ପାଇପ ଅଛି, ହେଲେ ପାଣି ବାହାରୁନି, ୩୦୦ ପରିବାର ହନ୍ତସନ୍ତ
ରିଷିଡ଼ା,୧୧ା୫(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପୌରକେଲା ପଞ୍ଚାୟତ ରଣାପଡ଼ା, ଓ ପାଟଖଣ୍ତା ମନ୍ଦିରପଡ଼ାର ପାୟ ୩୦୦ ପରିବାର ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଛନ୍ତି। ପଡ଼ାରେ ସରକାର ତରଫରୁ ସଫଲେଇ ପାଣି ପାଇପ ବ୍ୟବସ୍ଥା କରିଥିଲେ ହେଁ ତାହା ମାସେରୁ ଅଧିକ ଦିନ ହେବ ଅଚଳ ହୋଇପଡ଼ିଛି। ପଡ଼ାରେ ଗୋଟିଏ ନଳକୂପ ଥିଲେ ମଧ୍ୟ ତାହା ପର୍ଯ୍ୟାପ୍ତ ପାଣି ମିଲୁନି। ବର୍ତ୍ତମାନ ସମଗ୍ର ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପାରଦ ୪୪ […] The post ପାଇପ ଅଛି, ହେଲେ ପାଣି ବାହାରୁନି, ୩୦୦ ପରିବାର ହନ୍ତସନ୍ତ appeared first on Dharitri Odia News.
ରିଷିଡ଼ା,୧୧ା୫(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପୌରକେଲା ପଞ୍ଚାୟତ ରଣାପଡ଼ା, ଓ ପାଟଖଣ୍ତା ମନ୍ଦିରପଡ଼ାର ପାୟ ୩୦୦ ପରିବାର ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଛନ୍ତି। ପଡ଼ାରେ ସରକାର ତରଫରୁ ସଫଲେଇ ପାଣି ପାଇପ ବ୍ୟବସ୍ଥା କରିଥିଲେ ହେଁ ତାହା ମାସେରୁ ଅଧିକ ଦିନ ହେବ ଅଚଳ ହୋଇପଡ଼ିଛି। ପଡ଼ାରେ ଗୋଟିଏ ନଳକୂପ ଥିଲେ ମଧ୍ୟ ତାହା ପର୍ଯ୍ୟାପ୍ତ ପାଣି ମିଲୁନି। ବର୍ତ୍ତମାନ ସମଗ୍ର ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପାରଦ ୪୪ ଡିଗ୍ରୀ ଉପରେ ରହୁଛି। ତୁରନ୍ତ ଏହି ସମସ୍ୟା ସମାଧାନ କରିବାକୁ ପଡ଼ାବାସୀ ବାରମ୍ବାର ଦାବି କରିଛନ୍ତି। ଏହି ସମସ୍ୟା ନେଇ ପାନୀୟ ଜଳ ଯୋଗାଣ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
The post ପାଇପ ଅଛି, ହେଲେ ପାଣି ବାହାରୁନି, ୩୦୦ ପରିବାର ହନ୍ତସନ୍ତ appeared first on Dharitri Odia News.