ଦେଶରେ ଦ୍ରୁତ ବେଗରେ ବଢି ଚାଲିଛି କ୍ୟାନ୍ସର ମାମଲା, ୨୦୨୩ରେ ୧୫ ଲକ୍ଷ କେସ୍, ICMR ରିପୋର୍ଟରୁ ଖୁଲାସା
ନୂଆଦିଲ୍ଲୀ: ଭାରତରେ କ୍ୟାନ୍ସର ମାମଲା ଲଗାତାର ବଢିବାରେ ଲାଗିଛି । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର)ର ନ୍ୟାସନାଲ୍ କ୍ୟାନ୍ସର ରେଜିଷ୍ଟ୍ରି ଡାଟାରୁ ଏହା ଜଣାପଡ଼ିଛି । ଏହା ଅନୁସାରେ ୨୦୨୩ରେ ଦେଶରେ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ୧୫ ଲକ୍ଷ ଯାଏ ପହଞ୍ଚିଛି । ଏହା ବ୍ୟତୀତ ହଜାର ହଜାର ମାମଲା ଏପରି ଥିବ ଯାହା ଏଥିରେ ସାମିଲ ନାହିଁ । କ୍ୟାନ୍ସର ରୋଗର ଚିକିତ୍ସା କରୁଥିବା ଡାକ୍ତରଙ୍କ ମତରେ ଏହି ବିପଦ ଲଗାତାର ବଢିବାରେ ଲାଗିଛି ।ଆଇସିଏମ୍ଆର ଡାଟା ଅନୁସାରେ ୨୦୨୧ରେ କ୍ୟାନ୍ସରର ୧୪,୨୬,୪୪୭ ମାମଲା ନ୍ୟାସନାଲ କ୍ୟାନ୍ସର ରେଜିଷ୍ଟ୍ରି ପ୍ରୋଗ୍ରାମରେ ରୁଜୁ କରାଯାଇଛି । ୨୦୨୨ରେ ଏହି ସଂଖ୍ୟା ୧୪,୬୧,୪୨୭ ହୋଇଥିଲା ଏବଂ ୨୦୨୩ ମସିହାରେ ଏହା ବଢି ୧୪,୯୬,୯୭୨ ହୋଇଛି । ପ୍ରତି ୯ ଜଣଙ୍କ ମଧ୍ୟରୁ ଜଣେ ବ୍ୟକ୍ତିଙ୍କୁ ନିଜ ଜୀବନକାଳ ମଧ୍ୟରେ କ୍ୟାନ୍ସର ହେବାର ସମ୍ଭାବନା ରହିଛି । ପୁରୁଷଙ୍କ ମଧ୍ୟରେ ଫୁସ୍ଫୁସ୍ ଏବଂ ମହିଳାଙ୍କ ମଧ୍ୟରେ ବ୍ରେଷ୍ଟ କ୍ୟାନ୍ସର ଅଧିକ ମାମଲା ଦେଖିବାକୁ ମିଳୁଛି । ୧୪ ବର୍ଷ ବୟସ ଯାଏ ଲିମ୍ପୋଇଡ୍ ଲ୍ୟୁକେମିଆଙ୍କ ବିପଦ ବଢିଛି । ୨୦୨୨ ତୁଳନାରେ ୨୦୨୫ରେ କ୍ୟାନ୍ସର ମାମଲା ୧୦ ପ୍ରତିଶତ ଯାଏ ବଢିବା ବୋଲି ଅନୁମାନ କରାଯାଇଛି । ଆଇସିଏମ୍ଆରକୁ ନେଇ ଏନବିଟି କରିଥିବା ରିପୋର୍ଟ ଅନୁସାରେ କ୍ୟାନ୍ସର ଚିହ୍ନଟ ପାଇଁ ଏବେ ଉନ୍ନତ ଡାଇଗ୍ନୋଷ୍ଟିକ୍ ପ୍ରଣାଳୀ ରହିଛି, ଯାହା ଆଜି ସାଧାର
ନୂଆଦିଲ୍ଲୀ: ଭାରତରେ କ୍ୟାନ୍ସର ମାମଲା ଲଗାତାର ବଢିବାରେ ଲାଗିଛି । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର)ର ନ୍ୟାସନାଲ୍ କ୍ୟାନ୍ସର ରେଜିଷ୍ଟ୍ରି ଡାଟାରୁ ଏହା ଜଣାପଡ଼ିଛି । ଏହା ଅନୁସାରେ ୨୦୨୩ରେ ଦେଶରେ କ୍ୟାନ୍ସର ରୋଗୀଙ୍କ ସଂଖ୍ୟା ୧୫ ଲକ୍ଷ ଯାଏ ପହଞ୍ଚିଛି । ଏହା ବ୍ୟତୀତ ହଜାର ହଜାର ମାମଲା ଏପରି ଥିବ ଯାହା ଏଥିରେ ସାମିଲ ନାହିଁ । କ୍ୟାନ୍ସର ରୋଗର ଚିକିତ୍ସା କରୁଥିବା ଡାକ୍ତରଙ୍କ ମତରେ ଏହି ବିପଦ ଲଗାତାର ବଢିବାରେ ଲାଗିଛି ।
