ମିଶନ ଶକ୍ତି ଏକ ମାଇକ୍ରୋ ସରକାର – ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

ଭୁବନେଶ୍ୱର : ନୂଆ ମନ୍ତ୍ରୀମଣ୍ଡଳରେ ବିଭାଗ ବଣ୍ଟନ ପରେ ବିଭାଗୀୟ ମନ୍ତ୍ରୀମାନେ ସମୀକ୍ଷା କରିଛନ୍ତି। ଉପ ମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କେଭି ସିଂହଦେଓ କୃଷି ଭବନରେ ବୁଲିବା ସହ ବିଭାଗର ସମସ୍ତ ମୁଖ୍ୟଙ୍କ ସହ ବୈଠକ କରିଛନ୍ତି। ସେହିପରି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ମିଶନ ଶକ୍ତି ବିଭାଗର ସମୀକ୍ଷା କରିଛନ୍ତି। ପୋଖରୀପୁଟ ସ୍ଥିତ ମିଶନ ଶକ୍ତି ଭବନରେ ପହଞ୍ଚି ବିଭାଗୀୟ ସଚିବ ସାଲିନୀ ପଣ୍ଡିତ ଏବଂ ମିଶନ ଶକ୍ତି ନିର୍ଦ୍ଦେଶିକ ବିନୀତ ଭରଦ୍ୱାଜଙ୍କ ସହ ଆଲୋଚନା କରିଛନ୍ତି। […]

ମିଶନ ଶକ୍ତି ଏକ ମାଇକ୍ରୋ ସରକାର – ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
ମିଶନ ଶକ୍ତି ଏକ ମିକର ସରକାର - ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା

ଭୁବନେଶ୍ୱର : ନୂଆ ମନ୍ତ୍ରୀମଣ୍ଡଳରେ ବିଭାଗ ବଣ୍ଟନ ପରେ ବିଭାଗୀୟ ମନ୍ତ୍ରୀମାନେ ସମୀକ୍ଷା କରିଛନ୍ତି। ଉପ ମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କେଭି ସିଂହଦେଓ କୃଷି ଭବନରେ ବୁଲିବା ସହ ବିଭାଗର ସମସ୍ତ ମୁଖ୍ୟଙ୍କ ସହ ବୈଠକ କରିଛନ୍ତି। ସେହିପରି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ମିଶନ ଶକ୍ତି ବିଭାଗର ସମୀକ୍ଷା କରିଛନ୍ତି। ପୋଖରୀପୁଟ ସ୍ଥିତ ମିଶନ ଶକ୍ତି ଭବନରେ ପହଞ୍ଚି ବିଭାଗୀୟ ସଚିବ ସାଲିନୀ ପଣ୍ଡିତ ଏବଂ ମିଶନ ଶକ୍ତି ନିର୍ଦ୍ଦେଶିକ ବିନୀତ ଭରଦ୍ୱାଜଙ୍କ ସହ ଆଲୋଚନା କରିଛନ୍ତି।

ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ପ୍ରଭାତି ପରିଡା କହିଛନ୍ତି ଯେ ମିଶନ ଶକ୍ତି ଏକ ମାଇକ୍ରୋ ସରକାର, ୧୯ଟି ବିଭାଗ ସହିତ ଅନୁବନ୍ଧିତ ଏବଂ ୟୁଏନ ଏଜେନ୍ସି ସହିତ ମଧ୍ୟ ଅନୁବନ୍ଧିତ । ବିଶ୍ୱ, ରାଜ୍ୟ ଏବଂ ଗାଁ ଏଥିରେ ମିଶିକି ଅଛନ୍ତି । ଓଡିଶାକୁ ଏକ ନମ୍ବର କରିବା ପାଇଁ ସାମାଜିକ ସ୍ଥିତି, ଅର୍ଥନୀତି, ମହିଳାଙ୍କ ଅବସ୍ଥିତି ଆଗାମୀ ଶହେ ଦିନ ଭିତରେ ଦ୍ରୁତ ଗତିରେ ବିକାଶ ହେବ । ମିଶନ ଶକ୍ତି ଯଦି ଠିକ ଜାଗାରେ ପହଞ୍ଚିବ ବିକଶିତ ଓଡ଼ିଶାର ସ୍ବରୂପ ହିଁ ହେବ ।

ମିଶନ ଶକ୍ତି ଯଦି ଠିକ୍‌‌ ଜାଗାରେ ପହଞ୍ଚିବ ବିକଶିତ ଓଡ଼ିଶାର ସ୍ୱରୂପ ହେବ। ଓଡ଼ିଶାର ଅର୍ଥନୀତି, ସାମାଜିକ ସ୍ଥିତି, ମହିଳାଙ୍କ ଅବସ୍ଥିତିର ଦ୍ରୁତ ଗତିରେ ବିକାଶ ହେବ ଶହେ ଦିନ ଭିତରେ ଏହା ଦେଖିପାରିବେ।

ସେପଟେ କ୍ରୀଡାମନ୍ତ୍ରୀ ଭାବେ ସୂର୍ଯ୍ୟବଂଶୀ ସୁରଜ ଦାୟିତ୍ୱ ନେବା ପରେ କ୍ରୀଡା ବିଭାଗର ସମୀକ୍ଷା କରିଛନ୍ତି। ବୈଠକରେ କ୍ରୀଡା ସଚିବ ଭିନିଲ କ୍ରୀଷ୍ଣା, ପ୍ରମୁଖ ସଚିବ ଅରବିନ୍ଦ ଅଗ୍ରୱାଲଙ୍କ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ।