ଆଗରୁ ବୁଲିଥିଲେ ଏବେ ଯିବାକୁ ପଡୁ ନ ଥାନ୍ତା: ପୂଜାରୀ
ଭୁବନେଶ୍ୱର, ୩୧ା୧୨(ସୁନିତ୍ ମିଶ୍ର): ଅଦିନିଆ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବ୍ୟାପକ ଚାଷ ନଷ୍ଟ ହୋଇଯାଇଛି। ଚାଷୀମାନେ ବହୁ କ୍ଷତି ସହିବା ଦେଖି ଉଭୟ ଶାସକ ଏବଂ ବିରୋଧୀ ଏବେ ଗ୍ରାଉଣ୍ଡ ଜିରୋକୁ ଧାଇଁଛନ୍ତି। ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଗ୍ରାଉଣ୍ଡକୁ ଯାଇ ଚାଷୀଙ୍କୁ ଭେଟୁଥିବା ବେଳେ ସୋମବାର ଗଞ୍ଜାମର ବିଭିନ୍ନ ଅଞ୍ଚଳ ବୁଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଫସଲ କ୍ଷୟକ୍ଷତି ଦେଖିଛନ୍ତି। ତୁରନ୍ତ ଚାଷୀଙ୍କୁ […] The post ଆଗରୁ ବୁଲିଥିଲେ ଏବେ ଯିବାକୁ ପଡୁ ନ ଥାନ୍ତା: ପୂଜାରୀ appeared first on Dharitri Odia News.
ଭୁବନେଶ୍ୱର, ୩୧ା୧୨(ସୁନିତ୍ ମିଶ୍ର): ଅଦିନିଆ ବର୍ଷା ଯୋଗୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବ୍ୟାପକ ଚାଷ ନଷ୍ଟ ହୋଇଯାଇଛି। ଚାଷୀମାନେ ବହୁ କ୍ଷତି ସହିବା ଦେଖି ଉଭୟ ଶାସକ ଏବଂ ବିରୋଧୀ ଏବେ ଗ୍ରାଉଣ୍ଡ ଜିରୋକୁ ଧାଇଁଛନ୍ତି। ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଗ୍ରାଉଣ୍ଡକୁ ଯାଇ ଚାଷୀଙ୍କୁ ଭେଟୁଥିବା ବେଳେ ସୋମବାର ଗଞ୍ଜାମର ବିଭିନ୍ନ ଅଞ୍ଚଳ ବୁଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଫସଲ କ୍ଷୟକ୍ଷତି ଦେଖିଛନ୍ତି। ତୁରନ୍ତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ସେ ସରକାରଙ୍କୁ ଦାବି କରିଛନ୍ତି। ତେବେ ନବୀନ ଗ୍ରାଉଣ୍ଡକୁ ଯାଇ ଚାଷୀଙ୍କୁ ଭେଟିବା ପ୍ରସଙ୍ଗ ନେଇ ଜୋର୍ ଧରିଛି ରାଜନୀତି। ଅନ୍ୟପଟେ ମଙ୍ଗଳବାର ପୁରୀ, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା ଏବଂ କଟକ ଜିଲାର କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବାକୁ ସେ ଗସ୍ତ କରିବା କାର୍ଯ୍ୟକ୍ରମ ରହିଛି।
ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ନବୀନ ମୁଖ୍ୟମନ୍ତ୍ରୀ ଥିବାବେଳେ ଯଦି ଗ୍ରାଉଣ୍ଡକୁ ଯାଇଥାଆନ୍ତେ ବର୍ତ୍ତମାନ ବିରୋଧୀ ଦଳକୁ ଆସିବା ପରେ ମଧ୍ୟ ଯିବାକୁ ପଡ଼ି ନ ଥାଆନ୍ତା। ଯଦି ସେହି ସମୟରେ ବିଭିନ୍ନ ଆଇନରେ ଚାଷୀ କିପରି ଉପକୃତ ହେବେ ସେନେଇ ଅଧ୍ୟୟନ କରିଥାଆନ୍ତେ ଏବଂ ଆଇନର ପରିବର୍ତ୍ତନ କରିବା ସହ ନୂଆ ନୂଆ ପ୍ରାକୃତିକ ବିପର୍ଯ୍ୟୟକୁ ତାଲିକାଭୁକ୍ତ କରିଥାଆନ୍ତେ ତେବେ ବର୍ତ୍ତମାନ ତାଙ୍କୁ ଯିବାକୁ ପଡ଼ି ନ ଥାଆନ୍ତା ବୋଲି ପୂଜାରୀ କହିଛନ୍ତି।
ବରିଷ୍ଠ ନେତା ତଥା ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି, ନବୀନ ପଟ୍ଟନାୟକ ୨୪ ବର୍ଷ ଧରି ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ ଏବଂ ବିରୋଧୀ ଦଳ ନେତା ଅଛନ୍ତି, ସେ ଲୋକଙ୍କ ପାଖକୁ ଯିବେ। ଯଦି ବିରୋଧୀ ଦଳ ଏହି ପ୍ରସଙ୍ଗ ଉଠାଇ ନ ଥାଆନ୍ତେ ତେବେ ଏମାନେ ଏହି କଥାରେ ବୈଠକ ମଧ୍ୟ କରି ନ ଥାଆନ୍ତେ। ଯେଉଁ ଚାଷୀମାନଙ୍କ ଚାଷ ଉଜୁଡ଼ିଯାଇଛି ସେମାନଙ୍କୁ ୩୧୦୦ ଟଙ୍କା ଲେଖା ହିସାବରେ କେବେ ସୁଦ୍ଧା ଦେବାକୁ ବ୍ୟବସ୍ଥା କରିବେ ବୋଲି ରଣେନ୍ଦ୍ର ପ୍ରଶ୍ନ ଉଠାଇଛନ୍ତି।
The post ଆଗରୁ ବୁଲିଥିଲେ ଏବେ ଯିବାକୁ ପଡୁ ନ ଥାନ୍ତା: ପୂଜାରୀ appeared first on Dharitri Odia News.