ଆଇସିଏମ୍ଆର ଡାଟା ଅନୁସାରେ ୨୦୨୧ରେ କ୍ୟାନ୍ସରର ୧୪,୨୬,୪୪୭ ମାମଲା ନ୍ୟାସନାଲ କ୍ୟାନ୍ସର ରେଜିଷ୍ଟ୍ରି ପ୍ରୋଗ୍ରାମରେ ରୁଜୁ କରାଯାଇଛି । ୨୦୨୨ରେ ଏହି ସଂଖ୍ୟା ୧୪,୬୧,୪୨୭ ହୋଇଥିଲା ଏବଂ ୨୦୨୩ ମସିହାରେ ଏହା ବଢି ୧୪,୯୬,୯୭୨ ହୋଇଛି । ପ୍ରତି ୯ ଜଣଙ୍କ ମଧ୍ୟରୁ ଜଣେ ବ୍ୟକ୍ତିଙ୍କୁ ନିଜ ଜୀବନକାଳ ମଧ୍ୟରେ କ୍ୟାନ୍ସର ହେବାର ସମ୍ଭାବନା ରହିଛି । ପୁରୁଷଙ୍କ ମଧ୍ୟରେ ଫୁସ୍ଫୁସ୍ ଏବଂ ମହିଳାଙ୍କ ମଧ୍ୟରେ ବ୍ରେଷ୍ଟ କ୍ୟାନ୍ସର ଅଧିକ ମାମଲା ଦେଖିବାକୁ ମିଳୁଛି । ୧୪ ବର୍ଷ ବୟସ ଯାଏ ଲିମ୍ପୋଇଡ୍ ଲ୍ୟୁକେମିଆଙ୍କ ବିପଦ ବଢିଛି ।
୨୦୨୨ ତୁଳନାରେ ୨୦୨୫ରେ କ୍ୟାନ୍ସର ମାମଲା ୧୦ ପ୍ରତିଶତ ଯାଏ ବଢିବା ବୋଲି ଅନୁମାନ କରାଯାଇଛି । ଆଇସିଏମ୍ଆରକୁ ନେଇ ଏନବିଟି କରିଥିବା ରିପୋର୍ଟ ଅନୁସାରେ କ୍ୟାନ୍ସର ଚିହ୍ନଟ ପାଇଁ ଏବେ ଉନ୍ନତ ଡାଇଗ୍ନୋଷ୍ଟିକ୍ ପ୍ରଣାଳୀ ରହିଛି, ଯାହା ଆଜି ସାଧାରଣ ଲୋକଙ୍କ ନିକଟରେ ବି ଉପଲବ୍ଧ । ଏହା ସାହାଯ୍ୟରେ କ୍ୟାନ୍ସରକୁ ଶୀଘ୍ର ଚିହ୍ନଟ କରାଯାଇପାରିବ । ଆଡଭାନ୍ସ ଷ୍ଟେଜ୍କୁ ଯିବା ପୂର୍ବରୁ ସ୍କ୍ରିନିଂ ଜରିଆରେ କ୍ୟାନ୍ସରକୁ ଚିହ୍ନଟ କରାଯିବା ପରେ ଚିକିତ୍ସା ସମ୍ଭବ ହୋଇପାରିବ । ତେଣୁ ସ୍କ୍ରିନିଂ ଉପରେ ଧ୍ୟାନ ଦେବାର ଅଧିକ ଆବଶ୍ୟକତା ରହିଛି ।
କେନ୍ଦ୍ର ସରକାରଙ୍କ ତିନି ମନ୍ତ୍ରଣାଳୟ କ୍ୟାନ୍ସରକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରୁଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ‘ଇଟ୍ ରାଇଟ୍ ଇଣ୍ଡିଆ’ ଅଭିଯାନ ଚଲାଯାଉଛି । ଏଥିରେ ପୁଷ୍ଟିକର ଏବଂ ସ୍ୱାସ୍ଥ୍ୟ ଉପଯୋଗୀ ଭୋଜନକୁ ଗୁରୁତ୍ୱ ଦିଆଯାଉଛି । କ୍ରୀଡ଼ା ଏବଂ ଯୁବ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଫିଟ୍ ଇଣ୍ଡିଆ ମୁଭମେଣ୍ଟ ଲାଗୁ କରାଯାଇଛି । ସେହିପରି ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଯୋଗ ସହ ଜଡ଼ିତ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ।