ଶରୀର ପାଇଁ ବେଶ୍‌ ଲାଭଦାୟକ କଞ୍ଚା ଆମ୍ବ, ଜାଣନ୍ତୁ କଣ କଣ ମିଳିବ ଫାଇଦା ?

ନୂଆଦିଲ୍ଲୀ ୦୫।୦୫: ଖରାଦିନେ ବଜାରରେ ରାଜ୍‌ କରେ ଆମ୍ବ । ଏହା ଯେତିକି ସ୍ବାଦିଷ୍ଟ ସ୍ବାସ୍ଥ୍ୟ ପାଇଁ ମଧ୍ୟ ସେତିକି ଲାଭଦାୟକ । କିନ୍ତୁ ଜାଣନ୍ତି କି କଞ୍ଚା ଆମ୍ବ ଅନେକ ଔଷଧୀୟ ଗୁଣରେ ଭରପୂର । ଏଥିରେ ଅନେକ ପୋଷକ ତତ୍ତ୍ୱ ମିଳିଥାଏ । ଯାହା ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ। କଞ୍ଚା ଆମ୍ବରେ ଭିଟାମିନ୍ ଏ, ଭିଟାମିନ୍ ସି, ଭିଟାମିନ୍ ଇ, କ୍ୟାଲ୍‌ସିୟମ୍, ଫସ୍‌ଫରସ୍, ଆଇରନ୍, ଜିଙ୍କ୍‌, ଫାଇବର, କପର୍, ପୋଟାସିୟମ୍ ଏବଂ ସୋଡିୟମ୍ ଭଳି ପୋଷକ ତତ୍ତ୍ୱରେ ଭରପୁର । କଞ୍ଚା ଆମ୍ବରେ ମିଳୁଥିବା ଭିଟାମିନ୍ ସି ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଏ। କଞ୍ଚା ଆମ୍ବ ପେଟ ପାଇଁ ମଧ୍ୟ ବହୁତ ଲାଭଦାୟକ। କୋଷ୍ଠକାଠିନ୍ୟ ସମସ୍ୟାରୁ ଏହା ମୁକ୍ତି ଦେଇଥାଏ । ଏହା  ହଜମ ପ୍ରକ୍ରିୟାକୁ ମଧ୍ୟ ମଜବୁତ କରିଥାଏ । ଆଖି ପାଇଁ ବେଶ୍ ଲାଭଦାୟକ କଞ୍ଚା ଆମ୍ବ । ଏଥିରେ ଥିବା ଭିଟାମିନ୍ ଏ ଦୃଷ୍ଟି ଶକ୍ତିରେ ଉନ୍ନତି ଆଣିଥାଏ। ଏହା ରକ୍ତରେ ସୁଗାର ସ୍ତରକୁ ମଧ୍ୟ ନିୟନ୍ତ୍ରଣ ରଖିବାରେ ସହାୟକ ହୁଏ।କଞ୍ଚା ଆମ୍ବ ହାଡକୁ କରେ ମଜବୁତ । ଏଥିରେ କ୍ୟାଲସିୟମ୍ ପ୍ରଚୁର ପରିମାଣରେ ମିଳିଥାଏ। ଏହା ହାଡକୁ ସୁସ୍ଥ ଏବଂ ଶକ୍ତିଶାଳୀ କରିବା ପାଇଁ ଜରୁରୀ ବୋଲି ବିବେଚନା କରାଯାଏ। କଞ୍ଚା ଆମ୍ବ ଲୁ’ ଏବଂ ଉତ୍ତାପରୁ ରକ୍ଷା କରିଥାଏ। ଯଦି କଞ୍ଚା ଆମ୍ବକୁ ପଣା କରି ପିଆଯାଏ, ତେବେ ଏହା ଲୁ’ରୁ ରକ୍ଷା କରିବାରେ ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥାଏ । କଞ୍ଚା ଆମ୍ବକୁ ନିୟ

ଶରୀର ପାଇଁ ବେଶ୍‌ ଲାଭଦାୟକ କଞ୍ଚା ଆମ୍ବ, ଜାଣନ୍ତୁ କଣ କଣ ମିଳିବ ଫାଇଦା ?

ନୂଆଦିଲ୍ଲୀ ୦୫।୦୫: ଖରାଦିନେ ବଜାରରେ ରାଜ୍‌ କରେ ଆମ୍ବ । ଏହା ଯେତିକି ସ୍ବାଦିଷ୍ଟ ସ୍ବାସ୍ଥ୍ୟ ପାଇଁ ମଧ୍ୟ ସେତିକି ଲାଭଦାୟକ । କିନ୍ତୁ ଜାଣନ୍ତି କି କଞ୍ଚା ଆମ୍ବ ଅନେକ ଔଷଧୀୟ ଗୁଣରେ ଭରପୂର । ଏଥିରେ ଅନେକ ପୋଷକ ତତ୍ତ୍ୱ ମିଳିଥାଏ । ଯାହା ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ।

 କଞ୍ଚା ଆମ୍ବରେ ଭିଟାମିନ୍ ଏ, ଭିଟାମିନ୍ ସି, ଭିଟାମିନ୍ ଇ, କ୍ୟାଲ୍‌ସିୟମ୍, ଫସ୍‌ଫରସ୍, ଆଇରନ୍, ଜିଙ୍କ୍‌, ଫାଇବର, କପର୍, ପୋଟାସିୟମ୍ ଏବଂ ସୋଡିୟମ୍ ଭଳି ପୋଷକ ତତ୍ତ୍ୱରେ ଭରପୁର । କଞ୍ଚା ଆମ୍ବରେ ମିଳୁଥିବା ଭିଟାମିନ୍ ସି ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଏ। କଞ୍ଚା ଆମ୍ବ ପେଟ ପାଇଁ ମଧ୍ୟ ବହୁତ ଲାଭଦାୟକ। କୋଷ୍ଠକାଠିନ୍ୟ ସମସ୍ୟାରୁ ଏହା ମୁକ୍ତି ଦେଇଥାଏ । ଏହା  ହଜମ ପ୍ରକ୍ରିୟାକୁ ମଧ୍ୟ ମଜବୁତ କରିଥାଏ । 

ଆଖି ପାଇଁ ବେଶ୍ ଲାଭଦାୟକ କଞ୍ଚା ଆମ୍ବ । ଏଥିରେ ଥିବା ଭିଟାମିନ୍ ଏ ଦୃଷ୍ଟି ଶକ୍ତିରେ ଉନ୍ନତି ଆଣିଥାଏ। ଏହା ରକ୍ତରେ ସୁଗାର ସ୍ତରକୁ ମଧ୍ୟ ନିୟନ୍ତ୍ରଣ ରଖିବାରେ ସହାୟକ ହୁଏ।କଞ୍ଚା ଆମ୍ବ ହାଡକୁ କରେ ମଜବୁତ । ଏଥିରେ କ୍ୟାଲସିୟମ୍ ପ୍ରଚୁର ପରିମାଣରେ ମିଳିଥାଏ। ଏହା ହାଡକୁ ସୁସ୍ଥ ଏବଂ ଶକ୍ତିଶାଳୀ କରିବା ପାଇଁ ଜରୁରୀ ବୋଲି ବିବେଚନା କରାଯାଏ। 

କଞ୍ଚା ଆମ୍ବ ଲୁ’ ଏବଂ ଉତ୍ତାପରୁ ରକ୍ଷା କରିଥାଏ। ଯଦି କଞ୍ଚା ଆମ୍ବକୁ ପଣା କରି ପିଆଯାଏ, ତେବେ ଏହା ଲୁ’ରୁ ରକ୍ଷା କରିବାରେ ଅତ୍ୟନ୍ତ ପ୍ରଭାବଶାଳୀ ହୋଇଥାଏ । କଞ୍ଚା ଆମ୍ବକୁ ନିୟମିତ ଖାଇବା ଦ୍ୱାରା ଶରୀର ଥଣ୍ଡା ରୁହେ ଏବଂ ଏହା ହାଇଡ୍ରେଟ୍ ରଖିବାରେ ସାହାଯ୍ୟ କରିଥାଏ।