ଜମି କିଣାବିକାରେ ଏବେ ବଢ଼ିବ ସ୍ଵଚ୍ଛତା, ଆରମ୍ଭ ହେଲା ସ୍ମାର୍ଟ ସର୍ଭଲୋନ୍ସ ବ୍ୟବସ୍ଥା

ଭୁବନେଶ୍ୱର: ରାଜ୍ୟର ସବୁ ସବ୍ ରେଜିଷ୍ଟାର ଅଫିସରେ ସିସିଟିଭି ବ୍ୟବସ୍ଥା ରହିବ। ସବ ରେଜିଷ୍ଟାର ଅଫିସରେ ସ୍ଵଛତା ପାଇଁ ଏଭଳି ପ୍ରୟାସ ଆରମ୍ଭ କରାଯାଇଛି। ରାଜ୍ୟ ସରକାରଙ୍କ ତରଫରୁ ଜମିଜମା ପଞ୍ଜୀକରଣ ପ୍ରକ୍ରିୟା ସରଳୀକରଣ କରାଯାଇ ସ୍ଵଚ୍ଛ, ବାଧାମୁକ୍ତ ଓ ନିରାପଦ ପଞ୍ଜୀକରଣ ବ୍ୟବସ୍ଥା ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଅଛି। ଏହି ପରିପ୍ରେକ୍ଷୀରେ କଟକ ସ୍ଥିତ ରାଜସ୍ବ ବିଭାଗ ଅଧୀନସ୍ଥ ମହାନିବନ୍ଧକଙ୍କ କାର୍ଯ୍ୟାଳୟଠାରେ ଓଡ଼ିଶାର ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ “ସ୍ମାର୍ଟ […]

ଜମି କିଣାବିକାରେ ଏବେ ବଢ଼ିବ ସ୍ଵଚ୍ଛତା, ଆରମ୍ଭ ହେଲା ସ୍ମାର୍ଟ ସର୍ଭଲୋନ୍ସ ବ୍ୟବସ୍ଥା

ଭୁବନେଶ୍ୱର: ରାଜ୍ୟର ସବୁ ସବ୍ ରେଜିଷ୍ଟାର ଅଫିସରେ ସିସିଟିଭି ବ୍ୟବସ୍ଥା ରହିବ। ସବ ରେଜିଷ୍ଟାର ଅଫିସରେ ସ୍ଵଛତା ପାଇଁ ଏଭଳି ପ୍ରୟାସ ଆରମ୍ଭ କରାଯାଇଛି। ରାଜ୍ୟ ସରକାରଙ୍କ ତରଫରୁ ଜମିଜମା ପଞ୍ଜୀକରଣ ପ୍ରକ୍ରିୟା ସରଳୀକରଣ କରାଯାଇ ସ୍ଵଚ୍ଛ, ବାଧାମୁକ୍ତ ଓ ନିରାପଦ ପଞ୍ଜୀକରଣ ବ୍ୟବସ୍ଥା ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଅଛି। ଏହି ପରିପ୍ରେକ୍ଷୀରେ କଟକ ସ୍ଥିତ ରାଜସ୍ବ ବିଭାଗ ଅଧୀନସ୍ଥ ମହାନିବନ୍ଧକଙ୍କ କାର୍ଯ୍ୟାଳୟଠାରେ ଓଡ଼ିଶାର ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ “ସ୍ମାର୍ଟ ସଭିଲାନ୍ସ ସିଷ୍ଟମ୍” ର ଉଦଘାଟନ କରିଛନ୍ତି।

ଏହା ଭାରତ ବର୍ଷରେ ପ୍ରଥମ କରି କରାଯାଇଛି। ଏହି ବ୍ୟବସ୍ଥା ଦ୍ବାରା ରାଜ୍ୟର ୨୦୫ ଗୋଟି ରେଜିଷ୍ଟାର ଓ ସବ ରେଜିଷ୍ଟାର କାର୍ଯ୍ୟାଳୟଗୁଡିକରେ ନିରାପଦ ତଥା ଉତ୍ତମ ପରିବେଶ ସୃଷ୍ଟି ସହ ଜନସାଧାରଣଙ୍କୁ ତ୍ବରାନିତ ସେବା ପ୍ରଦାନ କରିପାରିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ମତ ପ୍ରକାଶ କରିଛନ୍ତି। ଏହା ସହ ସବ୍ ରେଜିଷ୍ଟର ଅଫିସ କୁ ସେବା ଲାଗି ଆସିଥିବା ସାଧାରଣ ଲୋକ ସରକାରୀ ଅଧିକାରୀ ମାନଙ୍କର ଫୀଡ଼ ବ୍ୟାକ ଦେବା ବ୍ୟବସ୍ଥା କରାଯାଇଛି। ସେବା ଦେବା ବଦଳରେ କୌଣସି ଅନ୍ୟତିକ କାର୍ଯ୍ୟ ହେଉଛି କି ନାଇଁ ଏହାକୁ ପ୍ରତିରୋଧ କରିବା ପାଇଁ ସ୍ମାର୍ଟ ସର୍ଭଲୋନ୍ସ ବ୍ୟବସ୍ଥା କରାଯାଇଛି।

ସେବାଦେବାରେ ଅଧିକାରୀଙ୍କ ଆଚରଣ, ବ୍ୟବହାର କିପରି ଥିଲା ତାହା ଫିଡ଼ବ୍ୟାକ ଫର୍ମରେ ସାଧାରଣ ଲୋକ ଦେଇ ପାରିବେ। ଏହି ଫୀଡ଼ ବ୍ୟାକ ଅପ ଲାଇନ ଓ ଅନ ଲାଇନ ରେ ମଧ୍ୟ ହୋଇ ପାରିବ। ସାଧାରଣ ଲୋକଙ୍କ ଫିଡ଼ବ୍ୟାକ ଉପରେ ଅଧିକାରୀଙ୍କ ପଦୋର୍ନୀତି ନିର୍ଭର କରିବ। ଏହା ସହ ରାଜସ୍ବ ଆଇନରେ ମଧ୍ୟ ପରିବର୍ତ୍ତନ କରାଯିବ। ବ୍ରିଟିଶ ଅମଳର ଆଇନକୁ ପରିବର୍ତ୍ତନ କରିବା ପାଇଁ ବ୍ୟବସ୍ଥା କରାଯିବ।

ବନ୍ୟା ବାତ୍ୟା ସମୟରେ ଯେଉଁ ରିଲିଫ ଦିଆଯାଉଛି।ଯେଉଁ ଆଇନ ଆଧାରରେ ରିଲିଫ ଦେବାର ଆଇନ ରହିଛି ଏଥିରେ ସଂସ୍କାର ଆଣିବା ପାଇଁ ଏଥିରେ ପରିବର୍ତନ କରି ପ୍ରାକୃତିକ ବିପର୍ଯ୍ୟୟ ଅଧିକାର ଆଇନ କରାଯିବା ପାଇଁ ଉଦ୍ୟମ ଚାଲିଛି। ବସୁନ୍ଧରା ଯୋଜନାରେ ୪ ଡିସମିଲ ଜମି ଦିଆଯାଉଛି। ଯାହା ପାଖରେ ଜମି ନାଁହି ତାକୁ ଏହି ଯୋଜନାରେ ୪ ଡିସମିଲ ଜମି ଦିଆଯାଉଛି।

ଏବେ ଆଉ ଏକ ନିୟମ କରାଯିବାକୁ ଯାଉଛି ଯେଉଁ ମାନଙ୍କର ୪ ଡିସମିଲରୁ କମ ଜମି ଅଛି ତାକୁ ମଧ୍ୟ ଭୂମିହୀନରେ ଅନ୍ତର୍ଭୁକ୍ତ କରାଯିବ। ଭୂମିହୀନ କୁ ଦିଆଯାଉ ଥିବା ଜମି କିପରି ବିକ୍ରି କରା ନ ଯାଇ ପାରିବ ତାହାର ବ୍ୟବସ୍ଥା କରାଯିବ ବୋଲି ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।