ନୂଆ ବର୍ଷରେ ଖୋଲିପାରେ ଶିଶୁ ଭବନ ନୂଆ କୋଠା । ସତ୍ୟପାଠ ଦାଖଲ ପରେ ବଢ଼ିଲା ଆଶା ।
କନକ ବ୍ୟୁରୋ: ଖୁବଶୀଘ୍ର କାର୍ଯ୍ୟକାରୀ ହେବ ଶିଶୁଭବନ ନୂଆ ବିଲ୍ଡିଂ । ଏନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ପୂର୍ବରୁ ଶିଶୁ ଭବନ ଅବ୍ୟବସ୍ଥା ନେଇ ବିଧାୟିକ ସୋଫିଆ ଫିର୍ଦୋଷ ବିଧାନସଭାରେ ପ୍ରଶ୍ନ କରିଥିଲେ । ତେବେ ଶିଶୁ ଭବନ ସମସ୍ୟା ନେଇ ହାଇକୋର୍ଟଙ୍କ ହସ୍ତକ୍ଷେପକୁ ଉଚିତ ବୋଲି ଦର୍ଶାଇଛନ୍ତି ବିଧାୟକ । ଖୁବଶୀଘ୍ର ଖୋଲିପାରେ ଶିଶୁ ଭବନର ନୂଆ ଜି-ସେଭେନ୍ ବିଲଡିଂ । ହାଇକୋର୍ଟରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସତ୍ୟପାଠ ଦାଖଲ କରିବା ପରେ ଆଶା ବଢ଼ିଛି । ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି ଅଟ୍ଟାଳିକାର କାମ ଦୁଇବର୍ଷ ହେଲା ଶେଷ ହେଲାଣି, କିନ୍ତୁ ଏଯାଏଁ ଏଠାରେ ଚିକିତ୍ସା ବ୍ୟବସ୍ଥା ଆରମ୍ଢ ହୋଇପାରି ନାହିଁ । ପୂର୍ବରୁ ଶିଶୁ ଭବନ କର୍ତ୍ତୃପକ୍ଷଙ୍କ ସହ ସ୍ଥାନୀୟ ବିଧାୟକ ବାରମ୍ୱାର ଆଲୋଚନା କରିଥିଲେ, ଦୁଇବର୍ଷ ହେଲା ନିର୍ମାଣ ସରିଥିଲେ ମଧ୍ୟ କାହିଁକି ଏହା କାର୍ୟ୍ୟକ୍ଷମ ହୋଇନାହିଁ ବୋଲି ବିଧାନସଭାରେ ପ୍ରଶ୍ନ କରିଥିଲେ ସ୍ଥାନୀୟ ବିଧାୟିକା ସୋଫିଆ ଫିର୍ଦୋଷ। ହେଲେ ବିଭାଗୀୟ ମନ୍ତ୍ରୀ କିଛି ନିର୍ଦିଷ୍ଟ ଉତ୍ତର ରଖିନଥିଲେ । ହେଲେ ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ, ରାଜ୍ୟ ସରକାର ସତ୍ୟପାଠ ଦାଖଲ କରିଛନ୍ତି । ଯାହାକୁ ନେଇ ହାଇକୋର୍ଟଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ବିଧାୟିକା । ସେପଟେ ଶିଶୁ ଭବନର ନୂଆ ଜି-ସେଭେନ୍ ବିଲଡିଂକୁ ଫାୟାର ସେଫ୍ଟି ପାଇଁ କ୍ଲିଅରାନସ୍ ମିଳିସାରିଛ

କନକ ବ୍ୟୁରୋ: ଖୁବଶୀଘ୍ର କାର୍ଯ୍ୟକାରୀ ହେବ ଶିଶୁଭବନ ନୂଆ ବିଲ୍ଡିଂ । ଏନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ପୂର୍ବରୁ ଶିଶୁ ଭବନ ଅବ୍ୟବସ୍ଥା ନେଇ ବିଧାୟିକ ସୋଫିଆ ଫିର୍ଦୋଷ ବିଧାନସଭାରେ ପ୍ରଶ୍ନ କରିଥିଲେ । ତେବେ ଶିଶୁ ଭବନ ସମସ୍ୟା ନେଇ ହାଇକୋର୍ଟଙ୍କ ହସ୍ତକ୍ଷେପକୁ ଉଚିତ ବୋଲି ଦର୍ଶାଇଛନ୍ତି ବିଧାୟକ ।
ଖୁବଶୀଘ୍ର ଖୋଲିପାରେ ଶିଶୁ ଭବନର ନୂଆ ଜି-ସେଭେନ୍ ବିଲଡିଂ । ହାଇକୋର୍ଟରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସତ୍ୟପାଠ ଦାଖଲ କରିବା ପରେ ଆଶା ବଢ଼ିଛି । ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଏହି ଅଟ୍ଟାଳିକାର କାମ ଦୁଇବର୍ଷ ହେଲା ଶେଷ ହେଲାଣି, କିନ୍ତୁ ଏଯାଏଁ ଏଠାରେ ଚିକିତ୍ସା ବ୍ୟବସ୍ଥା ଆରମ୍ଢ ହୋଇପାରି ନାହିଁ । ପୂର୍ବରୁ ଶିଶୁ ଭବନ କର୍ତ୍ତୃପକ୍ଷଙ୍କ ସହ ସ୍ଥାନୀୟ ବିଧାୟକ ବାରମ୍ୱାର ଆଲୋଚନା କରିଥିଲେ, ଦୁଇବର୍ଷ ହେଲା ନିର୍ମାଣ ସରିଥିଲେ ମଧ୍ୟ କାହିଁକି ଏହା କାର୍ୟ୍ୟକ୍ଷମ ହୋଇନାହିଁ ବୋଲି ବିଧାନସଭାରେ ପ୍ରଶ୍ନ କରିଥିଲେ ସ୍ଥାନୀୟ ବିଧାୟିକା ସୋଫିଆ ଫିର୍ଦୋଷ। ହେଲେ ବିଭାଗୀୟ ମନ୍ତ୍ରୀ କିଛି ନିର୍ଦିଷ୍ଟ ଉତ୍ତର ରଖିନଥିଲେ । ହେଲେ ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ, ରାଜ୍ୟ ସରକାର ସତ୍ୟପାଠ ଦାଖଲ କରିଛନ୍ତି । ଯାହାକୁ ନେଇ ହାଇକୋର୍ଟଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ବିଧାୟିକା ।
ସେପଟେ ଶିଶୁ ଭବନର ନୂଆ ଜି-ସେଭେନ୍ ବିଲଡିଂକୁ ଫାୟାର ସେଫ୍ଟି ପାଇଁ କ୍ଲିଅରାନସ୍ ମିଳିସାରିଛି । ଏନେଇ ଆଲୋଚନା ପରେ ଖୁବ କମ୍ ଦିନରେ ଏହା କାର୍ଯ୍ୟକ୍ଷମ ହେବ । ଏବେ ଦେଖିବାକୁ ବାକି ରହିଲା ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ ପରେ ଚିତ୍ର ବଦଳୁଛି ନା ନାହିଁ ।