କେ.ଜେ.ଏସ୍‌. ଆହ୍ଲୁୱାଲିଆ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ

ସୁରକ୍ଷାରେ ଅବହେଳା କାରଣରୁ ଆଗରୁ ଏହି ପ୍ଲାଣ୍ଟରେ ବିସ୍ଫୋରଣ ଘଟି ଧନଜୀବନ ହାନି ଘଟିଛି। କାରଣ ଏ ସବୁକୁ ଜଗାରଖା କରିବାକୁ ଜଣେ ମାତ୍ର ଫେକ୍ଟରୀ ଓ ବ୍ରଏଲର ଅଧିକାରୀ ଅଛନ୍ତି। ଯିଏ କେନ୍ଦୁଝର ଓ ବାଲେଶ୍ଵର ଜିଲ୍ଲା ଦାୟିତ୍ଵରେ ଅଛନ୍ତି।

କେ.ଜେ.ଏସ୍‌. ଆହ୍ଲୁୱାଲିଆ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ

କେନ୍ଦୁଝର ରୁଗୁଡ଼ି ଥାନା ବରପଦାଠାରେ ଥିବା କେ.ଜେ.ଏସ୍‌. ଆହ୍ଲୁୱାଲିଆ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ ଘଟିଛି। ଆଜି ମଧ୍ୟାହ୍ନରେ ପ୍ଲାଣ୍ଟର ଇଣ୍ଡକ୍ସନ ଫର୍ନେସରେ ଲିକ୍‌ ହୋଇ ଏହି ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଯୋଗୁ ଇଣ୍ଡକ୍ସନ ଫର୍ନେସରୁ ତରଳ ଧାତୁ ଛିଟିକି ହୋଇ ପାଖରେ ଠିଆ ହୋଇଥିବା ଏକ ହାଇୱା ଉପରେ ପଡିଥିଲା। ଫଳରେ ହାଇୱାର ପଛଭାଗ ପୋଡ଼ି ଯାଇଥିବା ସୂଚନା ମିଳିଛି। ତେବେ ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି।

ସୁରକ୍ଷାରେ ଅବହେଳା କାରଣରୁ ଆଗରୁ ଏହି ପ୍ଲାଣ୍ଟରେ ବିସ୍ଫୋରଣ ଘଟି ଧନଜୀବନ ହାନି ଘଟିଛି। କାରଣ ଏ ସବୁକୁ ଜଗାରଖା କରିବାକୁ ଜଣେ ମାତ୍ର ଫେକ୍ଟରୀ ଓ ବ୍ରଏଲର ଅଧିକାରୀ ଅଛନ୍ତି। ଯିଏ କେନ୍ଦୁଝର ଓ ବାଲେଶ୍ଵର ଜିଲ୍ଲା ଦାୟିତ୍ଵରେ ଅଛନ୍ତି। ଦୁର୍ଭାଗ୍ୟକୁ ସେ ଆଜି ବାଲେଶ୍ଵର ଗସ୍ତରେ ଥିବା ସୂଚନା ମିଳିଛି।

ରିପୋର୍ଟ- କେନ୍ଦୁଝରରୁ ପ୍ରଣୟ କୁମାର ପାଣି