ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ସବୁ ଦଳର ପ୍ରସ୍ତୁତି

କେନ୍ଦ୍ରାପଡ଼ା,୨୦ା୫(ଜଗନ୍ନାଥ ଧଳ): ରାଜ୍ୟର ଚତୁର୍ଥ ଓ ଦେଶର ସପ୍ତମ ତଥା ଚୂଡାନ୍ତ ପର୍ଯ୍ୟାୟ ଭୋଟ ଗ୍ରହଣ ଆସନ୍ତା ଜୁନ ୧ରେ ହେବ। ଏହି ପର୍ଯ୍ୟାୟରେ କେନ୍ଦ୍ରାପଡ଼ା ଜିଲାର ଲୋକସଭା ଆସନ ଓ ଏହା ଅନ୍ତର୍ଗତ ବିଧାନସଭା କ୍ଷେତ୍ରରେ ନିର୍ବାଚନ ତାତି ଜୋର ଧରିଛି। ମିଶ୍ରଣ ପର୍ବ ସହିତ ଗ୍ରାମ ଓ ସହରରେ ରାଜ୍ୟର ପ୍ରମୁଖ ୩ ରାଜନୈତିକ ଦଳର ପ୍ରଚାର ଆରମ୍ଭ ହୋଇଛି। ତେବେ ଏହା ଶେଷ ପର୍ଯ୍ୟାୟରେ ନିର୍ବାଚନ ଥିବାରୁ ସବୁ ଦଳର ଫୋକସରେ ଏହି […] The post ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ସବୁ ଦଳର ପ୍ରସ୍ତୁତି appeared first on Dharitri Odia News.

ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ସବୁ ଦଳର ପ୍ରସ୍ତୁତି

କେନ୍ଦ୍ରାପଡ଼ା,୨୦ା୫(ଜଗନ୍ନାଥ ଧଳ): ରାଜ୍ୟର ଚତୁର୍ଥ ଓ ଦେଶର ସପ୍ତମ ତଥା ଚୂଡାନ୍ତ ପର୍ଯ୍ୟାୟ ଭୋଟ ଗ୍ରହଣ ଆସନ୍ତା ଜୁନ ୧ରେ ହେବ। ଏହି ପର୍ଯ୍ୟାୟରେ କେନ୍ଦ୍ରାପଡ଼ା ଜିଲାର ଲୋକସଭା ଆସନ ଓ ଏହା ଅନ୍ତର୍ଗତ ବିଧାନସଭା କ୍ଷେତ୍ରରେ ନିର୍ବାଚନ ତାତି ଜୋର ଧରିଛି। ମିଶ୍ରଣ ପର୍ବ ସହିତ ଗ୍ରାମ ଓ ସହରରେ ରାଜ୍ୟର ପ୍ରମୁଖ ୩ ରାଜନୈତିକ ଦଳର ପ୍ରଚାର ଆରମ୍ଭ ହୋଇଛି। ତେବେ ଏହା ଶେଷ ପର୍ଯ୍ୟାୟରେ ନିର୍ବାଚନ ଥିବାରୁ ସବୁ ଦଳର ଫୋକସରେ ଏହି ଜିଲା ରହିବ ।ଏବେ ଭାଜପା ଓ ବିଜେଡି ପ୍ରଚାର କାର୍ଯ୍ୟକୁ ତ୍ୱରାନ୍ବିତ କରିଛି। ସେହିପରି କଂଗ୍ରେସ ପ୍ରାର୍ଥୀଙ୍କ ପ୍ରଚାର ଗାଡି ଅପେକ୍ଷାକୃତ କମ୍‌ ଥିବା ଦେଖାଯାଉଛି। ଚଳିତ ଥର ଜିଲାର ପ୍ରାର୍ଥୀଙ୍କ ମଧ୍ୟରେ ହେଭିୱେଟ ବନାମ ନବାଗତଙ୍କ ଲଢ଼େଇ ହେଉଛି। ଆଳି