ବାଇକରେ ଗଞ୍ଜେଇ ନେଇ ଯାଉଥିଲେ ନାବାଳକ, ଧରିଲା ପୋଲିସ
ଦିଗପହଣ୍ଡି,୧୬।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଲିସ ଗୁରୁବାର ସାରେ ବାଇକ ସହ ଗଞ୍ଜେଇ ଜବତ କରିଛି। ପୋଲିସ ଟିମ ୩୨୬ ନଂ ଜାତୀୟ ରାଜପଥ ପୋଡାମାରି – ତପ୍ତପାଣି ରାସ୍ତାରେ ପାଟ୍ରୋଲିଂ କରୁଥିବାବେଳେ ଗଜପତି ଜିଲା ମୋହନାରୁ ଦ୍ରୁତଗତିରେ ଆସୁଥିବା ବାଇକ (ନଂ. ଓଡ଼ି ୨୦ ସି -୦୩୮୩)କୁ ଅଟକାଇଥିଲେ। ବାଇକ ଚାଳକ ଧରିଥିବା ବ୍ୟାଗକୁ ଯାଞ୍ଚ କରିବାରୁ ସେଥିରେ ଗଞ୍ଜେଇ ଥିବା ଜଣାପଡିଥିଲା। ବାଇକ ସହ ଚାଳକଙ୍କୁ ପୋଲିସ ଥାନାକୁ ଉଠାଇ […] The post ବାଇକରେ ଗଞ୍ଜେଇ ନେଇ ଯାଉଥିଲେ ନାବାଳକ, ଧରିଲା ପୋଲିସ appeared first on Dharitri Odia News.
ଦିଗପହଣ୍ଡି,୧୬।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପୋଲିସ ଗୁରୁବାର ସାରେ ବାଇକ ସହ ଗଞ୍ଜେଇ ଜବତ କରିଛି। ପୋଲିସ ଟିମ ୩୨୬ ନଂ ଜାତୀୟ ରାଜପଥ ପୋଡାମାରି – ତପ୍ତପାଣି ରାସ୍ତାରେ ପାଟ୍ରୋଲିଂ କରୁଥିବାବେଳେ ଗଜପତି ଜିଲା ମୋହନାରୁ ଦ୍ରୁତଗତିରେ ଆସୁଥିବା ବାଇକ (ନଂ. ଓଡ଼ି ୨୦ ସି -୦୩୮୩)କୁ ଅଟକାଇଥିଲେ। ବାଇକ ଚାଳକ ଧରିଥିବା ବ୍ୟାଗକୁ ଯାଞ୍ଚ କରିବାରୁ ସେଥିରେ ଗଞ୍ଜେଇ ଥିବା ଜଣାପଡିଥିଲା। ବାଇକ ସହ ଚାଳକଙ୍କୁ ପୋଲିସ ଥାନାକୁ ଉଠାଇ ଆଣିଥିଲା। ଅଭିଯୁକ୍ତ ଜଣଙ୍କ ନାବାଳକ ଥିବା ଆଇଆଇସି ଦୀପ୍ତି ରଞ୍ଜନ ବେହେରା କହିଛନ୍ତି। ଜବତ ଗଞ୍ଜେଇର ଓଜନ ୨୧ କେଜି ୧ ଶହ ଗ୍ରାମ । ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖାଯାଇଥିବା ବେଳେ ଶୁକ୍ରବାର ତାଙ୍କୁ ଥାନା ମାମଲା ନଂ.୩୯/୨୫ ଅନୁଯାୟୀ ବ୍ରହ୍ମପୁର ସ୍ଥିତ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଯିବ ବୋଲି ତଦନ୍ତକାରୀ ଅଧିକାରୀ ଏସ.ଆଇ ହିମାଂଶୁ ପାତ୍ର ଜଣାଇଛନ୍ତି।
The post ବାଇକରେ ଗଞ୍ଜେଇ ନେଇ ଯାଉଥିଲେ ନାବାଳକ, ଧରିଲା ପୋଲିସ appeared first on Dharitri Odia News.