ଭୁବନେଶ୍ବରରେ ରୋଡ ସୋ ସହ ୨ଟି ନିର୍ବାଚନୀ ସଭାରେ ଭୋଟ ଭିକ୍ଷା କଲେ ଜେପି ନଡ୍ଡା

ଭୁବନେଶ୍ୱର :  ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଖଉଥିବା ବେଳେ ଘମାସାନ ପ୍ରଚାର ଚାଲିଛି । ଆଜି ଭୁବନେଶ୍ବରରେ ରୋଡ ସୋ ସହ ୨ଟି ନିର୍ବାଚନୀ ସଭାରେ ଭୋଟ ଭିକ୍ଷା କରିଛନ୍ତି ବିଜେପି ଜାତୀୟ ସଭାପତି ଜେପି ନଡ୍ଡା । ରାଜ୍ୟରେ ଡବଲ ଇଞ୍ଜିନ ସରକାର ଗଠନ ନେଇ ବୟାନ ଦୋହରାଇଛନ୍ତି । ସେପଟେ କନ୍ଧମାଳ ସଭାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ କ୍ୟାମ୍ପେନ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଏଥର ଇଣ୍ଡିଆ ମେଣ୍ଟ କେନ୍ଦ୍ରରେ […] The post ଭୁବନେଶ୍ବରରେ ରୋଡ ସୋ ସହ ୨ଟି ନିର୍ବାଚନୀ ସଭାରେ ଭୋଟ ଭିକ୍ଷା କଲେ ଜେପି ନଡ୍ଡା appeared first on KNews Odisha.

ଭୁବନେଶ୍ବରରେ ରୋଡ ସୋ ସହ ୨ଟି ନିର୍ବାଚନୀ ସଭାରେ ଭୋଟ ଭିକ୍ଷା କଲେ ଜେପି ନଡ୍ଡା
nadda

ଭୁବନେଶ୍ୱର :  ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଖଉଥିବା ବେଳେ ଘମାସାନ ପ୍ରଚାର ଚାଲିଛି । ଆଜି ଭୁବନେଶ୍ବରରେ ରୋଡ ସୋ ସହ ୨ଟି ନିର୍ବାଚନୀ ସଭାରେ ଭୋଟ ଭିକ୍ଷା କରିଛନ୍ତି ବିଜେପି ଜାତୀୟ ସଭାପତି ଜେପି ନଡ୍ଡା । ରାଜ୍ୟରେ ଡବଲ ଇଞ୍ଜିନ ସରକାର ଗଠନ ନେଇ ବୟାନ ଦୋହରାଇଛନ୍ତି । ସେପଟେ କନ୍ଧମାଳ ସଭାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ କ୍ୟାମ୍ପେନ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଏଥର ଇଣ୍ଡିଆ ମେଣ୍ଟ କେନ୍ଦ୍ରରେ ସରକାର ଗଠନ କରିବ ବୋଲି ସେ କହିଛନ୍ତି ।

ତେଜୁଛି ନିର୍ବାଚନ ପ୍ରଚାର । ରାଜ୍ୟରେ କେନ୍ଦ୍ରୀୟ ନେତାଙ୍କ ମାରାଥନ ପ୍ରଚାର । ଜାତୀୟ ଦଳଙ୍କ ଫୋକସରେ ଓଡ଼ିଶା । ଅମିତ ଶାହଙ୍କ ପରେ ଓଡ଼ିଶାରେ ବିଜେପି ଜାତୀୟ ସଭାପତି ଜେପି ନଡ୍ଡାଙ୍କ ପ୍ରଚାର । ଭୁବନେଶ୍ବରରେ ରୋଡ ସୋ ପରେ ପଦ୍ମପୁରରେ ବିଜୟ ସଂକଳ୍ପ ସମାବେଶରେ ଭୋଟ ଭିକ୍ଷା କରିଛନ୍ତି । ସକାଳେ ଭୁବନେଶ୍ବରରେ ବିଶାଳ ରୋଡ୍ ସୋ କରିଛନ୍ତି ନଡ୍ଡା । ଲିଙ୍ଗରାଜ ମନ୍ଦିରରେ ନଡ୍ଡାଙ୍କ ଦର୍ଶନ ପରେ ମାଉସୀ ମା’ ମନ୍ଦିର ଠାରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ରୋଡ୍ ସୋ’ ରେ ଶକ୍ତି ପ୍ରଦର୍ଶନ କରିଥିଲା ବିଜେପି ।

ଭୁବନେଶ୍ବର ସାଂସଦ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଏବଂ ଏକାମ୍ର ବିଧାୟକ ପ୍ରାର୍ଥୀ ବାବୁ ସିଂ ରୋଡ୍ ସୋରେ ସାମିଲ ହୋଇଥିଲେ । ପରେ ବରଗଡ଼ର ପଦ୍ମପୁର ଓ ସୁନ୍ଦରଗଡ଼ା ଠାରେ ବିଜୟ ସଙ୍କଳ୍ପ ଶୋଭାଯାତ୍ରାରେ ଉଦବୋଧନ ଦେଇଛନ୍ତି ଶାହ । ଓଡ଼ିଶାରେ ପ୍ରଥମ ଥର ଡବଲ ଇଞ୍ଜିନ ସରକାର ଗଠନ ନେଇ ଦମ୍ଭୋକ୍ତି ଦେଖାଇଛନ୍ତି । ଶ୍ରୀମନ୍ଦିର ରତ୍ନଭଣ୍ଡାର ଡୁପ୍ଲିକେଟ ଚାବି ପ୍ରସଙ୍ଗ ଉଠାଇଥିଲେ ନଡ୍ଡା ।

 

 

The post ଭୁବନେଶ୍ବରରେ ରୋଡ ସୋ ସହ ୨ଟି ନିର୍ବାଚନୀ ସଭାରେ ଭୋଟ ଭିକ୍ଷା କଲେ ଜେପି ନଡ୍ଡା appeared first on KNews Odisha.