ସିଦ୍ଧାର୍ଥଙ୍କୁ ସିକ୍ରେଟ୍‌ଲି ବାହା ହେଲେ ଅଦିତି

୪୦୦ ବର୍ଷ ପୁରୁଣା ଏକ ଐତିହାସିକ ମନ୍ଦିରରେ ଉଭୟ ବିବାହ କରିଛନ୍ତି।

ସିଦ୍ଧାର୍ଥଙ୍କୁ ସିକ୍ରେଟ୍‌ଲି ବାହା ହେଲେ ଅଦିତି

ପୁଣି ବଲିଉଡରେ ବାଜିଲା ଶାହାନାଇ। ପଡ଼ିଲା ହାତଗଣ୍ଠି। ସାତ ଫେରା ନେଲେ ବି-ଟାଉନର ଲଭ୍‌ ବାର୍ଡ। ହାତକୁ ଦି ହାତ ହେଲେ ଅଭିନେତ୍ରୀ ଅଦିତି ରାଓ ହେଦରୀ ଓ ଅଭିନେତା ସିଦ୍ଧାର୍ଥ ନାରାୟଣ। ବୈଦିକ ରୀତିନୀତିରେ ସମ୍ପର୍ଣ୍ଣ ହେଲା ବିବାହ।

ଦୀର୍ଘ ଦିନ ଧରି ଡେଟିଂ କରିବା ପରେ ବିବାହ କରିଛନ୍ତି ୩୭ ବର୍ଷୀୟ ବଲିଉଡ ଅଭିନେତ୍ରୀ ଅଦିତି ରାଓ ହେଦରୀ ଓ ୪୫ ବର୍ଷୀୟ ସାଉଥ ଅଭିନେତା ସିଦ୍ଧାର୍ଥ। ବାନାପାର୍ଥୀର ୪୦୦ ବର୍ଷ ପୁରୁଣା ଏକ ଐତିହାସିକ ମନ୍ଦିରରେ ଉଭୟଙ୍କ ପଡିଛି ହାତଗଣ୍ଠି। କେବଳ ଘର ଲୋକଙ୍କ ଉପସ୍ଥିତିରେ ପରସ୍ପର ସାତ ଫେରା ନେଇଛନ୍ତି। ବିବାହ ବେଳର ଫଟୋକୁ ଉଭୟ ସୋଶାଲ ମିଡିଆରେ ସେୟାର କରିଛନ୍ତି, ଯାହା ଭାଇରାଲ ହେବାରେ ଲାଗିଛି।

ଫଟୋରେ ଅଦିତି ବେଶ୍‌ ସିମ୍ପୁଲ ଲୁକ୍‌ରେ ନଜର ଆସିଛନ୍ତି। ଅଦିତି ଅଫ୍‌ ହ୍ୱାଇଟ୍‌ ରଙ୍ଗର ଟିସୁ ସିଲ୍କ ଶାଢି ପିନ୍ଧିଛନ୍ତି। କେଶରେ ଗଜରା ଓ ହାତରେ ସିଦ୍ଧାର୍ଥ ନାଁରେ ଲଗାଇଛନ୍ତି ମେହେନ୍ଦି। ସହ ସେ ନିଜ ସିମ୍ପୁଲ ଲୁକରେ ସବୁଠାରୁ ସୁନ୍ଦର ଦେଖାଯାଉଛନ୍ତି। ଏଥି ସହିତ ସିଦ୍ଧାର୍ଥ ଧଳା ରଙ୍ଗର ଧୋତି ଏବଂ କୁର୍ତ୍ତା ପିନ୍ଧିଛନ୍ତି। ପୂରା ସାଉଥ ଇଣ୍ଡିଆନ୍‌ ଗେଟ୍‌ଅପ୍‌ରେ ସେ ନଜର ଆସିଛନ୍ତି।

ସିଦ୍ଧାର୍ଥଙ୍କ ସହ ତାଙ୍କ ବିବାହ ବେଳର ଫଟୋ ସେୟାର କରିବା ବେଳେ ଅଦିତି କ୍ୟାପସନରେ ଲେଖିଛନ୍ତି, 'ତୁମେ ମୋର ସୂର୍ଯ୍ୟ, ମୁଁ ତୁମର ଚନ୍ଦ୍ର ..ମସିଜେ ଆଣ୍ଡ ମିଷ୍ଟର ଅଦ୍ଦୁ ଓ ସିଦ୍ଧୁ...।' ତାଙ୍କ ଫ୍ୟାନ୍ସମାନେ ଏହି ଫଟୋ ଦେଖି ଖୁସି ହୋଇଯାଇଛନ୍ତି। ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି।

ମାର୍ଚ୍ଚରେ ଏହି ଷ୍ଟାର୍‌ କପଲ ନିର୍ବନ୍ଧ କରିଥିଲେ। ପ୍ରଶଂସକମାନେ ସେମାନଙ୍କ ବିବାହକୁ ଅପେକ୍ଷା କରିଥିଲେ। ଶେଷରେ ଏହି କପଲ ସିକ୍ରେଟଲି ବିବାହ କରିଛନ୍ତି । ଘର ଲୋକ ଓ କିଛି ଘନିଷ୍ଠ ବନ୍ଧୁବାନ୍ଧବଙ୍କ ଉପସ୍ଥିତିରେ ଉଭୟ ବିବାହ କରିଛନ୍ତି। ଉଭୟଙ୍କ ଏହା ହେଉଛି ଦ୍ୱିତୀୟ ବିବାହ।

୨୦୨୧ରେ 'ମହା ସମୁଦ୍ରମ'ର ଶୁଟିଂ ସେଟ୍‌ରେ ଉଭୟଙ୍କ ଦେକ୍ଷା ସାକ୍ଷାତ ହୋଇଥିଲା। ଏହାପରେ ଅଦିତି ଓ ସିଦ୍ଧାର୍ଥ ପରସ୍ପରକୁ ଡେଟ୍‌ କରିବା ଆରମ୍ଭ କରିଥିଲେ। ପରେ ଉଭୟ ପରସ୍ପରକୁ ପ୍ରେମ କରିଥିଲେ ଓ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ।