ବ୍ରିଜ ଆଣ୍ଡ ରୁଫ ଲାଞ୍ଚ ମାମଲା: IAS ବିଷ୍ଣୁପଦ ସେଠୀଙ୍କ ଘରେ ୧୬ ଘଣ୍ଟାର ମାରାଥନ୍ ଜେରା କଲା CBI 

ଭୁବନେଶ୍ୱର : ବ୍ରିଜ ଆଣ୍ଡ ରୁଫ ଲାଞ୍ଚ ମାମଲାରେ ପୁଣି ଜୋର ଧରିଲା ତଦନ୍ତ । ବରିଷ୍ଠ ଆଇଏଏସ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ମାରାଥନ ଜେରା । ୧୬ ଘଣ୍ଟା ଧରି ଘାଣ୍ଟିଛି ସିବିଆଇ ।  ଗତକାଲି ସକାଳୁ ରାତି ୧୧ଟା ପର୍ଯ୍ୟନ୍ତ ଯାଞ୍ଚ କରୁଥିଲା CBI।   ନୂଆଦିଲ୍ଲୀରୁ ଆସିଥିବା ସିବିଆଇର ୮ଜଣିଆ ଟିମ ବିଷ୍ଣୁପଦଙ୍କ ସରକାରୀ ବାସଭବନରେ ଚଢଉ କରିଛି । ଭୁବନେଶ୍ବର ବାସଭବନ ସମେତ ପୈତୃକ ଗାଁରେ ହୋଇଛି ଚଢ଼ାଉ ।  ଡିସେମ୍ବର ମାସରେ […] The post ବ୍ରିଜ ଆଣ୍ଡ ରୁଫ ଲାଞ୍ଚ ମାମଲା: IAS ବିଷ୍ଣୁପଦ ସେଠୀଙ୍କ ଘରେ ୧୬ ଘଣ୍ଟାର ମାରାଥନ୍ ଜେରା କଲା CBI  appeared first on KNews Odisha.

ବ୍ରିଜ ଆଣ୍ଡ ରୁଫ ଲାଞ୍ଚ ମାମଲା: IAS ବିଷ୍ଣୁପଦ ସେଠୀଙ୍କ ଘରେ ୧୬ ଘଣ୍ଟାର ମାରାଥନ୍ ଜେରା କଲା CBI 
IAS-2

ଭୁବନେଶ୍ୱର : ବ୍ରିଜ ଆଣ୍ଡ ରୁଫ ଲାଞ୍ଚ ମାମଲାରେ ପୁଣି ଜୋର ଧରିଲା ତଦନ୍ତ । ବରିଷ୍ଠ ଆଇଏଏସ ଅଧିକାରୀ ବିଷ୍ଣୁପଦ ସେଠୀଙ୍କୁ ମାରାଥନ ଜେରା । ୧୬ ଘଣ୍ଟା ଧରି ଘାଣ୍ଟିଛି ସିବିଆଇ ।  ଗତକାଲି ସକାଳୁ ରାତି ୧୧ଟା ପର୍ଯ୍ୟନ୍ତ ଯାଞ୍ଚ କରୁଥିଲା CBI।   ନୂଆଦିଲ୍ଲୀରୁ ଆସିଥିବା ସିବିଆଇର ୮ଜଣିଆ ଟିମ ବିଷ୍ଣୁପଦଙ୍କ ସରକାରୀ ବାସଭବନରେ ଚଢଉ କରିଛି । ଭୁବନେଶ୍ବର ବାସଭବନ ସମେତ ପୈତୃକ ଗାଁରେ ହୋଇଛି ଚଢ଼ାଉ ।  ଡିସେମ୍ବର ମାସରେ ବ୍ରିଜ ଆଣ୍ଡ ରୁଫ ଲାଞ୍ଚ ମାମଲାରେ ବିଷ୍ଣୁପଦଙ୍କ ସଂପୃକ୍ତି ସାମନାକୁ ଆସିଥିଲା ।  ଏଥିପାଇଁ ବିଷ୍ଣୁପଦଙ୍କୁ ସିବିଆଇରେ ହାଜର ହେବାକୁ ସମନ ହୋଇଥିଲା ।

ତେବେ ସେ ସେତେବେଳେ ସିବିଆଇରେ ହାଜର ହୋଇଥିଲେ କି ନାହିଁ ସ୍ପଷ୍ଟ ହୋଇନଥିଲା ।  ଲାଞ୍ଚ ମାମଲାରେ ୪ଜଣଙ୍କ ଗିରଫର ୨ମାସ ୧୧ଦିନ ପରେ ବିଷ୍ଣୁପଦଙ୍କ ଘରେ ସିବିଆଇ ରେଡ କରିଛି । ରେଡ ବେଳେ ସିବିଆଇ ଅଧିକାରୀଙ୍କ ସହ ବିଷ୍ଣୁପଦ ଯୁକ୍ତିତର୍କ କରୁଥିବା ଦେଖାଯାଇଥିଲା ।  ନିଜ ସଫେଇରେ ତାଙ୍କ ଘରେ ଜୋରଜବରଦସ୍ତ ଚଢଉ ହେଉଥିବା ଅଭିଯୋଗ ଆଣିଛନ୍ତି ବିଷ୍ଣୁପଦ ସେଠୀ ।

ଗତବର୍ଷ ଡିସେମ୍ବର ୭ତାରିଖରେ ୧୦ ଲକ୍ଷ ଟଙ୍କାର ଲାଞ୍ଚ ମାମଲାରେ ଭୁବନେଶ୍ବରରୁ ୩ଜଣଙ୍କୁ ଗିରଫ କରିଥିଲା ସିବିଆଇ । ପରେ ଏହି ମାମଲାରେ ପଚରାଉଚରା ପାଇଁ ସିବିଆଇ ବିଷ୍ଣୁପଦଙ୍କୁ ସମନ ଜାରି କରିଥିଲା । ଘଟଣାର ୨ମାସ ୧୧ଦିନ ପରେ ରେଡ୍ କରିଛି ସିବିଆଇ ।

 

 

ଆହୁରି ପଢ଼ନ୍ତୁ : ଠକେଇ ଅଭିଯୋଗରେ ବ୍ୟାଙ୍କ ମ୍ୟାନେଜର ଗିରଫ, ୪୫ ଲକ୍ଷ ଟଙ୍କା ଠକେଇ ଅଭିଯୋଗ

The post ବ୍ରିଜ ଆଣ୍ଡ ରୁଫ ଲାଞ୍ଚ ମାମଲା: IAS ବିଷ୍ଣୁପଦ ସେଠୀଙ୍କ ଘରେ ୧୬ ଘଣ୍ଟାର ମାରାଥନ୍ ଜେରା କଲା CBI  appeared first on KNews Odisha.