IPL 2024 : ଓ୍ୱାଙ୍ଖେଡରେ ମୁମ୍ବାଇ ଇଣ୍ଡିଆନ୍ସ-ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁକାବିଲା

ମୁମ୍ବାଇ ୧୧।୦୪ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୭ ତମ ସଂସ୍କରଣ । ଗୁରୁବାର ଖେଳାଯିବ ଟୁର୍ଣ୍ଣାମେଣ୍ଟର ୨୫ ତମ ମ୍ୟାଚ୍‌ । ମୁମ୍ବାଇର ଓ୍ୱାଙ୍ଖେଡ ଷ୍ଟାଡିୟମ୍‌ରେ ମୁହାମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ରାତି ୭ଟା ୩୦ରେ ଖେଳାଯିବ ଏହି ମ୍ୟାଚ୍‌ । ବର୍ତ୍ତମାନ ଯାଏଁ ମୁମ୍ବାଇ ଇଣ୍ଡିଆନ୍ସ ୪ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ଗୋଟିଏ ମ୍ୟାଚ୍‌ରେ ବିଜୟୀ ହୋଇଥିବା ବେଳେ ୩ଟିରେ ପରାଜୟର ସାମ୍ନା କରିଛି । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ୪ର୍ଥ ମ୍ୟାଚ୍‌କୁ ୨୯ରନ୍‌ରେ ବିଜୟୀ ହୋଇଥିବା ବେଳେ ବାକି ଗୁଜୁରାଟ, ହାଇଦ୍ରାବାଦ, ରାଜସ୍ଥାନ ବିରୋଧ ମ୍ୟାଚ୍‌ରେ ହୋଇଛି ପରାସ୍ତ । ମୋଟ ୨ ଅଙ୍କ ସହ ପଏଣ୍ଟ ଟେବୁଲ୍‌ରେ ୮ମ ସ୍ଥାନରେ ରହିଛି ମୁମ୍ବାଇ ଇଣ୍ଡିଆନ୍ସ । ତେବେ ଦଳରେ ବ୍ୟାଟିଂ ଏବଂ ବୋଲିଂରେ ଦମ୍‌ଦାର ଖେଳାଳି ରହିଛନ୍ତି । ହେଲେ ଟିମ୍‌ ଏବେ ଯାଏଁ ଫ୍ୟାନ୍ସଙ୍କ ଆଶା ମୁତାବିକ ଖେଳ ପ୍ରଦର୍ଶନ କରିପାରିନାହାନ୍ତି । ତେଣୁ ଆଜି ବାଙ୍ଗାଲୋର ବିପକ୍ଷ ମ୍ୟାଚ୍‌ରେ ଦମ୍‌ଦାର ଖେଳପ୍ରଦର୍ଶନ ଲକ୍ଷ୍ୟ ରଖିଛି ମୁମ୍ବାଇ । ସେହିପରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ମଧ୍ୟ ଚଳିତ ଟୁର୍ଣ୍ଣାମେଣ୍ଟ ସେତେଟା ଭଲ ନାହିଁ । ଏବେ ଯାଏଁ ଦଳ ୫ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ଗୋଟିଏ ମ୍ୟାଚ୍‌ରେ ବିଜୟୀ ହୋଇଥିବା ବେଳେ ୪ଟିରେ ପରାଜୟର ସାମ୍ମା କରିଛି । ଚେନ୍ନାଇ ବିପ

IPL 2024 : ଓ୍ୱାଙ୍ଖେଡରେ ମୁମ୍ବାଇ ଇଣ୍ଡିଆନ୍ସ-ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁକାବିଲା

ମୁମ୍ବାଇ ୧୧।୦୪ : ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୭ ତମ ସଂସ୍କରଣ । ଗୁରୁବାର ଖେଳାଯିବ ଟୁର୍ଣ୍ଣାମେଣ୍ଟର ୨୫ ତମ ମ୍ୟାଚ୍‌ । ମୁମ୍ବାଇର ଓ୍ୱାଙ୍ଖେଡ ଷ୍ଟାଡିୟମ୍‌ରେ ମୁହାମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ରାତି ୭ଟା ୩୦ରେ ଖେଳାଯିବ ଏହି ମ୍ୟାଚ୍‌ । 