ବିଧାନସଭା କ୍ଷେତ୍ରରେ ବିଜେଡିର ପ୍ରତାପ ଦେବଙ୍କ ସହ କଂଗ୍ରେସ ପ୍ରାର୍ଥୀ ଡ. ଦେବସ୍ମିତା ଶର୍ମା ଟକ୍କର ଜୋରଦାର ବୋଲି ଆଲୋଚନା ହେଉଛି। ସେହିପରି ରାଜନଗରର କଂଗ୍ରେସ ପ୍ରାର୍ଥୀ ଅଶୋକ ପ୍ରତିହାରୀ ସହ ବିଜେଡିର ଧୃବ ସାହୁଙ୍କ ମୁକାବିଲା ହେବାକୁ ଯାଉଛି। ପାଟକୁରାରେ ତିନି ନବାଗତଙ୍କ ମଧ୍ୟରେ ଲଢ଼େଇ ହେବବ। ବିଜେଡି ପ୍ରାର୍ଥୀ ଅରବିନ୍ଦ ମହାପାତ୍ର ଓ କଂଗ୍ରେସ ପ୍ରାର୍ଥୀ ରତିକାନ୍ତ କାନୁନଗୋଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ତୀବ୍ର ହେବାକୁ ଥିବା ବେଳେ ଭାଜପା ପ୍ରାର୍ଥୀ ତେଜେଶ୍ୱର ପରିଡାଙ୍କ ଭୋଟ ନିର୍ଣ୍ଣାୟକ ହେବ। ମହାକାଳପଡ଼ାରେ ବିଜେଡି ପ୍ରାର୍ଥୀ ଅତନୁ ସବ୍ୟସାଚୀ ନାୟକ ପ୍ରାର୍ଥୀ ହୋଇଛନ୍ତି। ତାଙ୍କ ବିରୋଧୀ ଭାଜପା ପ୍ରାର୍ଥୀ ଦୁର୍ଗାପ୍ରସନ୍ନ ନାୟକ ପ୍ରଚାର ଚଳାଇଛନ୍ତି। ସେହିପରି କେନ୍ଦ୍ରାପଡ଼ା ବିଧାନସଭା ଆସନ ବିଜେଡି ପ୍ରାର୍ଥୀ ଗଣେଶ୍ୱର ବେହେରା ଓ ଭାଜପା ପ୍ରାର୍ଥୀ ଗୀତାଞ୍ଜଳୀ ସେଠୀ ମଧ୍ୟରେ ପ୍ରଚାର ପ୍ରତିଦ୍ୱନ୍ଦ୍ୱିତା ତୀବ୍ର ହେଉଛି। ମିଶ୍ରଣ ପର୍ବରେ ନେତାଙ୍କ ଦଳ ବଦଳ ଏବେ ରୋଚକ ସ୍ଥିତିରେ ଅଛି। ପ୍ରତ୍ୟେହ ବିଭିନ୍ନ ଦଳର ମିଶ୍ରଣ ପର୍ବ ଚାଲିଛି। ଅପରପକ୍ଷେ ଲୋକ ସଭା ଆସନରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବାକୁ ଯାଉଛି। ଏଠାରେ ବିଜେଡି ପ୍ରାର୍ଥୀ ଅଂଶୁମାନ ମହାନ୍ତି, ଭାଜପାର ବୈଜୟନ୍ତ ପଣ୍ଡା ଓ କଂଗ୍ରେସର ପ୍ରାର୍ଥୀ ସିଦ୍ଧାର୍ଥ ସ୍ବରୂପ ଦାସ ନିର୍ବାଚନ ମଇଦାନରେ ଅଛନ୍ତି।
