Jio ୟୁଜର୍ସଙ୍କ ପାଇଁ ଆସିଲା ଗୁଡ୍ ନ୍ୟୁଜ୍, ଏବେ ୭୨ ଦିନିଆ ପ୍ଲାନରେ ପାଇବେ ୨୦ GB ଏକ୍ସଷ୍ଟ୍ରା ଡାଟା

Jio ଦେଶର ସବୁଠାରୁ ବଡ଼ ଟେଲିକମ୍ କମ୍ପାନୀ । ୪୬ କୋଟିରୁ ଅଧିକ ଗ୍ରାହକ Jio ସହିତ ଜଡିତ ଅଛନ୍ତି । ଏଥି ସହ Jio ନିଜର ଲକ୍ଷ ଲକ୍ଷ ଗ୍ରାହକଙ୍କ ପାଇଁ ବିଭିନ୍ନ ରିଚାର୍ଜ ପ୍ଲାନ୍ ଅଫର କରେ । ଭଲ କଥା ହେଉଛି ଯେ Jio ତାର ସମସ୍ତ ପ୍ରକାରର ୟୁଜର୍ସଙ୍କୁ ଧ୍ୟାନରେ ରଖୁଛି । Jio ୟୁଜର୍ସଙ୍କ ଆବଶ୍ୟକତା ଅନୁସାରେ ଶସ୍ତା ଏବଂ ମହଙ୍ଗା ଉଭୟ ପ୍ଲାନ୍ ଲିଷ୍ଟରେ ଆଡ୍ କରିଛି । […] The post Jio ୟୁଜର୍ସଙ୍କ ପାଇଁ ଆସିଲା ଗୁଡ୍ ନ୍ୟୁଜ୍, ଏବେ ୭୨ ଦିନିଆ ପ୍ଲାନରେ ପାଇବେ ୨୦ GB ଏକ୍ସଷ୍ଟ୍ରା ଡାଟା appeared first on KNews Odisha.

Jio ୟୁଜର୍ସଙ୍କ ପାଇଁ ଆସିଲା ଗୁଡ୍ ନ୍ୟୁଜ୍, ଏବେ ୭୨ ଦିନିଆ ପ୍ଲାନରେ ପାଇବେ ୨୦ GB ଏକ୍ସଷ୍ଟ୍ରା ଡାଟା
jio

Jio ଦେଶର ସବୁଠାରୁ ବଡ଼ ଟେଲିକମ୍ କମ୍ପାନୀ । ୪୬ କୋଟିରୁ ଅଧିକ ଗ୍ରାହକ Jio ସହିତ ଜଡିତ ଅଛନ୍ତି । ଏଥି ସହ Jio ନିଜର ଲକ୍ଷ ଲକ୍ଷ ଗ୍ରାହକଙ୍କ ପାଇଁ ବିଭିନ୍ନ ରିଚାର୍ଜ ପ୍ଲାନ୍ ଅଫର କରେ । ଭଲ କଥା ହେଉଛି ଯେ Jio ତାର ସମସ୍ତ ପ୍ରକାରର ୟୁଜର୍ସଙ୍କୁ ଧ୍ୟାନରେ ରଖୁଛି । Jio ୟୁଜର୍ସଙ୍କ ଆବଶ୍ୟକତା ଅନୁସାରେ ଶସ୍ତା ଏବଂ ମହଙ୍ଗା ଉଭୟ ପ୍ଲାନ୍ ଲିଷ୍ଟରେ ଆଡ୍ କରିଛି ।

ନିକଟରେ ମୋବାଇଳ୍ ୟୁଜର୍ସଙ୍କ ମଧ୍ୟରେ ଇଣ୍ଟରନେଟ୍ ଡାଟା ବ୍ୟବହାର ଦ୍ରୁତ ଗତିରେ ବଢ଼ିଯାଇଛି । OTT ଷ୍ଟିମିଂର ବଢ଼ୁଥିବା କ୍ରେଜ୍ ମଧ୍ୟ ଡାଟା ବ୍ୟବହାରକୁ ବଢ଼ାଉଛି । ଏହାକୁ ଧ୍ୟାନରେ ରଖି Jio ଏବେ ଏକ ଦମଦାର୍ ରିଚାର୍ଜ ପ୍ଲାନ୍ ଆଣିଛି, ଯେଉଁଥିରେ କମ୍ପାନୀ ଲଙ୍ଗ ଭାଲିଡିଟି , ଅନଲିମିଟେଡ୍ କଲିଂ ସହିତ ଏକ୍ସଟ୍ରା ଡାଟା ପ୍ରଦାନ କରୁଛି ।

