ତିହାର ଜେଲରେ ପହଞ୍ଚିଲେ କେଜ୍ରିଓ୍ଵାଲ, ଯିବା ପୂର୍ବରୁ କହିଲେ… ଆପଣ ଖୁସିରେ ରହିଲେ ମୁଁ ଖୁସିରେ ରହିବି
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ତିହାର ଜେଲରେ ସରେଣ୍ଡର କରିଛନ୍ତି । ସୁପ୍ରିମ କୋର୍ଟ ତାଙ୍କୁ ଜୁନ୍ ୨ ତାରିଖ ଯାଏଁ ଅନ୍ତରୀଣ ଜାମିନ ଦେଇଥିଲେ । ତେବେ ସରେଣ୍ଡର କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ ରାଜଘାଟ ଏବଂ କନ୍ନୋଟ ପ୍ଲେସ ସ୍ଥିତ ହନୁମାନ ମନ୍ଦିରକୁ ଯାଇଥିଲେ । କେଜ୍ରିଓ୍ଵାଲ ତିହାର ଜେଲରେ ନଂ ୧ ପହଞ୍ଚିସାରିଲେଣି । ତିହାର ଜେଲ ଯିବା ପୂର୍ବରୁ କେଜ୍ରିଓ୍ଵାଲଙ୍କ ମେଡିକାଲ ଚେକ୍ ଅପ୍ କରାଯାଇଥିଲା । […] The post ତିହାର ଜେଲରେ ପହଞ୍ଚିଲେ କେଜ୍ରିଓ୍ଵାଲ, ଯିବା ପୂର୍ବରୁ କହିଲେ… ଆପଣ ଖୁସିରେ ରହିଲେ ମୁଁ ଖୁସିରେ ରହିବି appeared first on KNews Odisha.

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ତିହାର ଜେଲରେ ସରେଣ୍ଡର କରିଛନ୍ତି । ସୁପ୍ରିମ କୋର୍ଟ ତାଙ୍କୁ ଜୁନ୍ ୨ ତାରିଖ ଯାଏଁ ଅନ୍ତରୀଣ ଜାମିନ ଦେଇଥିଲେ । ତେବେ ସରେଣ୍ଡର କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ ରାଜଘାଟ ଏବଂ କନ୍ନୋଟ ପ୍ଲେସ ସ୍ଥିତ ହନୁମାନ ମନ୍ଦିରକୁ ଯାଇଥିଲେ ।
କେଜ୍ରିଓ୍ଵାଲ ତିହାର ଜେଲରେ ନଂ ୧ ପହଞ୍ଚିସାରିଲେଣି । ତିହାର ଜେଲ ଯିବା ପୂର୍ବରୁ କେଜ୍ରିଓ୍ଵାଲଙ୍କ ମେଡିକାଲ ଚେକ୍ ଅପ୍ କରାଯାଇଥିଲା । ମେଡିକାଲ ଚେକଅପରେ ସୁଗାଲ ଲେବଲ, ବିପି ଏବଂ ଓଜନ ମପାଯାଇଥିଲା । ଘରୁ ବାହାରିବା ବେଳେ ବାପା ମା’ଙ୍କ ଆର୍ଶୀବାଦ ନେଇଥିଲେ କେଜ୍ରିଓ୍ଵାଲ ।
ଏହାପୂର୍ବରୁ କେଜ୍ରିଓ୍ଵାଲ X ରେ ପୋଷ୍ଟ କରିଥିଲେ କି, ମାନନୀୟ ସୁପ୍ରିମକୋର୍ଟଙ୍କ ଆଦେଶରେ ୨୧ ଦିନ ପାଇଁ ନିର୍ବାଚନ ପ୍ରଚାର କରିବାକୁ ଆସିଥିଲି । ଏଥିପାଇଁ ମୁଁ ସୁପ୍ରିମକୋର୍ଟଙ୍କୁ କୃତଜ୍ଞତା ଜଣାଉଛି । ଆଜି ତିହାର ଜେଲ ଯାଇ ସରେଣ୍ଡର କରିବି । ଅପରାହ୍ନ ୩ଟାରେ ପ୍ରଥମେ ରାଜଘାଟ ଯାଇ ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଦେବି । ଏହାପରେ ହନୁମାନଙ୍କ ଆର୍ଶୀବାଦ ନେଇ ପାର୍ଟି ଅଫିସ ଯିବି । ସମସ୍ତ କାର୍ଯ୍ୟକର୍ତ୍ତା ଏବଂ ପାର୍ଟି ନେତାଙ୍କ ସହିତ ଦେଖା ହେବା ପରେ ତିହାର ଚାଲିଯିବି । ଆପଣ ନିଜର ଧ୍ୟାନ ରଖିବେ । ଜେଲରେ ତୁମମାନଙ୍କୁ ନେଇ ମୁଁ ଚିନ୍ତାରେ ରହିବି । ତୁମେମାନେ ଖୁସିରେ ରହିଲେ ଆପଣଙ୍କ କେଜ୍ରିଓ୍ଵାଲ ଖୁସି ରହିବ.. ଜୟ ହିନ୍ଦ୍ ।
କୋର୍ଟ ଗତ ମେ’ ୧୦ରେ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ନିର୍ବାଚନ ପ୍ରଚାର ପାଇଁ ୨୧ ଦିନର ମଧ୍ୟବର୍ତ୍ତୀକାଳୀନ ଜାମିନରେ ମୁକ୍ତ କରିଥିଲେ । ତେବେ ଏହାପୂର୍ବରୁ କେଜ୍ରିୱାଲ ତାଙ୍କ ସ୍ୱାସ୍ଥ୍ୟ ଖରାପ ଏବଂ ମେଡିକାଲ ଟେଷ୍ଟକୁ ଦର୍ଶାଇ ମଧ୍ୟବର୍ତ୍ତୀକାଳୀନ ଜାମିନକୁ ଆହୁରି ୭ ଦିନ ବଢ଼ାଇବାକୁ ଅନୁରୋଧ କରିଥିଲେ । ଏହି ଆବେଦନ ଉପରେ କୋର୍ଟରେ ଶୁଣାଣି ହୋଇଥିଲା । କେଜ୍ରିୱାଲଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ବଢ଼ାଇବାକୁ ଇଡି ବିରୋଧ କରିଥିଲା ।
ସୂଚନାଯୋଗ୍ୟ, ଦିଲ୍ଲୀ ମଦ ନୀତି ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଗିରଫ ହୋଇଛନ୍ତି ଅରବିନ୍ଦ କେଜ୍ରିୱାଲ । ମାର୍ଚ୍ଚ ୨୧ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ତାଙ୍କୁ ଗିରଫ କରିଥିଲା । ଏହାପରେ ସେ ତିହାର ଜେଲରେ ଥିଲେ । ଲୋକସଭା ନିର୍ବାଚନ ଚାଲିଥିବାରୁ କେଜ୍ରିୱାଲ ତାଙ୍କ ଅନ୍ତରୀଣ ଜାମିନ ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ଏବଂ ଅଦାଲତ ତାଙ୍କୁ ମେ’ ୧୦ରୁ ଜୁନ ୨ ପର୍ଯ୍ୟନ୍ତ ଜାମିନ ଦେଇଥିଲେ ।
The post ତିହାର ଜେଲରେ ପହଞ୍ଚିଲେ କେଜ୍ରିଓ୍ଵାଲ, ଯିବା ପୂର୍ବରୁ କହିଲେ… ଆପଣ ଖୁସିରେ ରହିଲେ ମୁଁ ଖୁସିରେ ରହିବି appeared first on KNews Odisha.