ବର୍ତ୍ତମାନ ଯାଏଁ ମୁମ୍ବାଇ ଇଣ୍ଡିଆନ୍ସ ୪ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ଗୋଟିଏ ମ୍ୟାଚ୍‌ରେ ବିଜୟୀ ହୋଇଥିବା ବେଳେ ୩ଟିରେ ପରାଜୟର ସାମ୍ନା କରିଛି । ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ୪ର୍ଥ ମ୍ୟାଚ୍‌କୁ ୨୯ରନ୍‌ରେ ବିଜୟୀ ହୋଇଥିବା ବେଳେ ବାକି ଗୁଜୁରାଟ, ହାଇଦ୍ରାବାଦ, ରାଜସ୍ଥାନ ବିରୋଧ ମ୍ୟାଚ୍‌ରେ ହୋଇଛି ପରାସ୍ତ । ମୋଟ ୨ ଅଙ୍କ ସହ ପଏଣ୍ଟ ଟେବୁଲ୍‌ରେ ୮ମ ସ୍ଥାନରେ ରହିଛି ମୁମ୍ବାଇ ଇଣ୍ଡିଆନ୍ସ । ତେବେ ଦଳରେ ବ୍ୟାଟିଂ ଏବଂ ବୋଲିଂରେ ଦମ୍‌ଦାର ଖେଳାଳି ରହିଛନ୍ତି । ହେଲେ ଟିମ୍‌ ଏବେ ଯାଏଁ ଫ୍ୟାନ୍ସଙ୍କ ଆଶା ମୁତାବିକ ଖେଳ ପ୍ରଦର୍ଶନ କରିପାରିନାହାନ୍ତି । ତେଣୁ ଆଜି ବାଙ୍ଗାଲୋର ବିପକ୍ଷ ମ୍ୟାଚ୍‌ରେ ଦମ୍‌ଦାର ଖେଳପ୍ରଦର୍ଶନ ଲକ୍ଷ୍ୟ ରଖିଛି ମୁମ୍ବାଇ । 

ସେହିପରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ମଧ୍ୟ ଚଳିତ ଟୁର୍ଣ୍ଣାମେଣ୍ଟ ସେତେଟା ଭଲ ନାହିଁ । ଏବେ ଯାଏଁ ଦଳ ୫ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ଗୋଟିଏ ମ୍ୟାଚ୍‌ରେ ବିଜୟୀ ହୋଇଥିବା ବେଳେ ୪ଟିରେ ପରାଜୟର ସାମ୍ମା କରିଛି । ଚେନ୍ନାଇ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ପରାଜୟ ହୋଇଥିବା ବେଳେ ୨ୟ ମୁକାବିଲାରେ ପଞ୍ଜାବକୁ ୪ ଓ୍ୱିକେଟ୍‌ରେ ପରାସ୍ତ କରିଥିଲା ଦଳ । ଏହାପରେ କୋଲକାତା ବିପକ୍ଷ ୩ୟ ମ୍ୟାଚ୍‌, ଲକ୍ଷ୍ନୌ ବିପକ୍ଷ ୪ର୍ଥ ମ୍ୟାଚ୍‌, ରାଜସ୍ଥାନ ବିପକ୍ଷ ୫ମ ମ୍ୟାଚ୍‌ରେ ଟିମ୍‌କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ମୋଟ ଦୁଇ ଅଙ୍କ ସହ ପଏଣ୍ଟ ଟେବୁଲ୍‌ର ୯ମ ସ୍ଥାନରେ ରହିଛି ବାଙ୍ଗାଲୋର ଟିମ୍‌ । 

ସୂଚନାଯୋଗ୍ୟ ଯେ, ଟୁର୍ଣ୍ଣାମେଣ୍ଟରେ ଏବେ ଯାଏଁ ରାଜସ୍ଥାନ ରୟାଲ୍ସ ୫ଟି ମ୍ୟାଚ୍‌ରେ ଖେଳି ଗୋଟିଏରେ ପରାସ୍ତ ହୋଇଛି । ଆଉ ବାକି ୪ଟିରେ ବିଜୟୀ ହୋଇଛି । ମୋଟ ୮ଅଙ୍କ ସହ ପଏଣ୍ଟ ଟେବୁଲ୍‌ର ଟପ୍‌ରେ ରହିଛି । ଏହାପଛକୁ ରହିଛି କୋଲକାତା ନାଇଟ୍‌ ରାଇଡର୍ସ । ଏବେ ଯାଏଁ ଟିମ୍‌ ୪ଟି ମୁକାବିଲା ଖେଳି ୩ଟିରେ ବିଜୟୀ ଏବଂ ଗୋଟିଏରେ ପରାସ୍ତ ହୋଇଛି । ମୋଟ ୬ ଅଙ୍କ ସହ ପଏଣ୍ଟ ଟେବୁଲ୍‌ର ୨ୟ ସ୍ଥାନରେ ରହିଛି । ସେହିପରି ଲକ୍ଷ୍ନୌ ସୁପର ଜାଏଣ୍ଟସ ୪ଟି ମୁକାବିଲା ଖେଳି ୩ଟିରେ ବିଜୟୀ ଏବଂ ଗୋଟିଏରେ ପରାସ୍ତ ହୋଇଛି । ୬ ଅଙ୍କ ସହ ପଏଣ୍ଟ ଟେବୁଲ୍‌ରେ ୩ୟ ସ୍ଥାନରେ ରହିଛି । ଏହାପଛକୁ ୪ର୍ଥ ସ୍ଥାନରେ ରହିଛି ମୁମ୍ବାଇ ଇଣ୍ଡିଆନ୍ସ । ଦଳ ୫ଟି ମ୍ୟାଚ୍‌ରେ ୩ଟିରେ ବିଜୟୀ ଏବେ ଦୁଇଟିରେ ପରାଜୟର ସାମ୍ନା କରିଛି । ମୋଟ ୬ ଅଙ୍କ ସହ ପଏଣ୍ଟ ଟେବୁଲ୍‌ରେ ୪ର୍ଥ ସ୍ଥାନରେ ରହିଛି ।