ନେଟ୍ସରେ ଦିଗ୍ଗଜ ବୋଲରଙ୍କ ସାମ୍ନା କଲେ ପିଏମ୍ ସୁନକ, ଭିଡିଓ ଭାଇରାଲ୍...
ନୂଆଦିଲ୍ଲୀ ୦୬/୦୪: ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ କ୍ରିକେଟ ଖେଳିବାକୁ ବହୁତ ଭଲ ପାଆନ୍ତି । କାରଣ ତାଙ୍କର ଇଚ୍ଛା ଥିଲା କ୍ରିକେଟର ହେବାକୁ । କିନ୍ତୁ ସେ ହୋଇଗଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ । ସୁନକଙ୍କ କ୍ରିକେଟ ପ୍ରତି ଥିବା ଭଲପାଇବା ନେଇ ଅନେକ ସମୟରେ ସ୍ପଷ୍ଟ କରିଛନ୍ତି । ନିକଟରେ ସେ ରୁଟ୍ ଲେଭଲ କ୍ରିକେଟ ସୁବିଧା ତଥା ସ୍କୁଲ୍ ଗୁଡିକରେ ଖେଳକୁ ପ୍ରୋତ୍ସାହନ ଲାଗି ୩.୫ କୋଟି ପାଉଣ୍ଡ ନିବେଶ ଲାଗି ଘୋଷଣା କରିଛନ୍ତି । ୪୩ ବର୍ଷୀୟ ସୁନକ ୨୦୩୦ ସୁଦ୍ଧା ୧୦ ଲକ୍ଷରୁ ଅଧିକ ଯୁବପୀଢିଙ୍କୁ ଏହି ଖେଳରେ ସାମିଲ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ସୁନକ କହିଛନ୍ତି ମୋତେ କ୍ରିକେଟ ବହୁତ ପସନ୍ଦ । ସେ ଆହୁରି କହିଛନ୍ତ ମୁଁ ପିଲାବେଳର ମୋ ଅନୁଭୂତି ସାଉଥଷ୍ଟମ୍ପନରେ ସ୍ଥାନୀୟ ମୈଦାନରେ ଅନେକ ବାର ଅନୁଭବ କରିଛି । ସୁନକ ଆହୁରି କହିଛନ୍ତି ଆମେ ଏବେ ଉଭୟ ମହିଳା ଏବଂ ପୁରୁଷ T_20 ବିଶ୍ୱକପ୍ ଏବଂ ଅନ୍ତରାଷ୍ଟ୍ରୀୟ ଖେଳ ପାଇଁ ପ୍ରସ୍ତୁତ ଅଛୁ । ଖେଳକୁ ସବୁ ସ୍ତରକୁ ନେଭାକୁ ଆମେ ତୟାର । ଏଥିପାଇଁ ମୁ ଆଜି ଗର୍ବୀତ ଯେ ଗ୍ରାସ ରୁଟ୍ ଲେଭଲ କ୍ରିକେଟ ପାଇଁ ୩୫ ମିଲିୟନ ପାଉଣ୍ଡର ବଡ ନିବେଶ କରୁଛି । ଯେଉଁଥିରେ ସ୍କୁଲ ମାନଙ୍କରେ ପିଲାଙ୍କୁ ଖେଳିବାର ସୁଯୋଗ ମିଳିବ । ଏହାସହ ସୁସ୍ଥ ଜୀବନଶୈଳୀ ବଞ୍ଚିବାର ବି ସୁଯୋଗ ମିଳିବ । ଏହି ନିବେଶ ଆଗାମୀ ୫ ବର୍ଷ ପାଇଁ ଅଟେ । ଏହି ସମୟରେ ଇଂଲଣ୍ଡ ଏବଂ ଓ୍ୱେଲ୍ସ କ୍ରିକେଟ ବୋର୍ଡ ଆଇ
ନୂଆଦିଲ୍ଲୀ ୦୬/୦୪: ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ କ୍ରିକେଟ ଖେଳିବାକୁ ବହୁତ ଭଲ ପାଆନ୍ତି । କାରଣ ତାଙ୍କର ଇଚ୍ଛା ଥିଲା କ୍ରିକେଟର ହେବାକୁ । କିନ୍ତୁ ସେ ହୋଇଗଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ । ସୁନକଙ୍କ କ୍ରିକେଟ ପ୍ରତି ଥିବା ଭଲପାଇବା ନେଇ ଅନେକ ସମୟରେ ସ୍ପଷ୍ଟ କରିଛନ୍ତି ।
