ସୋସିଆଲ ମିଡିଆରେ ସୌମଶ୍ରୀଙ୍କ ପରିବାରକୁ ଆକ୍ଷେପ ଘଟଣା, ଜଣକୁ ଅଟକ ରଖିଲା ପୋଲିସ

ଭୋଗରାଇ: ସୋସିଆଲ ମିଡିଆରେ ସୌମଶ୍ରୀଙ୍କ ପରିବାରକୁ ଆକ୍ଷେପ ଘଟଣାକୁ ନେଇ ଥାନାର ଦ୍ବାରସ୍ଥ ହୋଇଛନ୍ତି ମୃତକଙ୍କ ଭାଇ। ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ପାଇଁ ଭୋଗରାଇ ଥାନାରେ ୪ରୁ ଅଧିକ ବ୍ୟକ୍ତିଙ୍କ ନାଁରେ ଏତଲା ଦେଇଥିବାବେଳେ ଜଣକୁ ଅଟକ ରଖି ତଦନ୍ତ କରୁଛି ପୋଲିସ। ସୂଚନାଥାଉକି, ଗତ ଶନିବାର ବାଲେଶ୍ବର ଏଫଏମ୍‌ କଲେଜ ପରିସରରେ ପ୍ରିନ୍ସିପାଲଙ୍କ ଚାମ୍ବର ସାମ୍‌ନାରେ ସୌମ୍ୟାଶ୍ରୀ ଆତ୍ମାହୁତି ଉଦ୍ୟମ କରିଥିଲେ। ସେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ। ଯେଉଁଥିରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କ ଶରୀର ପ୍ରାୟ ୯୦ ପ୍ରତିଶତ ପୋଡ଼ିଯାଇଥିଲା। ଏମିତିରେ ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ବର ଏମ୍ସ ସ୍ଥାନାନ୍ତର କରାଯାଇଥିଲା। ହେଲେ ସୋମବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା।ଅଭିଯୋଗ ହୋଇଛି ଛାତ୍ରୀ ଜଣକ କଲେଜର ବିଏଡ୍‌ ବିଭାଗର ଏଚ୍‌ଓଡି ରତ୍ନାକର ସାହୁଙ୍କୁ ଅତ୍ୟାଚାର ଯୋଗୁ ସେ ଆତ୍ମାହୁତି କରିଛନ୍ତି। ତେବେ ଏପର୍ଯ୍ୟନ୍ତ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇ କଲେଜ ପ୍ରିନ୍ସିପାଲ ଏବଂ ସଂପୃକ୍ତ ଏଚଓଡିଙ୍କୁ ଗିରଫ କରାଯାଇଥିଲେବି ନ୍ୟାୟ ଦାବିରେ ବୁଧବାର ବିଜେଡି ବାଲେଶ୍ବର ବନ୍ଦ ଡାକରା ଦେଇଥିଲା। ଗୁରୁବାର ମଧ୍ୟ କଂଗ୍ରେସ ତରଫରୁ ଓଡ଼ିଶା ବନ୍ଦ କରାଯାଇଥିଲା।

ସୋସିଆଲ ମିଡିଆରେ ସୌମଶ୍ରୀଙ୍କ ପରିବାରକୁ ଆକ୍ଷେପ ଘଟଣା, ଜଣକୁ ଅଟକ ରଖିଲା ପୋଲିସ

ଭୋଗରାଇ: ସୋସିଆଲ ମିଡିଆରେ ସୌମଶ୍ରୀଙ୍କ ପରିବାରକୁ ଆକ୍ଷେପ ଘଟଣାକୁ ନେଇ ଥାନାର ଦ୍ବାରସ୍ଥ ହୋଇଛନ୍ତି ମୃତକଙ୍କ ଭାଇ। ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ପାଇଁ ଭୋଗରାଇ ଥାନାରେ ୪ରୁ ଅଧିକ ବ୍ୟକ୍ତିଙ୍କ ନାଁରେ ଏତଲା ଦେଇଥିବାବେଳେ ଜଣକୁ ଅଟକ ରଖି ତଦନ୍ତ କରୁଛି ପୋଲିସ। 

ସୂଚନାଥାଉକି, ଗତ ଶନିବାର ବାଲେଶ୍ବର ଏଫଏମ୍‌ କଲେଜ ପରିସରରେ ପ୍ରିନ୍ସିପାଲଙ୍କ ଚାମ୍ବର ସାମ୍‌ନାରେ ସୌମ୍ୟାଶ୍ରୀ ଆତ୍ମାହୁତି ଉଦ୍ୟମ କରିଥିଲେ। ସେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ। ଯେଉଁଥିରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କ ଶରୀର ପ୍ରାୟ ୯୦ ପ୍ରତିଶତ ପୋଡ଼ିଯାଇଥିଲା। ଏମିତିରେ ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ବର ଏମ୍ସ ସ୍ଥାନାନ୍ତର କରାଯାଇଥିଲା। ହେଲେ ସୋମବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା।

ଅଭିଯୋଗ ହୋଇଛି ଛାତ୍ରୀ ଜଣକ କଲେଜର ବିଏଡ୍‌ ବିଭାଗର ଏଚ୍‌ଓଡି ରତ୍ନାକର ସାହୁଙ୍କୁ ଅତ୍ୟାଚାର ଯୋଗୁ ସେ ଆତ୍ମାହୁତି କରିଛନ୍ତି। ତେବେ ଏପର୍ଯ୍ୟନ୍ତ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇ କଲେଜ ପ୍ରିନ୍ସିପାଲ ଏବଂ ସଂପୃକ୍ତ ଏଚଓଡିଙ୍କୁ ଗିରଫ କରାଯାଇଥିଲେବି ନ୍ୟାୟ ଦାବିରେ ବୁଧବାର ବିଜେଡି ବାଲେଶ୍ବର ବନ୍ଦ ଡାକରା ଦେଇଥିଲା। ଗୁରୁବାର ମଧ୍ୟ କଂଗ୍ରେସ ତରଫରୁ ଓଡ଼ିଶା ବନ୍ଦ କରାଯାଇଥିଲା।