ତୃତୀୟ ବିବାହ କରିବାକୁ ଯାଉଛନ୍ତି ରାକ୍ଷୀ ସାୱନ୍ତ !
ମୁମ୍ବାଇ: ତୃତୀୟ ଥର ବାହା ହେବେ ରାକ୍ଷୀ ସାୱନ୍ତ । ପାକିସ୍ତାନରେ ହେବ ବିବାହ । କଣ୍ଟ୍ରୋଭର୍ସି କ୍ୱିନ ଯାହା ବି କରନ୍ତି, ତାହା ଲାଇମଲାଇଟକୁ ଆସିଯାଏ । ତାଙ୍କ ବ୍ୟକ୍ତିଗତ ଜୀବନ ସବୁବେଳେ ବିବାଦରେ ରହିଆସିଛି । ଏବେ ରାକ୍ଷୀ ୨ଟି ଛାଡ଼ପତ୍ର ପରେ ତୃତୀୟ ଥର ବିବାହ କରିବାକୁ ମନ ବଳାଇଛନ୍ତି । କିନ୍ତୁ ଏଥର ତାଙ୍କ ବର ଭାରତରୁ ନୁହେଁ, ବରଂ ପାକିସ୍ତାନରୁ ହେବେ । ରାକ୍ଷୀ ପାକିସ୍ତାନରେ ତୃତୀୟ ବିବାହ କରିବାକୁ […]

ମୁମ୍ବାଇ: ତୃତୀୟ ଥର ବାହା ହେବେ ରାକ୍ଷୀ ସାୱନ୍ତ । ପାକିସ୍ତାନରେ ହେବ ବିବାହ । କଣ୍ଟ୍ରୋଭର୍ସି କ୍ୱିନ ଯାହା ବି କରନ୍ତି, ତାହା ଲାଇମଲାଇଟକୁ ଆସିଯାଏ । ତାଙ୍କ ବ୍ୟକ୍ତିଗତ ଜୀବନ ସବୁବେଳେ ବିବାଦରେ ରହିଆସିଛି । ଏବେ ରାକ୍ଷୀ ୨ଟି ଛାଡ଼ପତ୍ର ପରେ ତୃତୀୟ ଥର ବିବାହ କରିବାକୁ ମନ ବଳାଇଛନ୍ତି । କିନ୍ତୁ ଏଥର ତାଙ୍କ ବର ଭାରତରୁ ନୁହେଁ, ବରଂ ପାକିସ୍ତାନରୁ ହେବେ ।
ରାକ୍ଷୀ ପାକିସ୍ତାନରେ ତୃତୀୟ ବିବାହ କରିବାକୁ ଚାହୁଁଛନ୍ତି । ଅଭିନେତ୍ରୀ କହିଛନ୍ତି ଯେ ତାଙ୍କର ପାକିସ୍ତାନ ଯାତ୍ରା ବେଳେ ସେଠାରୁ ତାଙ୍କୁ ବଡ଼ ବଡ଼ ବିବାହ ପ୍ରସ୍ତାବ ମିଳିଛି । ସେ କହିଛନ୍ତି, ମୋତେ ବିବାହର ପ୍ରପୋଜାଲ୍ ଆସୁଛି । ମୁଁ ପାକିସ୍ତାନ ଯାଇଥିଲି । ପୂର୍ବ ବିବାହରେ କିପରି ମୋତେ ହଇରାଣ କରାଯାଇଥିଲା, ତାହା ସେମାନେ ଜାଣିବାକୁ ପାଇଲେ । ମୁଁ ସେମାନଙ୍କ ମଧ୍ୟରୁ କୌଣସି ଗୋଟିଏ ପ୍ରପୋଜାଲକୁ ବାଛିବି ।
ରାକ୍ଷୀଙ୍କ ନାମକୁ ଆଜିକାଲି ଡୋଡି ଖାନଙ୍କ ସହ ଯୋଡ଼ା ଯାଉଛି । ଦୁଇ ଜଣ ଏକାଠି ରିଲ୍ସ କରୁଛନ୍ତି । ରାକ୍ଷୀ ଡୋଡି ଖାନଙ୍କ ବିଷୟରେ କହିଛନ୍ତି ଯେ ପାକିସ୍ତାନରେ ବିବାହ ହେବ, ଆଉ ତାହା ବି ଇସଲାମିକ୍ ସଂସ୍କୃତି ହିସାବରେ । ଭାରତରେ ରିସେପ୍ସନ ହେବ । ଆମେ ହନିମୁନ ପାଇଁ ସ୍ୱିଜରଲ୍ୟାଣ୍ଡ କିମ୍ବା ନେଦରଲ୍ୟାଣ୍ଡ ଯିବୁ । ପୁଣି ମୁମ୍ବାଇରେ ସେଟଲ୍ ହେବୁ । ଡୋଡି ହେଉଛନ୍ତି ଆକ୍ଟର, ମଡେଲ ଓ ଫିଟନେଟ୍ ଫ୍ରିକ୍ ।
ଇଣ୍ଟରନେଟରେ ରାକ୍ଷୀ ଓ ଡୋଡିଙ୍କ ବିବାହର ଚର୍ଚ୍ଚା ଜୋର୍ ଧରିଛି । ଡୋଡି ଏକ ଭିଡିଓରେ ରାକ୍ଷୀଙ୍କୁ ସର୍ବସାଧାରଣରେ ପଚାରୁଛନ୍ତି, ସେମାନେ ବରଯାତ୍ରୀ ନେଇ ଭାରତ ଆସିବେ ନା ଦୁବାଇ? ଏହାପରେ ଲଭ୍ ୟୁ କହୁଛନ୍ତି ।