଦାୟିତ୍ୱ ନୋଏଲ୍ ଟାଟାଙ୍କୁ ଦିଆଯାଇଛି । ୧୯୯୧ ରେ ଯେତେବେଳେ ରତନ ଟାଟାଙ୍କୁ ଟାଟା ଗ୍ରୁପର ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା । ସେତେବେଳେ ସେ ଟାଟା ଟ୍ରଷ୍ଟର ଚେୟାରମ୍ୟାନ୍ ହୋଇଥିଲେ । କିନ୍ତୁ ବର୍ତ୍ତମାନ ଟାଟା ଟ୍ରଷ୍ଟର ସର୍ବସମ୍ମତି କ୍ରମେ ନୋଏଲ୍ ଟାଟାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି । ନୋଏଲ୍ ଟାଟା ହେଉଛିନ୍ତି ରତନ ଟାଟାଙ୍କ ସାବତ ଭାଇ । ଯିଏକି ଗତ ୪୦ ବର୍ଷ ଧରି ଟାଟା ଗ୍ରୁପ୍ ସହିତ ଜଡିତ ଥିଲେ । ଟାଟା ଟ୍ରଷ୍ଟର କାର୍ଯ୍ୟରେ ନୋଏଲ୍ ଟାଟା ବହୁତ ସକ୍ରିୟ ଭୂମିକା ଗ୍ରହଣ କରିଛି । ବର୍ତ୍ତମାନ, ସେ ସାର୍ ରତନ ଟାଟା ଟ୍ରଷ୍ଟ ଏବଂ ଟାଟା ଟ୍ରଷ୍ଟ ଅଧୀନରେ ଆସୁଥିବା ସାର୍ ଦୋରାବଜୀ ଟାଟା ଟ୍ରଷ୍ଟର ଟ୍ରଷ୍ଟି ଅଟନ୍ତି । ଏହି ଟ୍ରଷ୍ଟ କେବଳ ଟାଟା ଗ୍ରୁପ୍ ର ଚାଣକ୍ୟ କାର୍ଯ୍ୟକଳାପକୁ ପରିଚାଳନା କରେ ନାହିଁ, ଟାଟା ଗ୍ରୁପ୍ ର ପ୍ୟାରେଣ୍ଟ୍ କମ୍ପାନୀ ଟାଟା ସନ୍ସରେ ମଧ୍ୟ ୬୬% ଅଂଶଧନ ରହିଛି । ନୋଏଲ୍ ଟାଟା ଅନେକ ଟାଟା ଗ୍ରୁପ୍ କମ୍ପାନୀର ବୋର୍ଡରେ ଅଛି । ସେ ଟାଟା ଗ୍ରୁପର ଖୁଚୁରା କମ୍ପାନୀ ଟ୍ରେଣ୍ଟ, ଟାଟା ଇଣ୍ଟରନ୍ୟାସନାଲ ଲିମିଟେଡ, ଟାଟା ଇନଭେଷ୍ଟମେଣ୍ଟ କର୍ପୋରେସନ ଏବଂ ଟାଟା ଷ୍ଟିଲ ଏବଂ ଟାଇଟାନର ଉପାଧ୍ୟକ୍ଷ ମଧ୍ୟ ଅଛନ୍ତି । ତାଙ
ନୂଆଦିଲ୍ଲୀ ୧୧/୧୦: ଟାଟା ଟ୍ରଷ୍ଟର ନୂତନ ଚେୟାରମ୍ୟାନ୍ ନୋଏଲ୍ ଟାଟା । ନୋଏଲ୍ ଟାଟାଙ୍କୁ ଟାଟା ଟ୍ରଷ୍ଟର ନୂତନ ଚେୟାରମ୍ୟାନ୍ କରାଯାଇଛି । ସ୍ୱର୍ଗତ ରତନ ଟାଟାଙ୍କ ମୃତ୍ୟୁ ପରେ ଏହି ଦାୟିତ୍ୱ ନୋଏଲ୍ ଟାଟାଙ୍କୁ ଦିଆଯାଇଛି । ୧୯୯୧ ରେ ଯେତେବେଳେ ରତନ ଟାଟାଙ୍କୁ ଟାଟା ଗ୍ରୁପର ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା । ସେତେବେଳେ ସେ ଟାଟା ଟ୍ରଷ୍ଟର ଚେୟାରମ୍ୟାନ୍ ହୋଇଥିଲେ । କିନ୍ତୁ ବର୍ତ୍ତମାନ ଟାଟା ଟ୍ରଷ୍ଟର ସର୍ବସମ୍ମତି କ୍ରମେ ନୋଏଲ୍ ଟାଟାଙ୍କୁ ଏହି ଦାୟିତ୍ୱ ଦିଆଯାଇଛି ।
