ପ୍ରଭାବ ଦେଖାଇବା ଆରମ୍ଭ କଲାଣି ବାତ୍ୟା, ଏହି ୪ ଜିଲାରେ କରିବ ତାଣ୍ଡବ!

ଭୁବନେଶ୍ୱର,୨୩।୧୦: ୪ ଜିଲାରେ ବାତ୍ୟାର ପ୍ରଭାବ ବେଶି ରହିବ ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ବର, ଭଦ୍ରକରେ ବେଶି ପ୍ରଭାବ ପଡିବ। ଏହି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ପବନ ସମ୍ଭାବନା ରହିଛି। ଅନ୍ୟ ପାଶ୍ବବର୍ତ୍ତୀ ଜିଲା ପୁରୀ, ଖୋର୍ଦ୍ଧା(ଭୁବନେଶ୍ବର), କଟକ, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳରେ ମଧ୍ୟ ପ୍ରବଳ ବର୍ଷିବ। ବର୍ଷା ସହ ୬୦-୮୦ ବେଗରେ ପବନ ବହିବ ବୋଲି ଆକଳନ କରାଯାଇଛି। ଅନ୍ୟପଟେ ଆଇଏମ୍‌ଡି ଡିଜି କହିଛନ୍ତି, […] The post ପ୍ରଭାବ ଦେଖାଇବା ଆରମ୍ଭ କଲାଣି ବାତ୍ୟା, ଏହି ୪ ଜିଲାରେ କରିବ ତାଣ୍ଡବ! appeared first on Dharitri Odia News.

ପ୍ରଭାବ ଦେଖାଇବା ଆରମ୍ଭ କଲାଣି ବାତ୍ୟା, ଏହି ୪ ଜିଲାରେ କରିବ ତାଣ୍ଡବ!

ଭୁବନେଶ୍ୱର,୨୩।୧୦: ୪ ଜିଲାରେ ବାତ୍ୟାର ପ୍ରଭାବ ବେଶି ରହିବ ବୋଲି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ବର, ଭଦ୍ରକରେ ବେଶି ପ୍ରଭାବ ପଡିବ। ଏହି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ପବନ ସମ୍ଭାବନା ରହିଛି। ଅନ୍ୟ ପାଶ୍ବବର୍ତ୍ତୀ ଜିଲା ପୁରୀ, ଖୋର୍ଦ୍ଧା(ଭୁବନେଶ୍ବର), କଟକ, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳରେ ମଧ୍ୟ ପ୍ରବଳ ବର୍ଷିବ। ବର୍ଷା ସହ ୬୦-୮୦ ବେଗରେ ପବନ ବହିବ ବୋଲି ଆକଳନ କରାଯାଇଛି।

ଅନ୍ୟପଟେ ଆଇଏମ୍‌ଡି ଡିଜି କହିଛନ୍ତି, ଭିତରକନିକା, ଧାମରା ପାଖରେ ଲ୍ୟାଣ୍ଡଫଲ କରିପାରେ ବାତ୍ୟା। ୨୪ ରାତିରୁ ୨୫ ସକାଳ ମଧ୍ୟରେ ଲ୍ୟାଣ୍ଡଫଲ କରିବ। ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ଅତିକ୍ରମ କରିବ। ସ୍ଥଳଭାଗ ଛୁଇଁଲା ବେଳେ ପବନର ବେଗ ୧୦୦ରୁ ୧୨୦ କିମି ରହିବ।

The post ପ୍ରଭାବ ଦେଖାଇବା ଆରମ୍ଭ କଲାଣି ବାତ୍ୟା, ଏହି ୪ ଜିଲାରେ କରିବ ତାଣ୍ଡବ! appeared first on Dharitri Odia News.