ବର୍ତ୍ତମାନ Jio ର ପୋର୍ଟଫୋଲିଓରେ ଏପରି ଏକ ରିଚାର୍ଜ ପ୍ଲାନ୍ ଆସିଛି ଯେଉଁଥିରେ ଆପଣ ବାରମ୍ବାର ପ୍ଲାନ୍ ରିଚାର୍ଜ କରିବାରୁ ମୁକ୍ତି ପାଇବେ । ଏଥି ସହ ଆପଣଙ୍କୁ କଲିଂ, ଡାଟା, OTT ଷ୍ଟ୍ରମିଂ ବିଷୟରେ ମଧ୍ୟ ଚିନ୍ତା କରିବାକୁ ପଡିବ ନାହିଁ । ଆମେ ଯେଉଁ ରିଚାର୍ଜ ପ୍ଲାନ୍ ବିଷୟରେ କହୁଛୁ ତାହାର ମୂଲ୍ୟ ୭୪୯ ଟଙ୍କା । ଏହି ପ୍ରିପେଡ୍ ପ୍ଲାନ୍ ସହିତ, Jio କୋଟି କୋଟି ୟୁଜର୍ସଙ୍କ ହ୍ରୁଦୟ ଜିତିଛି ।

ରିଲାଏନ୍ସ Jio ଏହାର ୭୪୯ ଟଙ୍କାର ପ୍ଲାନରେ ଗ୍ରାହକମାନଙ୍କୁ ୭୨ ଦିନର ଭାଲିଡିଟି ପ୍ରଦାନ କରୁଛି । କମ୍ପାନୀ ଏହି ପ୍ଲାନରେ ୭୨ ଦିନ ପାଇଁ ସମସ୍ତ ଲୋକାଲ୍ ଏବଂ STD ନେଟୱାର୍କରେ ଅନଲିମିଟେଡ୍ କଲିଂ ପ୍ରଦାନ କରୁଛି । ଅର୍ଥାତ୍ ଏବେ ଆପଣ ବିନା ଟେନସନରେ ଲୋକଙ୍କ ସହିତ ଖୋଲାଖୋଲି କଥା ହୋଇପାରିବେ । ଫ୍ରି କଲିଂ ସହିତ Jio ସମସ୍ତ ନେଟୱାର୍କକୁ ପ୍ରତିଦିନ ୧୦୦ ଟି ଫ୍ରି SMS ମଧ୍ୟ ଅଫର କରେ ।

Jio ର ଏହି ୭୨ ଦିନିଆ ପ୍ଲାନରେ ଡାଟା ବେନିଫିଟ୍ସ ବିଷୟରେ କହିବାକୁ ଗଲେ, ଏହା ପୁରା ଭାଲିଡିଟି ପାଇଁ ୧୬୪ GB ଡାଟା ପ୍ରଦାନ କରେ । ଏହାର ଅର୍ଥ ହେଉଛି ଆପଣ ଆପଣଙ୍କର ଦୈନନ୍ଦିନ କାମ, ଇଣ୍ଟରନେଟ୍ ବ୍ରାଉଜିଂ ଏବଂ ଅନ୍ୟାନ୍ୟ କାମ ପାଇଁ ପ୍ରତିଦିନ ୨ GB ପର୍ଯ୍ୟନ୍ତ ଡାଟା ବ୍ୟବହାର କରିପାରିବେ । ଆପଣଙ୍କ ପାଇଁ ଖୁସି ଖବର ହେଉଛି ଯେ Jio ଏହି ପ୍ଲାନରେ ୟୁଜର୍ସମାନଙ୍କୁ ୨୦ GB ଏକ୍ସଟ୍ରା ଡାଟା ଦେଉଛି । ଦୈନିକ ଡାଟା ଲିମିଟ୍ ସରିବା ପରେ ମଧ୍ୟ ଆପଣ ଇଣ୍ଟରନେଟ୍ ବ୍ୟବହାର କରିପାରିବେ କିନ୍ତୁ ଏହି ସମୟ ମଧ୍ୟରେ ଆପଣଙ୍କୁ କେବଳ ୬୪ Kbps ସ୍ପିଡ୍ ମିଳିବ ।

ଏହି ରିଚାର୍ଜ ପ୍ଲାନରେ ରିଲାଏନ୍ସ Jio କିଛି ଆଡିସ୍ନାଳ୍ ବେନିଫିଟ୍ସ ପ୍ରଦାନ କରୁଛି । ଏଥିରେ ୟୂଜର୍ସମାନଙ୍କୁ ୯୦ ଦିନ ପାଇଁ Jio ହଟଷ୍ଟାର ଫ୍ରି ସବସ୍କ୍ରିପସନ୍ ଦିଆଯାଉଛି । ଏହା ସହିତ, ପ୍ଲାନରେ ୫୦ GB AI cloud ଷ୍ଟୋରେଜ୍ ମଧ୍ୟ ପ୍ରଦାନ କରାଯାଉଛି । Jio ଏହି ପ୍ଲାନରେ ଗ୍ରାହକମାନଙ୍କୁ Jio TV ର ଫ୍ରି ଆକ୍ସେସ୍ ମଧ୍ୟ ଦେଉଛି, ଯାହା ଦ୍ବାରା ଆପଣ ଫ୍ରିରେ ଟିଭି ଚ୍ୟାନେଲଗୁଡିକରେ ମଜା ନେଇପାରିବେ ।

The post Jio ୟୁଜର୍ସଙ୍କ ପାଇଁ ଆସିଲା ଗୁଡ୍ ନ୍ୟୁଜ୍, ଏବେ ୭୨ ଦିନିଆ ପ୍ଲାନରେ ପାଇବେ ୨୦ GB ଏକ୍ସଷ୍ଟ୍ରା ଡାଟା appeared first on KNews Odisha.