ନୋଏଲ୍ ଟାଟା ହେଉଛିନ୍ତି ରତନ ଟାଟାଙ୍କ ସାବତ ଭାଇ । ଯିଏକି ଗତ ୪୦ ବର୍ଷ ଧରି ଟାଟା ଗ୍ରୁପ୍ ସହିତ ଜଡିତ ଥିଲେ । ଟାଟା ଟ୍ରଷ୍ଟର କାର୍ଯ୍ୟରେ ନୋଏଲ୍ ଟାଟା ବହୁତ ସକ୍ରିୟ ଭୂମିକା ଗ୍ରହଣ କରିଛି । ବର୍ତ୍ତମାନ, ସେ ସାର୍ ରତନ ଟାଟା ଟ୍ରଷ୍ଟ ଏବଂ ଟାଟା ଟ୍ରଷ୍ଟ ଅଧୀନରେ ଆସୁଥିବା ସାର୍ ଦୋରାବଜୀ ଟାଟା ଟ୍ରଷ୍ଟର ଟ୍ରଷ୍ଟି ଅଟନ୍ତି । ଏହି ଟ୍ରଷ୍ଟ କେବଳ ଟାଟା ଗ୍ରୁପ୍ ର ଚାଣକ୍ୟ କାର୍ଯ୍ୟକଳାପକୁ ପରିଚାଳନା କରେ ନାହିଁ, ଟାଟା ଗ୍ରୁପ୍ ର ପ୍ୟାରେଣ୍ଟ୍ କମ୍ପାନୀ ଟାଟା ସନ୍ସରେ ମଧ୍ୟ ୬୬% ଅଂଶଧନ ରହିଛି ।
ନୋଏଲ୍ ଟାଟା ଅନେକ ଟାଟା ଗ୍ରୁପ୍ କମ୍ପାନୀର ବୋର୍ଡରେ ଅଛି । ସେ ଟାଟା ଗ୍ରୁପର ଖୁଚୁରା କମ୍ପାନୀ ଟ୍ରେଣ୍ଟ, ଟାଟା ଇଣ୍ଟରନ୍ୟାସନାଲ ଲିମିଟେଡ, ଟାଟା ଇନଭେଷ୍ଟମେଣ୍ଟ କର୍ପୋରେସନ ଏବଂ ଟାଟା ଷ୍ଟିଲ ଏବଂ ଟାଇଟାନର ଉପାଧ୍ୟକ୍ଷ ମଧ୍ୟ ଅଛନ୍ତି । ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଟ୍ରେଣ୍ଟ୍ର ସଫଳତା ସବୁଠାରେ ଆଲୋଚନା କରାଯାଇଥାଏ ।
ଟ୍ରେଣ୍ଟ୍ ବଜାର କ୍ୟାପ୍ ୨.୯୩ ଲକ୍ଷ କୋଟିରେ ପହଞ୍ଚିଛି । ନୋଏଲ୍ ଟାଟା ଅଗଷ୍ଟ ୨୦୧୦ରୁ ନଭେମ୍ବର ୨୦୨୧ ପର୍ଯ୍ୟନ୍ତ ଟାଟା ଇଣ୍ଟରନ୍ୟାସନାଲ୍ ଲିମିଟେଡ୍ର ପରିଚାଳନା ନିର୍ଦ୍ଦେଶକ ଥିଲେ ଏବଂ ତାଙ୍କ କାର୍ଯ୍ୟକାଳ ମଧ୍ୟରେ କମ୍ପାନୀର କାରବାର ୫୦୦ ମିଲିୟନ୍ ଡଲାରରୁ ୩ ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଥିଲା।