ସମ୍ଭାବ୍ୟ ଗ୍ରୀଷ୍ମଲହରୀକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କୁ ସତର୍କ କଲେ ସ୍ୱତନ୍ତ୍ର ରିଲିଫ କମିସନର

ରାଜ୍ୟରେ ବଢୁଛି ତାତି। ମାର୍ଚ୍ଚ ନହେଉଣୁ ବଢିଲାଣି ଖରାର ପ୍ରକୋପ। ଆଗକୁ ଗ୍ରୀଷ୍ମପ୍ରବାହ ଜୋର ହେବା ଆଶଙ୍କା ରହିଛି। ସମ୍ଭାବ୍ୟ ଗ୍ରୀଷ୍ମଲହରୀକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାପାଳମାନଙ୍କୁ ସତର୍କ କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର ସତ୍ୟବ୍ରତ ସାହୁ। ଏହାର ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି କରିବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସଆରସି। ଗ୍ରୀଷ୍ମଜନିତ ଅସୁସ୍ଥତା ଓ ମୃତ୍ୟୁସଂଖ୍ୟାକୁ ରୋକିବାକୁ ଜନସଚେତନତା ଉପରେ ଗୁରୁତ୍ୱ ଦିଆଯାଇଛି। ମଣିଷ ଓ ଜୀବଜନ୍ତୁଙ୍କୁ ଗ୍ରୀଷ୍ମପ୍ରବାହରୁ ବର୍ତ୍ତିବାକୁ ପଦକ୍ଷେପ ନେବାକୁ କୁହାଯାଇଛି। ଜଳସଙ୍କଟ […] The post ସମ୍ଭାବ୍ୟ ଗ୍ରୀଷ୍ମଲହରୀକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କୁ ସତର୍କ କଲେ ସ୍ୱତନ୍ତ୍ର ରିଲିଫ କମିସନର appeared first on KNews Odisha.

ସମ୍ଭାବ୍ୟ ଗ୍ରୀଷ୍ମଲହରୀକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କୁ ସତର୍କ କଲେ ସ୍ୱତନ୍ତ୍ର ରିଲିଫ କମିସନର
heat

ରାଜ୍ୟରେ ବଢୁଛି ତାତି। ମାର୍ଚ୍ଚ ନହେଉଣୁ ବଢିଲାଣି ଖରାର ପ୍ରକୋପ। ଆଗକୁ ଗ୍ରୀଷ୍ମପ୍ରବାହ ଜୋର ହେବା ଆଶଙ୍କା ରହିଛି। ସମ୍ଭାବ୍ୟ ଗ୍ରୀଷ୍ମଲହରୀକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାପାଳମାନଙ୍କୁ ସତର୍କ କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର ସତ୍ୟବ୍ରତ ସାହୁ। ଏହାର ମୁକାବିଲା ପାଇଁ ସମସ୍ତ ପ୍ରସ୍ତୁତି କରିବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସଆରସି।

ଗ୍ରୀଷ୍ମଜନିତ ଅସୁସ୍ଥତା ଓ ମୃତ୍ୟୁସଂଖ୍ୟାକୁ ରୋକିବାକୁ ଜନସଚେତନତା ଉପରେ ଗୁରୁତ୍ୱ ଦିଆଯାଇଛି। ମଣିଷ ଓ ଜୀବଜନ୍ତୁଙ୍କୁ ଗ୍ରୀଷ୍ମପ୍ରବାହରୁ ବର୍ତ୍ତିବାକୁ ପଦକ୍ଷେପ ନେବାକୁ କୁହାଯାଇଛି। ଜଳସଙ୍କଟ ଦେଖାଯାଉଥିବା ଅଞ୍ଚଳକୁ ପର୍ଯ୍ୟାପ୍ତ ଜଳଯୋଗାଣ ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ନଳକୂପ ଓ ପାଇପ ଜଳ ଯୋଗାଣ ବ୍ୟବସ୍ଥାର ପ୍ରତିଷେଧକ ରକ୍ଷଣାବେକ୍ଷଣ ତୁରନ୍ତ ଆରମ୍ଭ କରାଯିବ।

ବଜାର, ବସଷ୍ଟାଣ୍ଡ ଓ ଅନ୍ୟାନ୍ୟ ସର୍ବସାଧାରଣ ସ୍ଥାନରେ ପାନୀୟଜଳ ସେବାକେନ୍ଦ୍ର ଖୋଲାଯିବା ଆବଶ୍ୟକ। ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଥିବା ଆଶ୍ରୟସ୍ଥଳୀ, ସାମୁହିକ କୋଠା ଏବଂ ଅନ୍ୟ ସାର୍ବଜନୀନ କୋଠାଗୁଡ଼ିକୁ ବାସହୀନ ଓ ଅସହାୟ ଲୋକଙ୍କ ପାଇଁ ଦିନ ସମୟରେ ବିଶ୍ରାମ ପାଇଁ ଦିନକାଳୀନ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯାଇପାରିବ। ବୁଲୁଥିବା ପଶୁପକ୍ଷୀଙ୍କ ପାଇଁ ଆଶ୍ରୟସ୍ଥଳୀ ନିର୍ମାଣ କିମ୍ୱା ମରାମତି କରାଯିବ। ସ୍କୁଲ, କଲେଜ ଓ ଅନ୍ୟ ଶିକ୍ଷାନୁଷ୍ଠାନରେ ପାନୀୟ ଜଳର ଉପଲବ୍ଧତା ସୁନିଶ୍ଚିତ କରାଯିୱ।

ସ୍କୁଲ, କଲେଜରେ ପର୍ଯ୍ୟାପ୍ତ ପରିମାଣର ଓଆରଏସ୍ ରଖାଯିବା ସହ ଆବଶ୍ୟକ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ଯୋଗାଇ ଦିଆଯିବ। ଅଙ୍ଗନୱାଡି କେନ୍ଦ୍ର କେବଳ ସକାଳ ସମୟରେ ଖୋଲା ରହିବ । ଗ୍ରୀଷ୍ମପ୍ରବାହର ମୁକାବିଲା ପାଇଁ ସମସ୍ତ ଚିକିତ୍ସାଳୟରେ ପର୍ଯ୍ୟାପ୍ତ ପରିମାଣର ଜୀବନ ରକ୍ଷାକାରୀ ଔଷଧ, ସାଲାଇନ୍, ଓଆରଏସ୍ ମହଜୁଦ କରାଯିୱ। ଗ୍ରୀଷ୍ମ ଋତୁରେ ନିରବଚ୍ଛିନ୍ନ ବିଜୁଳି ଯୋଗାଣ ବଜାୟ ରଖିବା ପାଇଁ ଶକ୍ତି ବିଭାଗ ବିତରଣ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଜାରି କରିବ।

The post ସମ୍ଭାବ୍ୟ ଗ୍ରୀଷ୍ମଲହରୀକୁ ଦୃଷ୍ଟିରେ ରଖି ଜିଲ୍ଲାପାଳଙ୍କୁ ସତର୍କ କଲେ ସ୍ୱତନ୍ତ୍ର ରିଲିଫ କମିସନର appeared first on KNews Odisha.