ଗୋପାଳପୁର ବିଜେଡି ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜନ୍ମ ଜୟନ୍ତୀ ପାଳନ l

ଗୋପାଳପୁର,୦୫/୦୩ ଗୋପାଳପୁର ନିର୍ବାଚନ ମଣ୍ଡଳୀ ବିଜେଡ଼ି ପକ୍ଷରୁ ଆଜି ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି l ଏହି ଅବସରରେ ନିର୍ବାଚନ ମଣ୍ଡଳୀ ଅଧିନସ୍ଥ କନିସି ହାଟ ଠାରେ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ସଭାପତି ଅଜିତ କୁମାର ଦାଶଙ୍କ ସଭାପତିତତ୍ୱ କରିଥିବା ବେଳେ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ , ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଜିଲା […] The post ଗୋପାଳପୁର ବିଜେଡି ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜନ୍ମ ଜୟନ୍ତୀ ପାଳନ l appeared first on Odisha.News.

ଗୋପାଳପୁର ବିଜେଡି ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜନ୍ମ ଜୟନ୍ତୀ ପାଳନ l

ଗୋପାଳପୁର,୦୫/୦୩
ଗୋପାଳପୁର ନିର୍ବାଚନ ମଣ୍ଡଳୀ ବିଜେଡ଼ି ପକ୍ଷରୁ ଆଜି ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି l ଏହି ଅବସରରେ ନିର୍ବାଚନ ମଣ୍ଡଳୀ ଅଧିନସ୍ଥ କନିସି ହାଟ ଠାରେ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ସଭାପତି ଅଜିତ କୁମାର ଦାଶଙ୍କ ସଭାପତିତତ୍ୱ କରିଥିବା ବେଳେ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ , ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଜିଲା ସଭାପତି ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଚାଉ , ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ,ଜିଲା ପରିଷଦ ଉପସଭାପତି ଏସ. ରାଜେଶ୍ୱରୀ ଦୋରା,ବ୍ଲକ ଅଧ୍ୟକ୍ଷ ସିଏଚ ଉଷା ରାଣୀ, ଉପାଧ୍ୟକ୍ଷ ଅନିତା ମାହାଙ୍କୁଡ, ବ୍ରହ୍ମପୁର ଡେପୁଟି ମେୟର ଇ.ବିବେକ ରେଡି,୫୪ ନଂ ଜିଲ୍ଲା ପରିଷଦ ସଭ୍ୟ ଦୀପକ କୁମାର ସାମନ୍ତ, ପର୍ଯ୍ୟବେକ୍ଷକ ସିଏଚ ଭରତ ପ୍ରମୁଖ ମଞ୍ଚାସିନ ରହିଥିଲେ l ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ମହାନ ବ୍ୟକ୍ତିତ୍ଵ ଉପରେ ଆଲୋକପାତ କରିବା ସହ ସ୍ବାଧୀନତା ସଂଗ୍ରାମ ପ୍ରତି ଅବଦାନ, ଓଡ଼ିଆ ଭାଷା ପ୍ରିତି ଓଡ଼ିଶା ଗଠନ ସ୍ବପ୍ନ ସଂପର୍କରେ ଆଲୋଚନା କରିଥିଲେ।ଏ ଅବସରରେ ପ୍ରତି ପଂଚାୟତର ଯୁବ, ମହିଳା, ଛାତ୍ର ମାନଂକୁ ସମ୍ମାନିତ କରାଯାଇଥିଲା l ଆଗାମୀ ସାଧାରଣ ନିର୍ବାଚନରେ ନବୀନ ପଟ୍ଟନାୟକ ହାତ ମୁଠା କୁ ଟାଣ କରିବା ସହ ସଂଗଠନ କୁ ମଜବୁତ କରିବା ପାଇ କୁହାଯାଇଥିଲା l ଏହି ଅବସରରେ ବିଜୁ ଛାତ୍ର ଜନତା ଦଳ ରାଜ୍ୟ ସମ୍ପାଦକ ଅଜିତ ରାଉଳ, ଯୁବନେତା ସୁଭାଶିଷ ସାହୁ, ବରିଷ୍ଠ ନେତା ବାଇରୀ ପାତ୍ର, ଏ ସନ୍ତୋଷ ପାତ୍ର ,ଏସ ଧର୍ମରାଜ ରେଡ୍ଡୀ ,ଏସ ମେନେକା ରେଡ୍ଡୀ, ପ୍ରମୋଦ ସାହୁ, ଶଶିଭୂଷଣ ମହାନ୍ତି,ବିଷ୍ଣୁ ପ୍ରିୟା ନାୟକ,, ରାମ ହରି ପାତ୍ର, କେ. ପ୍ରବୀଣ କୁମାର, ପ୍ରତାପ ଚନ୍ଦ୍ର କୋଠିଆ, ବାନି ଲେଙ୍କା, ଜୟ ସାହୁ, ଦଣ୍ଡ ବେହେରା, ପ୍ରଶାନ୍ତ ଦାସ,ଭାରତୀ ନାୟକ, ଦଣ୍ଡ ପାଣିଗ୍ରାହୀ, ସନ୍ତୋଷ ବେହେରା,ଦୁର୍ଯ୍ୟୋଧନ ରେଡି, ପ୍ରକାଶ ସେଠି, ସସ୍ମିତା ବେହେରା, ପ୍ରକାଶ ସାମନ୍ତ,ସନ୍ତୋଷ ପ୍ରଧାନ, ମିଟୁ ଜେନା ପ୍ରମୁଖ ଶତାଧିକ ବିଜେଡି କର୍ମୀ ଉପସ୍ଥିତ ଥିଲେ lଏହି କ୍ରମରେ ସକାଳ ସମୟରେ ଗୋପାଳପୁର ରେ ଏନ ଏ ସି ଅଧକ୍ଷ ଏ. ଜାନକୀ ରାମଙ୍କ ଅଧକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗ ଦେଇ ସ୍ଥାନୀୟ ପୋଷ୍ଟ ଅଫିସ ନିକଟରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ବିଜୁ ବାବୁଙ୍କ ଓଡିଶା ପ୍ରତି ରହିଥିବା ଅବଦାନ ଉପରେ ଆଲୋକପାତ କରିଥିଲେ l. ପରେ ସ୍ଥାନୀୟ ସୁଭଦ୍ରା ଜରା ନିବାସରେ ରହୁଥିବା ଅନ୍ତଃବାସୀଙ୍କୁ ଫଳ ବଣ୍ଟନ କରାଯାଇଥିଲା ।

The post ଗୋପାଳପୁର ବିଜେଡି ପକ୍ଷରୁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜନ୍ମ ଜୟନ୍ତୀ ପାଳନ l appeared first on Odisha.News.