ପ୍ରେସରରେ କାମ କରିବା ସମ୍ଭବ ନୁହେଁ
ଖୁବଶୀଘ୍ର କଙ୍ଗନା ରାଣାୱତଙ୍କ ଫିଲ୍ମ ଏମର୍ଜେନ୍ସି ପରଦାକୁ ଆସିବାକୁ ଯାଉଛି । ଏହି ଫିଲ୍ମର ନିର୍ଦ୍ଦେଶନା, ପ୍ରଯୋଜନା ଓ ଅଭିନୟ ସବୁଥିରେ କଙ୍ଗନାଙ୍କୁ ଦେଖିବାକୁ ମିଳିବ । ନିକଟରେ ଏକ ସାକ୍ଷାତକାରରେ କଙ୍ଗନା ନିଜର ପ୍ରଯୋଜିକା କ୍ୟାରିୟରକୁ ଆପଣାଇବାର ରାଜ ଖୋଲିଛନ୍ତି । ସେ ସବୁବେଳେ କ୍ୟାରିୟରରେ ସ୍ୱାଧୀନଭାବେ କାମ କରିବାକୁ ଚାହାନ୍ତି । ସେଥିପାଇଁ ନିର୍ଦ୍ଦେଶନା ଓ ପ୍ରଯୋଜନା ଉଭୟକୁ ସେ ହାତକୁ ନେଇଛନ୍ତି । ଯାହା ଫଳରେ ତାଙ୍କୁ ଆଉ କାହା ପ୍ରେସରରେ କାମ […]

ଖୁବଶୀଘ୍ର କଙ୍ଗନା ରାଣାୱତଙ୍କ ଫିଲ୍ମ ଏମର୍ଜେନ୍ସି ପରଦାକୁ ଆସିବାକୁ ଯାଉଛି । ଏହି ଫିଲ୍ମର ନିର୍ଦ୍ଦେଶନା, ପ୍ରଯୋଜନା ଓ ଅଭିନୟ ସବୁଥିରେ କଙ୍ଗନାଙ୍କୁ ଦେଖିବାକୁ ମିଳିବ । ନିକଟରେ ଏକ ସାକ୍ଷାତକାରରେ କଙ୍ଗନା ନିଜର ପ୍ରଯୋଜିକା କ୍ୟାରିୟରକୁ ଆପଣାଇବାର ରାଜ ଖୋଲିଛନ୍ତି । ସେ ସବୁବେଳେ କ୍ୟାରିୟରରେ ସ୍ୱାଧୀନଭାବେ କାମ କରିବାକୁ ଚାହାନ୍ତି । ସେଥିପାଇଁ ନିର୍ଦ୍ଦେଶନା ଓ ପ୍ରଯୋଜନା ଉଭୟକୁ ସେ ହାତକୁ ନେଇଛନ୍ତି । ଯାହା ଫଳରେ ତାଙ୍କୁ ଆଉ କାହା ପ୍ରେସରରେ କାମ କରିବାକୁ ପଡିବ ନାହିଁ । ଇଣ୍ଡଷ୍ଟ୍ରୀରେ ଏଭଳି ଅନେକ ପ୍ରଯୋଜକ ଅଛନ୍ତି ଯେଉଁମାନେ ନିର୍ଦ୍ଦେଶକ ଓ ଷ୍ଟାରକାଷ୍ଟଙ୍କ ଉପରେ ପ୍ରେସର ପକାନ୍ତି । ସେହିଭଳି କିଛି ପରିସ୍ଥିତିରୁ ବଞ୍ଚିବାକୁ କଙ୍ଗନା ପ୍ରଯୋଜକ ହେବା ପାଇଁ ଇଚ୍ଛା କରିଥିଲେ ବୋଲି ଏହି ସାକ୍ଷାତକାରରେ ମତ ଦେଇଛନ୍ତି । ଯେତେ କଷ୍ଟ ଆସିଲେ ମଧ୍ୟ ସେ ନିଜ ଫିଲ୍ମ ନିଜେ ପ୍ରଯୋଜନା କରିବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ।