ଓଡ଼ିଶାରେ ବାତ୍ୟା ଛନକା: ୨ ଦିନ ବର୍ଷିବ

ଭୁବନେଶ୍ୱର,୨୯ା୧୧(ଅନୁରାଧା ମହାରଣା):ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଘନୀଭୂତ ହେଉଥିବାବେଳେ ଶୁକ୍ରବାର ବାତ୍ୟାର ରୂପ ନେବ। ଏହା ପ୍ରଭାବରେ ତାମିଲନାଡ଼ୁରେ ପ୍ରବଳ ବର୍ଷା ହେଉଥିବାବେଳେ ଓଡ଼ିଶାର କିଛି ସ୍ଥାନରେ ଆସନ୍ତା ୨ଦିନ ବର୍ଷା ହେବାର ଆଶଙ୍କା ରହିଛି। ତେବେ ବୁଧବାର ରାତିରୁ ରାଜ୍ୟରେ କୁହୁଡ଼ି ସହ କୋହଲା ପାଗ ଲାଗି ରହିଥିବାରୁ ବିଶେଷକରି ଚାଷୀକୁଳ ବର୍ଷାକୁ ନେଇ ଚିନ୍ତାରେ ପଡ଼ିଛନ୍ତି। ଗୁରୁବାର କନ୍ଧମାଳର କିଛି ସ୍ଥାନରେ ପ୍ରବଳ କୁହୁଡ଼ି ପଡ଼ିଥିବାବେଳେ ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼ ଓ […] The post ଓଡ଼ିଶାରେ ବାତ୍ୟା ଛନକା: ୨ ଦିନ ବର୍ଷିବ appeared first on Dharitri Odia News.

ଓଡ଼ିଶାରେ ବାତ୍ୟା ଛନକା: ୨ ଦିନ ବର୍ଷିବ

ଭୁବନେଶ୍ୱର,୨୯ା୧୧(ଅନୁରାଧା ମହାରଣା):ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଘନୀଭୂତ ହେଉଥିବାବେଳେ ଶୁକ୍ରବାର ବାତ୍ୟାର ରୂପ ନେବ। ଏହା ପ୍ରଭାବରେ ତାମିଲନାଡ଼ୁରେ ପ୍ରବଳ ବର୍ଷା ହେଉଥିବାବେଳେ ଓଡ଼ିଶାର କିଛି ସ୍ଥାନରେ ଆସନ୍ତା ୨ଦିନ ବର୍ଷା ହେବାର ଆଶଙ୍କା ରହିଛି। ତେବେ ବୁଧବାର ରାତିରୁ ରାଜ୍ୟରେ କୁହୁଡ଼ି ସହ କୋହଲା ପାଗ ଲାଗି ରହିଥିବାରୁ ବିଶେଷକରି ଚାଷୀକୁଳ ବର୍ଷାକୁ ନେଇ ଚିନ୍ତାରେ ପଡ଼ିଛନ୍ତି। ଗୁରୁବାର କନ୍ଧମାଳର କିଛି ସ୍ଥାନରେ ପ୍ରବଳ କୁହୁଡ଼ି ପଡ଼ିଥିବାବେଳେ ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼ ଓ କଳାହାଣ୍ଡି ଆଦି ଜିଲାରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିଥିଲା। ତେବେ ଶୁକ୍ରବାର ପୁରୀ, ଗଞ୍ଜାମ ଓ ଗଜପତି ଆଦି ଜିଲାର କେତେକ ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ଥିବାବେଳେ ସୁନ୍ଦରଗଡ଼, କେନ୍ଦୁଝର, କନ୍ଧମାଳ ଓ କଳାହାଣ୍ଡି ଆଦି ଜିଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଅନୁଭୂତ ହେବ। ୩୦ ଓ ୧ ତାରିଖରେ ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ପୁରୀ, କଟକ, ଖୋର୍ଦ୍ଧା, ନୟାଗଡ଼, ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଆଦି ଜିଲାର କିଛି ସ୍ଥାନରେ ବର୍ଷା ହୋଇପାରେ। ଏହାସହ ସୁନ୍ଦରଗଡ଼, କେନ୍ଦୁଝର, କନ୍ଧମାଳ ଓ କଳାହାଣ୍ଡି ଆଦି ଜିଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଅନୁଭୂତ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ଅନ୍ୟପକ୍ଷରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରାରେ ହ୍ରାସ ଘଟିଥିବାବେଳେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ହୋଇଛି। ଗୁରୁବାର ଯାଜପୁରରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୧.୦ ଡିଗ୍ରୀ ସେଲସିୟସ୍‌ ରେକର୍ଡ କରାଯାଇଥିବାବେଳେ ସର୍ବନିମ୍ନ ତାପମାତ୍ରା ଫୁଲବାଣୀରେ ୮.୫ ଡିଗ୍ରୀ ରହିଥିଲା। ତେବେ ଆସନ୍ତା ୪ଦିନ ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ୨ରୁ ୪ଡିଗ୍ରୀ ସେଲସିୟସ୍‌ ବୃଦ୍ଧି ପାଇବ ଓ ୨ ତାରିଖଠାରୁ ରାଜ୍ୟରେ ପାଗ ଶୁଖିଲା ରହିବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

The post ଓଡ଼ିଶାରେ ବାତ୍ୟା ଛନକା: ୨ ଦିନ ବର୍ଷିବ appeared first on Dharitri Odia News.