ରେମତା ଗ୍ରାମୀଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ଛତିଶଗଡ଼ କୋଇଲଙ୍ଗା ଚମ୍ପିୟାନ
ଝାରସୁଗୁଡା ୧୮/୧୧ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ସୀମାନ୍ତ ୧୯ ଖଣ୍ଡ ମୌଜା ରେମତାର ଖେଳ ପଡିଆରେ ଜୟ ଜଗନ୍ନାଥ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ଗ୍ରାମୀଣ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦଯାପିତ ହୋଇ ଯାଇଛି । ଉକ୍ତ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଝାରସୁଗୁଡା ଓ ଛତିଶଗଡ ରାୟଗଡ ଜିଲ୍ଲାରୁ ମୋଟ ୩୨ ଟି ଦଳ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ ଛତିଶଗଡ ନନ୍ଦସିଆ ଓ କୋଇଲଙ୍ଗା କ୍ରିକେଟ ଦଳ ମଧ୍ୟରେ ଫାଇନାଲ ଖେଳ […] The post ରେମତା ଗ୍ରାମୀଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ଛତିଶଗଡ଼ କୋଇଲଙ୍ଗା ଚମ୍ପିୟାନ appeared first on Odisha.News.

ଝାରସୁଗୁଡା ୧୮/୧୧ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ସୀମାନ୍ତ ୧୯ ଖଣ୍ଡ ମୌଜା ରେମତାର ଖେଳ ପଡିଆରେ ଜୟ ଜଗନ୍ନାଥ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ଗ୍ରାମୀଣ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦଯାପିତ ହୋଇ ଯାଇଛି । ଉକ୍ତ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଝାରସୁଗୁଡା ଓ ଛତିଶଗଡ ରାୟଗଡ ଜିଲ୍ଲାରୁ ମୋଟ ୩୨ ଟି ଦଳ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ ଛତିଶଗଡ ନନ୍ଦସିଆ ଓ କୋଇଲଙ୍ଗା କ୍ରିକେଟ ଦଳ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା । ଏଥିରେ ନନ୍ଦସିଆ କୁ ହରାଇ କୋଇଲଙ୍ଗା ଚମ୍ପିୟାନ ହୋଇଥିଲା । ଅମ୍ପାୟାର ଭାବେ ଶରତ ଓ ଅଶୋକ ଖେଳ ପରିଚାଳନା କରିଥିଲେ । ଏହି ଅବସରରେ ବରଗଡ଼ ପୂର୍ବତନ ସାଂସଦଙ୍କ ପ୍ରତିନିଧି ରଘୁନନ୍ଦନ ପଣ୍ଡା ମୁଖ୍ୟ ଅତିଥି ଏବଂ ରେମତା ସରପଞ୍ଚ ପ୍ରଫୁଲ୍ଲ ସିଂ, କନକତୋରା ସରପଞ୍ଚ ସୁଶାନ୍ତ ଚଇନି,ପୂର୍ବତନ ସରପଞ୍ଚ ଚକାନନ୍ଦ ସା,ରେମତା ଗାଁ କମିଟି ସଭାପତି ଚତୁର୍ଭୁଜ ବିଶ୍ୱାଳ,ପଞ୍ଚଗାଁ ମଣ୍ଡଳ ସଭାପତି ହେମକୁମାର ପଧାନ, ପଡ଼ୋଶୀ ଛତିଶଗଡ ଗୋତମା ସରପଞ୍ଚ ଆଶିଷ ଗୁପ୍ତା
ସମ୍ମାନିତ ଅତିଥି ଭାବେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହିତ ଉଭୟ ଦଳକୁ ପୁରସ୍କୃତ କରିଥିଲେ । ତ୍ରୀରଙ୍ଗା ଫାଉଣ୍ଡେସନର ସଭାପତି ପ୍ରମୋଦ ସା, ସମ୍ପାଦକ ଦୀନବନ୍ଧୁ ସେଠ ତଥା ଜୟ ଜଗନ୍ନାଥ କ୍ରିକେଟ କ୍ଲବ ପକ୍ଷରୁ ଥଣ୍ଡାରାମ ପଧାନ, ପରେଶ ପଧାନ ଭୋଜରାଜ କୁମ୍ଭାର, ପଦ୍ମନ ପଧାନ, କୃଷ୍ଣଚନ୍ଦ୍ର ପଧାନ, ନୀଳାମ୍ବର ପଧାନଙ୍କ ସମେତ ସମସ୍ତ ସଦସ୍ୟ ପରିଚାଳନାରେ ସହଯୋଗ କରିଥିଲେ ।
The post ରେମତା ଗ୍ରାମୀଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ଛତିଶଗଡ଼ କୋଇଲଙ୍ଗା ଚମ୍ପିୟାନ appeared first on Odisha.News.