ବିଜେଡିରୁ ଇସ୍ତଫା ଦେଲେ ଅଭିନେତା ଅରିନ୍ଦମ ରାୟ, ଦଳ ସୁପ୍ରିମୋଙ୍କୁ ପଠାଇଲେ ଇସ୍ତଫା ପତ୍ର
ଭୁବନେଶ୍ବର ୧୫।୩: ବିଜେଡିରୁ ଇସ୍ତଫା ଦେଲେ ଅଭିନେତା ଅରିନ୍ଦମ ରାୟ । ସେ ସାଧାରଣ ସମ୍ପାଦକ ସହ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଥିବା ସୂଚନା ଦେଇଛନ୍ତି ।ତେବେ ଅରିନ୍ଦମ ତାଙ୍କ ଇସ୍ତଫା ପତ୍ରରେ ନିଜ କ୍ଷୋଭ ପ୍ରକାଶ କରିଛନ୍ତି । ଦଳରେ ତାଙ୍କୁ ଗୁରୁତ୍ବ ଦିଆଯାଉ ନଥିବା ସେ ଅଭିଯୋଗ କରିଛନ୍ତି । ୨୦୦୯ରେ ବିଜେଡିରେ ଯୋଗ ଦେଇଥିଲେ ଅରିନ୍ଦମ ରାୟ । ୨୦୧୪ରୁ ଦଳର ଷ୍ଟାର ପ୍ରଚାରକ ହୋଇ ଆସୁଥିଲେ । ତାଙ୍କ କାର୍ଯ୍ୟକୁ ଦଳରେ ମର୍ଯ୍ୟାଦା ମିଳୁନଥିବା ସେ କହିଛନ୍ତି । ସେ ଅନେକ ଥର ଦଳ ସୁପ୍ରିମୋଙ୍କୁ ଭେଟିବାକୁ ଚାହିଁଥିଲେ ମଧ୍ୟ ସୁଯୋଗ ପାଇନଥିଲେ ବୋଲି ଉଲ୍ଲେଖ କରିଛନ୍ତି । ନବୀନଙ୍କୁ ଭେଟିବାର ମାପଦଣ୍ଡ ପୂରଣ କରୁନଥିବା ଅନୁଭବ କରୁଥିବା ସେ ଲେଖିଛନ୍ତି । ବିଜେଡି ଦଳରେ ତାଙ୍କର ସ୍ଥାନ କିଛି ନୁହେଁ ବୋଲି ଭାବୁଥିବା ଅରିନ୍ଦମ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି । ଶେଷରେ ସେ ଲେଖିଛନ୍ତି ଯେ, ଆଶା ମୋ ପରିସ୍ଥିତି ବୁଝିବେ, ମୋ ଉପରେ କିଛି ଆକ୍ରୋଶ ରଖିବେନି । You Can Read :ବିଜେପିରେ ମିଶିଲେ ଗୁଣୁପୁରର ପୂର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗ
ଭୁବନେଶ୍ବର ୧୫।୩: ବିଜେଡିରୁ ଇସ୍ତଫା ଦେଲେ ଅଭିନେତା ଅରିନ୍ଦମ ରାୟ । ସେ ସାଧାରଣ ସମ୍ପାଦକ ସହ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଥିବା ସୂଚନା ଦେଇଛନ୍ତି ।
ତେବେ ଅରିନ୍ଦମ ତାଙ୍କ ଇସ୍ତଫା ପତ୍ରରେ ନିଜ କ୍ଷୋଭ ପ୍ରକାଶ କରିଛନ୍ତି । ଦଳରେ ତାଙ୍କୁ ଗୁରୁତ୍ବ ଦିଆଯାଉ ନଥିବା ସେ ଅଭିଯୋଗ କରିଛନ୍ତି । ୨୦୦୯ରେ ବିଜେଡିରେ ଯୋଗ ଦେଇଥିଲେ ଅରିନ୍ଦମ ରାୟ । ୨୦୧୪ରୁ ଦଳର ଷ୍ଟାର ପ୍ରଚାରକ ହୋଇ ଆସୁଥିଲେ । ତାଙ୍କ କାର୍ଯ୍ୟକୁ ଦଳରେ ମର୍ଯ୍ୟାଦା ମିଳୁନଥିବା ସେ କହିଛନ୍ତି । ସେ ଅନେକ ଥର ଦଳ ସୁପ୍ରିମୋଙ୍କୁ ଭେଟିବାକୁ ଚାହିଁଥିଲେ ମଧ୍ୟ ସୁଯୋଗ ପାଇନଥିଲେ ବୋଲି ଉଲ୍ଲେଖ କରିଛନ୍ତି । ନବୀନଙ୍କୁ ଭେଟିବାର ମାପଦଣ୍ଡ ପୂରଣ କରୁନଥିବା ଅନୁଭବ କରୁଥିବା ସେ ଲେଖିଛନ୍ତି । ବିଜେଡି ଦଳରେ ତାଙ୍କର ସ୍ଥାନ କିଛି ନୁହେଁ ବୋଲି ଭାବୁଥିବା ଅରିନ୍ଦମ ତାଙ୍କ ଇସ୍ତଫା ପତ୍ରରେ ଲେଖିଛନ୍ତି । ଶେଷରେ ସେ ଲେଖିଛନ୍ତି ଯେ, ଆଶା ମୋ ପରିସ୍ଥିତି ବୁଝିବେ, ମୋ ଉପରେ କିଛି ଆକ୍ରୋଶ ରଖିବେନି ।

You Can Read :
ବିଜେପିରେ ମିଶିଲେ ଗୁଣୁପୁରର ପୂର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