ଟି-୨୦ ବିଶ୍ୱକପ୍‌ ପୂର୍ବରୁ ଭାରତୀୟ ଦଳ ପାଇଁ ଖୁସିଖବର

ନୂଆଦିଲ୍ଲୀ,୭।୫: ଭାରତୀୟ କ୍ରିକେଟ ଦଳର କିଛି ଖେଳାଳି ଟି-୨୦ ବିଶ୍ୱକପ ଘୋଷଣା ପରେ ଫ୍ଲପ ହୋଇଥିବାର ନଜର ଆସିଥିଲେ। କିନ୍ତୁ ବର୍ତ୍ତମାନ ଦଳ ପାଇଁ ଏକ ଖୁସି ଖବର ଆସିଛି। ଦଳର ଅନେକ ଖେଳାଳି ପୁନର୍ବାର ନିଜର ଫର୍ମ ଫେରି ପାଇଛନ୍ତି। ବର୍ତ୍ତମାନ ଏହି ତାଲିକାରେ ମୁମ୍ବାଇ ଇଣ୍ଡିଆନ୍ସର ସୂର୍ଯ୍ୟକୁମାର ଯାଦବଙ୍କ ନାମ ମଧ୍ୟ ଯୋଡା ଯାଇଛି। ସୂର୍ଯ୍ୟକୁମାର ହାଇଦ୍ରାବାଦ ବିପକ୍ଷରେ ଖେଳାଯାଇଥିବା ଆଇପିଏଲ ୨୦୨୪ର ୫୫ତମ ମ୍ୟାଚରେ ଶତକୀୟ ଇନିଂସ ଖେଳି ସୂର୍ଯ୍ୟଙ୍କୁ ଦଳକୁ ଆଗେଇ […] The post ଟି-୨୦ ବିଶ୍ୱକପ୍‌ ପୂର୍ବରୁ ଭାରତୀୟ ଦଳ ପାଇଁ ଖୁସିଖବର appeared first on Dharitri Odia News.

ଟି-୨୦ ବିଶ୍ୱକପ୍‌ ପୂର୍ବରୁ ଭାରତୀୟ ଦଳ ପାଇଁ ଖୁସିଖବର

ନୂଆଦିଲ୍ଲୀ,୭।୫: ଭାରତୀୟ କ୍ରିକେଟ ଦଳର କିଛି ଖେଳାଳି ଟି-୨୦ ବିଶ୍ୱକପ ଘୋଷଣା ପରେ ଫ୍ଲପ ହୋଇଥିବାର ନଜର ଆସିଥିଲେ। କିନ୍ତୁ ବର୍ତ୍ତମାନ ଦଳ ପାଇଁ ଏକ ଖୁସି ଖବର ଆସିଛି। ଦଳର ଅନେକ ଖେଳାଳି ପୁନର୍ବାର ନିଜର ଫର୍ମ ଫେରି ପାଇଛନ୍ତି। ବର୍ତ୍ତମାନ ଏହି ତାଲିକାରେ ମୁମ୍ବାଇ ଇଣ୍ଡିଆନ୍ସର ସୂର୍ଯ୍ୟକୁମାର ଯାଦବଙ୍କ ନାମ ମଧ୍ୟ ଯୋଡା ଯାଇଛି। ସୂର୍ଯ୍ୟକୁମାର ହାଇଦ୍ରାବାଦ ବିପକ୍ଷରେ ଖେଳାଯାଇଥିବା ଆଇପିଏଲ ୨୦୨୪ର ୫୫ତମ ମ୍ୟାଚରେ ଶତକୀୟ ଇନିଂସ ଖେଳି ସୂର୍ଯ୍ୟଙ୍କୁ ଦଳକୁ ଆଗେଇ ନେଇଥିଲେ।
ଟାର୍ଗେଟକୁ ପିଛା କରି ସୂର୍ଯ୍ୟକୁମାର ୧୨ ଚୌକା ଓ ୬ ଛକା ସହାୟତାରେ ୫୧ ବଲରେ ୧୦୨ ରନ୍‌ରେ ଅପରାଜିତ ରହିଥିଲେ। ଏହା ଚଳିତ ସିଜିନ୍‌ରେ ମୁମ୍ବାଇର ଚତୁର୍ଥ ବିଜୟ ଥିଲା ଏହି ବିଜୟ ସହିତ ସୁର୍ଯ୍ୟଙ୍କ ପ୍ରତ୍ୟାବର୍ତ୍ତନ ମୁମ୍ବାଇ ତଥା ଟିମ ଇଣ୍ଡିଆ ପାଇଁ ମଧ୍ୟ ବହୁତ ଲାଭଦାୟକ ହେବ। ଆଇପିଏଲ ପରେ ତୁରନ୍ତ ଜୁନ ୧ଠାରୁ ଟି-୨୦ ବିଶ୍ୱକପ ଖେଳାଯିବ।
ବିଶ୍ୱକପ ପାଇଁ ଟିମ ଇଣ୍ଡିଆରେ ମନୋନୀତ ହୋଇଥିବା ସୂର୍ଯ୍ୟକୁମାର ଯାଦବଙ୍କ ପୂର୍ବରୁ ବିରାଟ କୋହଲି, ଯଶସ୍ବୀ ଜୟସ୍ବାଲ ଏବଂ ଅଧିନାୟକ ରୋହିତ ଶର୍ମା ଶତକ ହାସଲ କରିଛନ୍ତି।

The post ଟି-୨୦ ବିଶ୍ୱକପ୍‌ ପୂର୍ବରୁ ଭାରତୀୟ ଦଳ ପାଇଁ ଖୁସିଖବର appeared first on Dharitri Odia News.