ନିକଟରେ ସେ ରୁଟ୍ ଲେଭଲ କ୍ରିକେଟ ସୁବିଧା ତଥା ସ୍କୁଲ୍ ଗୁଡିକରେ ଖେଳକୁ ପ୍ରୋତ୍ସାହନ ଲାଗି ୩.୫ କୋଟି ପାଉଣ୍ଡ ନିବେଶ ଲାଗି ଘୋଷଣା କରିଛନ୍ତି । ୪୩ ବର୍ଷୀୟ ସୁନକ ୨୦୩୦ ସୁଦ୍ଧା ୧୦ ଲକ୍ଷରୁ ଅଧିକ ଯୁବପୀଢିଙ୍କୁ ଏହି ଖେଳରେ ସାମିଲ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ସୁନକ କହିଛନ୍ତି ମୋତେ କ୍ରିକେଟ ବହୁତ ପସନ୍ଦ ।
ସେ ଆହୁରି କହିଛନ୍ତ ମୁଁ ପିଲାବେଳର ମୋ ଅନୁଭୂତି ସାଉଥଷ୍ଟମ୍ପନରେ ସ୍ଥାନୀୟ ମୈଦାନରେ ଅନେକ ବାର ଅନୁଭବ କରିଛି । ସୁନକ ଆହୁରି କହିଛନ୍ତି ଆମେ ଏବେ ଉଭୟ ମହିଳା ଏବଂ ପୁରୁଷ T_20 ବିଶ୍ୱକପ୍ ଏବଂ ଅନ୍ତରାଷ୍ଟ୍ରୀୟ ଖେଳ ପାଇଁ ପ୍ରସ୍ତୁତ ଅଛୁ । ଖେଳକୁ ସବୁ ସ୍ତରକୁ ନେଭାକୁ ଆମେ ତୟାର ।
ଏଥିପାଇଁ ମୁ ଆଜି ଗର୍ବୀତ ଯେ ଗ୍ରାସ ରୁଟ୍ ଲେଭଲ କ୍ରିକେଟ ପାଇଁ ୩୫ ମିଲିୟନ ପାଉଣ୍ଡର ବଡ ନିବେଶ କରୁଛି । ଯେଉଁଥିରେ ସ୍କୁଲ ମାନଙ୍କରେ ପିଲାଙ୍କୁ ଖେଳିବାର ସୁଯୋଗ ମିଳିବ । ଏହାସହ ସୁସ୍ଥ ଜୀବନଶୈଳୀ ବଞ୍ଚିବାର ବି ସୁଯୋଗ ମିଳିବ । ଏହି ନିବେଶ ଆଗାମୀ ୫ ବର୍ଷ ପାଇଁ ଅଟେ । ଏହି ସମୟରେ ଇଂଲଣ୍ଡ ଏବଂ ଓ୍ୱେଲ୍ସ କ୍ରିକେଟ ବୋର୍ଡ ଆଇସିସି ମହିଳା T_20 ବିଶ୍ୱକପ୍ ୨୦୨୬ରେ ଖେଳିବାର ସୁଯୋଗ ମିଳିବ ।
Am I ready for the call up @englandcricket? pic.twitter.com/nKIk5mNj7j— Rishi Sunak (@RishiSunak) April 5, 2024
ଏହି ଅବସରରେ ସେ ଓଭଲ କ୍ରିକେଟ ଗ୍ରାଉଣ୍ଡରେ ଇଂଲଣ୍ଡର କ୍ରିକେଟରଙ୍କ କ୍ରିକେଟ ଖେଳୁଥିବା ନଜର ଆସିଥିଲେ । ଇଂଲଣ୍ଡର ବୋଲର ଜେମ୍ସ ଆଣ୍ଡରସନ୍ଙ୍କ ବଲର ସମ୍ମୁଖୀନ କରିଥିଲେ ସୁନକ । ଯାହା ଏବେ ଇଣ୍ଟରନେଟ୍ରେ ବେଶ୍ ଭାଇରାଲ ହେବାରେ ଲାଗିଛି ।