ରାଜନୈତିକ ବିଶ୍ଲେଷକ ଅମରବର ବିଶ୍ୱାଳ, ନିହାର ରଞ୍ଜନ ପ୍ରଧାନ, ପ୍ରଭାତ କୁମାର ତ୍ରିପାଠୀ, ସାର ଜେନା ପ୍ରମୁଖ କହିଛନ୍ତି, ୨୦୧୯ ସାଧାରଣ ନିର୍ବାଚନର ପ୍ରଭାବ ଏହି ନିର୍ବାଚନରେ ଦେଖିବାକୁ ମିଳୁଛି। ଗତ ନିର୍ବାଚନରେ ଜିତିଥିବା ଏମ୍‌ପି ଅନୁଭବ ମହାନ୍ତି ଗତ ୪ ବର୍ଷ ଧରି କେନ୍ଦ୍ରାପଡ଼ା ଜିଲାର ଉନ୍ନୟନ କ୍ଷେତ୍ରରେ ହାତ ମାରି ନାହାନ୍ତି। ଏପରି କି ନିର୍ବାଚନମଣ୍ଡଳୀ ଗସ୍ତକୁ ଅତିମାତ୍ରାରେ ସୀମିତ କରିଥିଲେ। ଏହାର ପ୍ରଭାବ ବିଜେଡି ପ୍ରାର୍ଥୀଙ୍କ ଉପରେ ପକାଉଛି। ସେହିପରି ଗତ ନିର୍ବାଚନରେ ହାରିଥିବା ଓ ଚଳିତ ଥର ଏମ୍‌ପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଗତ ୪ ବର୍ଷ ଧରି ବିଭିନ୍ନ ସମସ୍ୟାରେ ନୀରବ ରହିଛନ୍ତି। ଅପରପକ୍ଷେ ଖରସ୍ରୋତା ପାଣି ଆନ୍ଦୋଳନ, ମେଡିକାଲ କଲେଜ, ସ୍ବୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟରେ ପରିଣତ କରିବା, ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବା, କୃଷିଭିତ୍ତିକ ଶିଳ୍ପ ପ୍ରତିଷ୍ଠା, ସମସ୍ତଙ୍କୁ ପାନୀୟ ଜଳ ଆଦି ସମସ୍ୟାର ସମାଧାନ ଦାବିରେ କଂଗ୍ରେସ ଗତ ୪ ବର୍ଷରେ ଆଗୁଆ ଥିଲା। କିନ୍ତୁ ବିଜେଡି ଏସବୁ ସମସ୍ୟାର ସମାଧାନ ଅପେକ୍ଷା କଂଗ୍ରେସର ହେଭିୱେଟ ନେତା ଅଂଶୁମାନ ମହାନ୍ତି ଓ ଗଣେଶ୍ୱର ବେହେରାଙ୍କୁ ପ୍ରାର୍ଥୀ କରିଛି। ହେଭିୱେଟ ନେତା ଅଂଶୁମାନ ଓ ବୈଜୟନ୍ତଙ୍କ ମଧ୍ୟରେ ଟକ୍କର ହେବ ବୋଲି କୁହାଯାଉଥିବା ବେଳେ ନବାଗତ ସିଦ୍ଧାର୍ଥ ସୂରୂପ ପୂର୍ବ ନିର୍ବାଚନ ଅପେକ୍ଷା ଏଥର ଭଲ ପ୍ରଦର୍ଶନ କରିବେ ବୋଲି ଚର୍ଚ୍ଚା ହେଉଛି। ଆସନ୍ତା ସପ୍ତାହଠାରୁ ରାଜ୍ୟ ଓ ଜାତୀୟସ୍ତରର ନେତାଙ୍କ ଏହି ଜିଲା ଗସ୍ତ ଥିବାରୁ ପ୍ରଚାର କାର୍ଯ୍ୟ ଆହୁରି ରୋଚକ ସ୍ଥିତି ରହିବ ବୋଲି ସେମାନେ ଆକଳନ କରିଛନ୍ତି।

The post ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ସବୁ ଦଳର ପ୍ରସ୍ତୁତି appeared first on Dharitri Odia News.