ଝାଡ଼ଖଣ୍ଡରେ ରହସ୍ୟମୟ ରୋଗରେ ୫ ଶିଶୁଙ୍କ ମୃତ୍ୟୁ

ରାଞ୍ଚି  : ଝାଡ଼ଖଣ୍ଡର ସାହିବଗଞ୍ଜ ଜିଲ୍ଲାରେ ଏକ ରହସ୍ୟମୟ ରୋଗ ଯୋଗୁଁ ୫ ଶିଶୁଙ୍କର ମୃତ୍ୟୁ ହେଲାଣି। ସପ୍ତାହକ ମଧ୍ୟରେ ୫ ଜଣ ଶିଶୁଙ୍କର ମୃତ୍ୟୁ ହୋଇଯିବା ଘଟଣା ସ୍ଥାନୀୟ ନଗରଭିଥା ଗ୍ରାମରେ ଆତଙ୍କ ଖେଳାଇ ଦେଇଛି। ମୃତ୍ୟୁ ହୋଇଥିବା ୫ ଶିଶୁଙ୍କ ବାଦ୍‌ ଅନ୍ୟ ୨୨ ଜଣ ଲୋକଙ୍କଠାରେ ମ୍ୟାଲେରିଆ ଲକ୍ଷଣ ଦେଖାଦେଇଛି। ଆଖି ହଳଦିଆ ପଡ଼ିଯିବା ସହ ଜ୍ବର, କାଶ, ଥଣ୍ଡା ଏବଂ ମୁଣ୍ଡବିନ୍ଧା ହେଉଛି। କୌଣସି ପ୍ରକାର ରହସ୍ୟମୟ ରୋଗ ବ୍ୟାପିଥିବା ଖବର […]

ଝାଡ଼ଖଣ୍ଡରେ ରହସ୍ୟମୟ ରୋଗରେ ୫ ଶିଶୁଙ୍କ ମୃତ୍ୟୁ

ରାଞ୍ଚି  : ଝାଡ଼ଖଣ୍ଡର ସାହିବଗଞ୍ଜ ଜିଲ୍ଲାରେ ଏକ ରହସ୍ୟମୟ ରୋଗ ଯୋଗୁଁ ୫ ଶିଶୁଙ୍କର ମୃତ୍ୟୁ ହେଲାଣି। ସପ୍ତାହକ ମଧ୍ୟରେ ୫ ଜଣ ଶିଶୁଙ୍କର ମୃତ୍ୟୁ ହୋଇଯିବା ଘଟଣା ସ୍ଥାନୀୟ ନଗରଭିଥା ଗ୍ରାମରେ ଆତଙ୍କ ଖେଳାଇ ଦେଇଛି। ମୃତ୍ୟୁ ହୋଇଥିବା ୫ ଶିଶୁଙ୍କ ବାଦ୍‌ ଅନ୍ୟ ୨୨ ଜଣ ଲୋକଙ୍କଠାରେ ମ୍ୟାଲେରିଆ ଲକ୍ଷଣ ଦେଖାଦେଇଛି। ଆଖି ହଳଦିଆ ପଡ଼ିଯିବା ସହ ଜ୍ବର, କାଶ, ଥଣ୍ଡା ଏବଂ ମୁଣ୍ଡବିନ୍ଧା ହେଉଛି। କୌଣସି ପ୍ରକାର ରହସ୍ୟମୟ ରୋଗ ବ୍ୟାପିଥିବା ଖବର ମିଳିବାପରେ ଏକ ମେଡିକାଲ ଟିମ୍‌ ନଗରଭିଥା ଗ୍ରାମରେ ପହଞ୍ଚିଛନ୍ତି ଏବଂ ସ୍ବାସ୍ଥ୍ୟ ଶିବିର ପରିଚାଳନା କରିଛନ୍ତି। ଲୋକଙ୍କଠାରୁ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ଧାନବାଦ ପଠାଯାଉଛି। ଗାଁ ମୁଖିଆ ମାଇସା ପାହାଡିଆ କହିଛନ୍ତି, କେବଳ ଗୋଟିଏ ପରିବାରରୁ ୩ ଜଣ ଶିଶୁଙ୍କର ରହସ୍ୟମୟ ରୋଗରେ ମୃତ୍ୟୁ ହୋଇଛି। ଏଭଳି ରୋଗ ପୂର୍ବରୁ କେବେ ଗ୍ରାମରେ ଦେଖିବାକୁ ମିଳିନଥିବା ‌ସେ କହିଛନ୍ତି।