ଗୋ ଚୋରାଚାଲାଣ ସନ୍ଦେହରେ ୩୦ କିମି ଗୋଡାଇବା ପରେ ଛାତ୍ରଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ: ହରିୟାଣାର ଫରିଦାବାଦରେ ଜଣେ ଦ୍ବାଦଶ ଶ୍ରେଣୀ ଛାତ୍ରଙ୍କୁ ଗୋ ଚୋରାଚାଲାଣ ସନ୍ଦେହରେ ଗୁଳି କରି ହତ୍ୟା କରାଯାଇଛି। ମୃତ ଛାତ୍ରଙ୍କ ନାଁ ଆରୟନ ମିଶ୍ର। ଏହି ମାମଲାରେ ଏକ ଗୋ ରକ୍ଷାକାରୀ ଗୋଷ୍ଠୀର ୫ ଜଣ ଗିରଫ ହୋଇଛନ୍ତି। ଗିରଫ ହୋଇଥିବା ବ୍ୟକ୍ତିମାନେ ହେଉଛନ୍ତି ଅନିଲ କୌଶିକ, ବରୁଣ, କ୍ରୀଷ୍ଣା‌, ଆଦେଶ ଏବଂ ସୌରଭ। ତଦନ୍ତରୁ ଜଣାପଡ଼ିଛି ଯେ ସେମାନେ ବେଆଇନ ଅସ୍ତ୍ର ବ୍ୟବହାର କରିଥିଲେ। ଉକ୍ତ ଘଟଣାରେ ଅଧିକ ତଦନ୍ତ ଜାରି ରହିଛି। ପୁଲିସ୍‌ […]

ଗୋ ଚୋରାଚାଲାଣ ସନ୍ଦେହରେ ୩୦ କିମି ଗୋଡାଇବା ପରେ ଛାତ୍ରଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ: ହରିୟାଣାର ଫରିଦାବାଦରେ ଜଣେ ଦ୍ବାଦଶ ଶ୍ରେଣୀ ଛାତ୍ରଙ୍କୁ ଗୋ ଚୋରାଚାଲାଣ ସନ୍ଦେହରେ ଗୁଳି କରି ହତ୍ୟା କରାଯାଇଛି। ମୃତ ଛାତ୍ରଙ୍କ ନାଁ ଆରୟନ ମିଶ୍ର। ଏହି ମାମଲାରେ ଏକ ଗୋ ରକ୍ଷାକାରୀ ଗୋଷ୍ଠୀର ୫ ଜଣ ଗିରଫ ହୋଇଛନ୍ତି। ଗିରଫ ହୋଇଥିବା ବ୍ୟକ୍ତିମାନେ ହେଉଛନ୍ତି ଅନିଲ କୌଶିକ, ବରୁଣ, କ୍ରୀଷ୍ଣା‌, ଆଦେଶ ଏବଂ ସୌରଭ। ତଦନ୍ତରୁ ଜଣାପଡ଼ିଛି ଯେ ସେମାନେ ବେଆଇନ ଅସ୍ତ୍ର ବ୍ୟବହାର କରିଥିଲେ। ଉକ୍ତ ଘଟଣାରେ ଅଧିକ ତଦନ୍ତ ଜାରି ରହିଛି। ପୁଲିସ୍‌ ସୂଚନା ଅନୁସାରେ, ଆରୟନ ଏବଂ ତାଙ୍କ ସାଙ୍ଗ ଶାଙ୍କି, ହରଶିତ ଏବଂ ଅନ୍ୟ ୨ ଝିଅଙ୍କୁ ଦିଲ୍ଲୀ-ଆଗ୍ରା ଜାତୀୟ ରାଜପଥରେ ପାଖାପାଖି ୩୦ କିମି ପର୍ଯ୍ୟନ୍ତ ଗୋଡ଼ାଇବା ପରେ ଏକ ଗୋରକ୍ଷାକାରୀ ଦଳର କିଛି ସଦସ୍ୟ ଆରୟନଙ୍କୁ ଗୁଳି କରି ହତ୍ୟା କରିଥିଲେ। ଗୋରକ୍ଷାକାରୀ ଦଳକୁ ଖବର ଥିଲା ଯେ ରେନଲ୍ଟ ଡଷ୍ଟର ଏବଂ ଟୟଟା ଫର୍ଚୁନରରେ କିଛି ଗୋ ଚୋରାଚାଲାଣକାରୀ ସହର ସାରା ବୁଲି ଗାଈଙ୍କୁ ଉଠାଇ ନେଉଛନ୍ତି। ତେବେ ଗୋ ଚୋରାଚାଲାଣକାରୀଙ୍କୁ ଖୋଜି ଖୋଜି ଗୋରକ୍ଷାକାରୀ ଦଳ ଏକ ଡଷ୍ଟର କାର୍‌ ଠାବ କରିଥିଲେ। ଏହି ଡଷ୍ଟର କାର୍‌ ଆରୟନଙ୍କ ବନ୍ଧୁ ହରଶିତ ଚଳାଉଥିଲେ। ସେମାନେ ହରଶିତଙ୍କୁ ଗାଡ଼ି ଅଟକାଇବାକୁ କହିଥିଲେ। କିନ୍ତୁ ସେ ଅଟକାଇନଥିଲେ କାରଣ ସେମାନଙ୍କ ବନ୍ଧୁ ଶାଙ୍କିଙ୍କର ଜଣଙ୍କ ସହ ବଚସା ହୋଇଥିଲା ଏବଂ ସେ ହିଁ ସେମାନଙ୍କ ଉପରେ ଆକ୍ରମଣ ପାଇଁ ଗୁଣ୍ଡାଙ୍କୁ ପଠାଇଛନ୍ତି ବୋଲି ଭାବି ସେ ଗାଡ଼ି ଅଟକାଇନଥିଲେ। ଏହାପ‌ରେ ନିଜକୁ ଗୋରକ୍ଷାକାରୀ କହୁଥିବା ଲୋକମାନେ ସେମାନଙ୍କୁ ପିଛା କରି ୩୦ କିମି ପର୍ଯ୍ୟନ୍ତ ଗଲେ ଏବଂ ଆରୟନଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ଉକ୍ତ ଘଟଣାରେ ଆରୟନଙ୍କ ମୃତ୍ୟୁ ହୋଇଗଲା। ଅଗଷ୍ଟ ୨୩ ତାରିଖରେ ଏହି ଘଟଣା ଘଟିଥିଲା। କିନ୍ତୁ ଏବେ ଏହି ଘଟଣା ସଂକ୍ରାନ୍ତରେ ଜଣାପଡ଼ିଛି।