ବେଦୀ ଉପରେ ବରକୁ ହତ୍ୟା କରିବାକୁ ହୋଇଥିଲା ଯୋଜନା;ମାରିବାକୁ ଆସିଥିଲେ ସୁପାରିକିଲର

କନକ ବ୍ୟୁରୋ:ବରକୁ ବେଦୀ ଉପରେ ହତ୍ୟା ପାଇଁ ଆସିଥିଲେ ସୁପାରି କିଲର । ହେଲେ କିଛି କରିବା ଆଗରୁ ଗାଁ ଲୋକଙ୍କ ହାତରେ ଧରାପଡିଗଲେ । ଦୁର୍ବୃତ୍ତଙ୍କୁ କାବୁ କରି ନିସ୍ତୁକ ମାଡ଼ ମାରିଲେ ଗାଁ ଲୋକ । ସେମାନଙ୍କ ପାଖରୁ ଦେଶୀ ପିସ୍ତଲ ଜବତ କରାଯାଇଛି । ପୋଲିସକୁ ଡାକି ୬ ଜଣ ଅଭିଯୁକ୍ତଙ୍କୁ ଜିମା ଦେଇଛନ୍ତି ଗ୍ରାମବାସୀ । ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅଞ୍ଚଳର ଏହି ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି । ସୁପାରି କିଲର ଲଗାଇ ବରକୁ ହତ୍ୟା ପାଇଁ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି ।  ଦେଓଗାଁ ପୋଲିସ ୬ ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା କରୁଛି । ଏନେଇ ଲିଖିତ ଅଭିଯୋଗ ହେଲେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ସୂଚନା ଦେଇଛି । ସୂଚନା ଅନୁସାରେ ଗତକାଲି ଗାଇବାହାଲ ଗାଁରୁ ବରଯାତ୍ରୀ ଦଳ ବାବିଯୋର ଗାଁକୁ ପହଞ୍ଚିଥିଲେ। ବର ଶୋଭଯାତ୍ରା ପରେ ଖିଆପିଆ ସରିଥିଲା । ଏହାପରେ ବୈଦିକ ରୀତିନୀତିରେ ଆରମ୍ଭ ହୋଇଥିଲା କନ୍ୟା ପାଣିଗ୍ରହଣ କାର୍ଯ୍ୟକ୍ରମ । ଏହି ସମୟରେ କିଛି ନିଶାସକ୍ତ ଯୁବକ ମାରଣାସ୍ତ୍ରରେ ସଜ୍ଜିତ ହୋଇ ବେଦୀରେ ବରକୁ ହତ୍ୟା କରିବାକୁ ଯୋଜନା କରୁଥିଲେ । ସେମାନଙ୍କ ହାବଭାବ ସନ୍ଦେହଜନକ ହେବାରୁ ଗ୍ରାମବାସୀ ୬ ଦୁର୍ବୃତ୍ତଙ୍କୁ କାବୁ କରିଥିଲେ । ସେମାନଙ୍କ ପାଖରୁ ମାରଣାସ୍ତ୍ର ଜବତ ହେବା ପରେ ତାଙ୍କୁ ଗାଁଲ ନିସ୍ତୁକ ଛେଚି ପୋଲିସ ଜିମାରେ ଦେଇଛନ୍ତି । ଅନ୍ୟ ପକ୍ଷରେ ସ୍ଥିତି କୁ ନେଇ ଝିଅ ଘର ଲୋକେ ବରକନ୍ୟାକୁ

ବେଦୀ ଉପରେ ବରକୁ ହତ୍ୟା କରିବାକୁ ହୋଇଥିଲା ଯୋଜନା;ମାରିବାକୁ ଆସିଥିଲେ ସୁପାରିକିଲର

କନକ ବ୍ୟୁରୋ:ବରକୁ ବେଦୀ ଉପରେ ହତ୍ୟା ପାଇଁ ଆସିଥିଲେ ସୁପାରି କିଲର । ହେଲେ କିଛି କରିବା ଆଗରୁ ଗାଁ ଲୋକଙ୍କ ହାତରେ ଧରାପଡିଗଲେ । ଦୁର୍ବୃତ୍ତଙ୍କୁ କାବୁ କରି ନିସ୍ତୁକ ମାଡ଼ ମାରିଲେ ଗାଁ ଲୋକ । ସେମାନଙ୍କ ପାଖରୁ ଦେଶୀ ପିସ୍ତଲ ଜବତ କରାଯାଇଛି । ପୋଲିସକୁ ଡାକି ୬ ଜଣ ଅଭିଯୁକ୍ତଙ୍କୁ ଜିମା ଦେଇଛନ୍ତି ଗ୍ରାମବାସୀ । ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅଞ୍ଚଳର ଏହି ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି । ସୁପାରି କିଲର ଲଗାଇ ବରକୁ ହତ୍ୟା ପାଇଁ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି । 

ଦେଓଗାଁ ପୋଲିସ ୬ ଅଭିଯୁକ୍ତଙ୍କୁ ଗିରଫ କରି ପଚରାଉଚରା କରୁଛି । ଏନେଇ ଲିଖିତ ଅଭିଯୋଗ ହେଲେ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ସୂଚନା ଦେଇଛି । ସୂଚନା ଅନୁସାରେ ଗତକାଲି ଗାଇବାହାଲ ଗାଁରୁ ବରଯାତ୍ରୀ ଦଳ ବାବିଯୋର ଗାଁକୁ ପହଞ୍ଚିଥିଲେ। ବର ଶୋଭଯାତ୍ରା ପରେ ଖିଆପିଆ ସରିଥିଲା । ଏହାପରେ ବୈଦିକ ରୀତିନୀତିରେ ଆରମ୍ଭ ହୋଇଥିଲା କନ୍ୟା ପାଣିଗ୍ରହଣ କାର୍ଯ୍ୟକ୍ରମ । ଏହି ସମୟରେ କିଛି ନିଶାସକ୍ତ ଯୁବକ ମାରଣାସ୍ତ୍ରରେ ସଜ୍ଜିତ ହୋଇ ବେଦୀରେ ବରକୁ ହତ୍ୟା କରିବାକୁ ଯୋଜନା କରୁଥିଲେ । ସେମାନଙ୍କ ହାବଭାବ ସନ୍ଦେହଜନକ ହେବାରୁ ଗ୍ରାମବାସୀ ୬ ଦୁର୍ବୃତ୍ତଙ୍କୁ କାବୁ କରିଥିଲେ । ସେମାନଙ୍କ ପାଖରୁ ମାରଣାସ୍ତ୍ର ଜବତ ହେବା ପରେ ତାଙ୍କୁ ଗାଁଲ ନିସ୍ତୁକ ଛେଚି ପୋଲିସ ଜିମାରେ ଦେଇଛନ୍ତି । ଅନ୍ୟ ପକ୍ଷରେ ସ୍ଥିତି କୁ ନେଇ ଝିଅ ଘର ଲୋକେ ବରକନ୍ୟାକୁ ଆଜି ଦିନ ୧୦ଟାରେ ଘରୁ ବିଦାୟ ଦେଇଥିବା ଜଣାପଡିଛି।