ପ୍ରସବ ପରେ ଓଜନ ବୃଦ୍ଧିକୁ ନେଇ ଚିନ୍ତା କରୁଛନ୍ତି କି, ତେବେ ବ୍ୟସ୍ତ ନହୋଇ ଆପଣାନ୍ତୁ ଏହି ଉପାୟ
ନିଜ ସନ୍ତାନକୁ ନେଇ ଅନେକ କିଛି ସୁନ୍ଦର ଅନୁଭୂତି ଥାଏ ଗର୍ଭବତୀ ମହିଳାଙ୍କର । ତେବେ କିନ୍ତୁ ଗର୍ଭାବସ୍ଥା ସମୟ ପ୍ରତ୍ୟେକ ମହିଳାଙ୍କ ପାଇଁ ଚ୍ୟାଲେଞ୍ଜପୂର୍ଣ୍ଣ ଅଟେ । ପ୍ରତ୍ୟେକ ମା ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ସମୟ ହୋଇଥାଏ ଗର୍ଭାବସ୍ଥା । ଏହାବ୍ୟତୀତ ପ୍ରସବ ପରେ ମଧ୍ୟ ଅନେକ କିଛିକୁ ସାମ୍ନା କରିଥାନ୍ତି ମହିଳା । ମହିଳାଙ୍କ ଶରୀରରେ କିଛି ହଠାତ୍ ପରିବର୍ତ୍ତନ ଆସିଥାଏ । ଏହି ପରିବର୍ତ୍ତନ ଯୋଗୁଁ ଅନେକ ମହିଳା ହତୋତ୍ସାହିତ ହୋଇଯାନ୍ତି । […] The post ପ୍ରସବ ପରେ ଓଜନ ବୃଦ୍ଧିକୁ ନେଇ ଚିନ୍ତା କରୁଛନ୍ତି କି, ତେବେ ବ୍ୟସ୍ତ ନହୋଇ ଆପଣାନ୍ତୁ ଏହି ଉପାୟ appeared first on KNews Odisha.

ନିଜ ସନ୍ତାନକୁ ନେଇ ଅନେକ କିଛି ସୁନ୍ଦର ଅନୁଭୂତି ଥାଏ ଗର୍ଭବତୀ ମହିଳାଙ୍କର । ତେବେ କିନ୍ତୁ ଗର୍ଭାବସ୍ଥା ସମୟ ପ୍ରତ୍ୟେକ ମହିଳାଙ୍କ ପାଇଁ ଚ୍ୟାଲେଞ୍ଜପୂର୍ଣ୍ଣ ଅଟେ । ପ୍ରତ୍ୟେକ ମା ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ସମୟ ହୋଇଥାଏ ଗର୍ଭାବସ୍ଥା । ଏହାବ୍ୟତୀତ ପ୍ରସବ ପରେ ମଧ୍ୟ ଅନେକ କିଛିକୁ ସାମ୍ନା କରିଥାନ୍ତି ମହିଳା । ମହିଳାଙ୍କ ଶରୀରରେ କିଛି ହଠାତ୍ ପରିବର୍ତ୍ତନ ଆସିଥାଏ । ଏହି ପରିବର୍ତ୍ତନ ଯୋଗୁଁ ଅନେକ ମହିଳା ହତୋତ୍ସାହିତ ହୋଇଯାନ୍ତି । ତେବେ ପ୍ରସବ ପରେ ସାଧାରଣତଃ ମହିଳାମାନଙ୍କର ଓଜନ ବଢ଼ିଯାଇଥାଏ। ତେଣୁ ଓଜନ କମ୍ କରିବା ପାଇଁ କ’ଣ ସବୁ କରିବେ ଆସନ୍ତୁ ଜାଣିବା
ପ୍ରସବ ପରେ ଡାଏଟିଂ ଆଦୌ କରନ୍ତୁ ନାହିଁ, ବରଂ ସୁଷମ ଖାଦ୍ୟ ଖାଆନ୍ତୁ। ଉପଯୁକ୍ତ ମାତ୍ରାରେ ପ୍ରୋଟିନ୍, କ୍ୟାଲୋରି, ଭିଟାମିନ୍ ଏବଂ ମିନେରାଲ ରହିଥିବା ଖାଦ୍ୟ ଖାଆନ୍ତୁ। ନିଜ ପାଇଁ ଉପଯୁକ୍ତ ସୁଷମ ଖାଦ୍ୟ ସମ୍ପର୍କରେ ଡାଏଟିସିଆନଙ୍କ ସହ ପରାମର୍ଶ କରନ୍ତୁ। କାହିଁକିନା ପ୍ରସବ ପରେ ଶିଶୁକୁ ସ୍ତନ୍ୟପାନ କରାଇବା ଫଳରେ ପ୍ରାକୃତିକ ଉପାୟରେ ହିଁ ଓଜନ କମ୍ ହୋଇଥାଏ।
ପ୍ରସବ ପରେ ଶରୀର ଯଦି ସୁସ୍ଥ ରହିଥାଏ ତେବେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଯୋଗ ଓ ବ୍ୟାୟାମ କରନ୍ତୁ। ଓଜନ କମ୍ କରିବା ପାଇଁ ପ୍ରଚୁର ମାତ୍ରାରେ ପାଣି ପିଅନ୍ତୁ। ଫଳରେ ଶରୀର ହାଇଡ୍ରେଟ୍ ରହିବା ସହିତ କାର୍ଯ୍ୟକ୍ଷମତା ମଧ୍ୟ ବଢ଼ିଥାଏ।
ପ୍ରସବ ପରେ ଉପଯୁକ୍ତ ମାତ୍ରାରେ ଶୋଇବା ମଧ୍ୟ ଜରୁରୀ। ନିଦ କମ୍ ହେବା ଫଳରେ ଶରୀରରେ ଏକ ପ୍ରକାର ହର୍ମୋନ ଅଧିକ ହେବା କାରଣରୁ ଓଜନ ଅଧିକ ହୋଇଥାଏ।
The post ପ୍ରସବ ପରେ ଓଜନ ବୃଦ୍ଧିକୁ ନେଇ ଚିନ୍ତା କରୁଛନ୍ତି କି, ତେବେ ବ୍ୟସ୍ତ ନହୋଇ ଆପଣାନ୍ତୁ ଏହି ଉପାୟ appeared first on KNews Odisha.